ଓଡିଶା

odisha

ETV Bharat / state

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଉଠିଯିବା ଚର୍ଚ୍ଚା କିଏ କଲା ? କମିଶନର କହିଲେ ଗୁଜବ - CUTTACK EXCISE OFFICE ISSUE - CUTTACK EXCISE OFFICE ISSUE

CUTTACK EXCISE OFFICE ISSUE: କଟକରୁ ଉଠି ଭୁବନେଶ୍ୱରରେ ହେବ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ । ଏନେଇ କିଛି ଦିନ ହେବ କଟକରେ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ହେଲେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅବକାରୀ କମିଶନର ନରସିଂହ ଭୋଳ । ଅଧିକ ପଢନ୍ତୁ

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଉଠିଯିବା ଚର୍ଚ୍ଚା କିଏ କଲା, କମିଶନର କହିଲେ ଗୁଜବ
ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଉଠିଯିବା ଚର୍ଚ୍ଚା କିଏ କଲା, କମିଶନର କହିଲେ ଗୁଜବ (ETV Bharat Odisha)

By ETV Bharat Odisha Team

Published : Sep 5, 2024, 10:49 PM IST

କଟକ: କଟକରୁ ଉଠିଯିବ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ । କଟକରୁ ଉଠି ଭୁବନେଶ୍ୱରରେ ହେବ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ । ଏନେଇ କିଛି ଦିନ ହେବ କଟକରେ ଜୋରଦାର ଚର୍ଚ୍ଚା ହେଲା । ବିଶେଷକରି କଟକ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟରୁ ଅନେକ ଫାଇଲ ଗୁଡିକ ମଧ୍ୟ କେଉଁ ଆଡ଼େ ସ୍ଥାନାନ୍ତର କରାଯାଉଥିବା ଖବର ମଧ୍ୟ କଟକରେ ଜୋର ଚର୍ଚ୍ଚା ହେଲା । କେବଳ ସେତିକି ନୁହେଁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଷ ମଧ୍ୟ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟକୁ ସପ୍ରାଇଜ ଭିଜିଟ କରି କାହିଁକି ଭୁବନେଶ୍ୱରକୁ କାହିଁକି ଅଫିସ ଉଠିଯିବ ବୋଲି ପ୍ରଶ୍ନ କରିଥିଲେ ।ଏପରିକି ଅବକାରୀ କମିଶନର ଅଫିସକୁ ଆସି ଅଫିସରଙ୍କ କ୍ଲାସ ନେଇଥିଲେ ସୋଫିଆ ।କଟକ ଅବକାରୀ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଭୁବନେଶ୍ଵର ଉଠାଇ ନେବା ପାଇଁ ହେଉ ଥିବା ଉଦ୍ୟମକୁ ବିରୋଧ କରିଥିଲେ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଉଠିଯିବା ଚର୍ଚ୍ଚା କିଏ କଲା, କମିଶନର କହିଲେ ଗୁଜବ (ETV Bharat Odisha)

ବିଧାନସଭାରେ ଏହି ପ୍ରଶ୍ନ ଉଠାଇଥିବା ସୋଫିଆ ମର୍କତ ନଗର ସ୍ଥିତ ଅବକାରୀ ନିର୍ଦ୍ଦେଶାଳୟକୁ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେଠାରେ କୌଣସି ଅଧିକାରୀ ନଥିବାବେଳେ, ଚଟାଣରେ ପଡ଼ିଥ‌ିବା ନଥି ପତ୍ରଗୁଡ଼ିକ ଏଣେତେଣ ପଡ଼ି ରହିଥ‌ିବା ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅବକାରୀ ଆୟୁକ୍ତଙ୍କ ଆଭାସୀ ଗୃହରେ ବସି କାହିଁକି ଏଠାରୁ କାର୍ଯ୍ୟାଳୟ ଉଠାଇ ନେବାକୁ ଷଡ଼ଯନ୍ତ୍ର ଚାଲିଛି, ତାକୁ ନେଇ କର୍ମଚାରୀଙ୍କୁ ପ୍ରଶ୍ନ କରିଥିଲେ । ପରେ ଏନେଇ ସେ ଅବକାରୀ ଆୟୁକ୍ତ ନରସିଂହ ଭୋଳଙ୍କ ସହ ଫୋନ୍ ମାଧ୍ୟମରେ ବାର୍ତ୍ତାଳାପ ମଧ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ .....ରାଜଧାନୀରେ ଧଳାଜହର; ବ୍ରାଉନସୁଗାର ବେପାରରେ କଲେଜ ଛାତ୍ରଛାତ୍ରୀ, ସୁନ୍ଦରୀ ତରୁଣୀଙ୍କ ସହ 2ଜଣଙ୍କୁ ଧରିଲା ଅବକାରୀ ଟିମ୍, 28ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ - Brown Sugar Trade in Bhubaneswar

ଅବକାରୀ କମିଶନର କହିଲେ ଏହା ଗୁଜବ:
ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ କଟକରୁ ହିଁ ରହି କାର୍ଯ୍ୟକ୍ଷମ କରୁଛି ଏବଂ କଟକରେ ହିଁ ଅଛି । କଟକରେ ହିଁ ରହିବ ବୋଲି ସ୍ପଷ୍ଟ କରିଛନ୍ତି କମିଶନର ନରସିଂହ ଭୋଳ । ତେବେ ଏହି କାର୍ଯ୍ୟାଳୟ କଟକରୁ ଭୁବନେଶ୍ୱର ସ୍ଥାନାନ୍ତରିତ ହେବା ନେଇ କୌଣସି ପ୍ରସ୍ତାବ ପୂର୍ବରୁ ନଥିଲା କିମ୍ବା ବର୍ତ୍ତମାନ କୌଣସି ଯୋଜନା ନାହିଁ ବୋଲି ରୋକଠୋକ କହିଛନ୍ତି କମିଶନର । ଯଦି କୈଣସି ଏହି ପ୍ରକାର ଖବର ବାହାରେ ପ୍ରଚାର ହେଉଛି ତେବେ ତାହା ସମ୍ପୂର୍ଣ୍ଣ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସେ । ଏହାର କୌଣସି ଯଥାର୍ଥତା ନଥିବା କମିଶନର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .......ଜାଣନ୍ତୁ କେତେ ମଦ ପିଇଲେ ଥାଏ କେତେ ବିପଦ ? ସବୁଦିନ ପିଉଥିବା ବ୍ୟକ୍ତି ଡିଅଁନ୍ତିନି 60 ! - Alcohol Impact on Health

ଏହା ମଧ୍ୟ ପଢନ୍ତୁ .....ପୁରୀ ବେଳାଭୂମିରେ Beach shacks: ବିଚ୍‌ରେ ମିଳିବ ବିୟର ମଜା, ଚେତାଇଲେ ବୁଦ୍ଧିଜୀବୀ, ପୂର୍ବରୁ ବ୍ୟାକଫୁଟକୁ ଯାଇଥିଲେ ନବୀନ ସରକାର - Oppose Beach Shacks

କାହିଁକି ଏପରି ଚର୍ଚ୍ଚା ହେଲା ଆଉ କିଏ କଲା !

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ," ଦୁଇ ବର୍ଷ ତଳେ ଯେତେବେଳେ ମେମ୍ବର ବୋର୍ଡ ଅଫ ରେଭିନ୍ୟୁ କାର୍ଯ୍ୟାଳୟରୁ ଅବକାରୀ ଅଫିସକୁ ନୂଆ ସିଫ୍ଟ କରାଗଲା । ସେତେବେଳେ କେବଳ ଫ୍ଲାଇଁ ସ୍କ୍ୱାର୍ଡ ହିଁ ଚାଲୁଥିଲା । ସେମାନଙ୍କର ୫୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେତେବେଳେ ଏହି କାର୍ଯ୍ୟାଳୟରେ ଗୋଟିଏ-ଦୁଇଟା ରୁମରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା । ସେହି ସମୟରେ ମେମ୍ବର ଅଫ ବୋର୍ଡ ରେଭିନ୍ୟୁରେ ଯେତେକି ଫାଇଲ ରଖାଯାଇଥିଲା ସେଗୁଡିକ ରଖିବା ପାଇଁ ସ୍ଥାନ ମଧ୍ୟ ନଥିଲା । ଛୋଟ କାର୍ଯ୍ୟାଳୟରେ ୧୭୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ଫଳରେ ଅନେକ ଫାଇଲ ଗୁଡିକୁ ତଳେ ରଖା ଯାଇଥିଲା ।ବିଧାନସଭାରେ ଯେତେବେଳେ ଅବକାରୀ ସମ୍ପର୍କିତ ପ୍ରଶ୍ନ ପଚରା ଯାଇଥିଲା ,ସେଗୁଡିକ ଉତ୍ତର ଖୋଜିବା ପାଇଁ ଏହି ଫାଇଲ ଗୁଡିକ ଖୋଜା ଯାଇଥିଲା । ଅଫିସ ସ୍ଥାନାନ୍ତର ହେଉଥିବା କଥା ଗୁଜବ ଅଟେ । ଅଫିସ ସ୍ଥାନାନ୍ତର ହେବା ନେଇ ରାଜ୍ୟ ସରକାରଙ୍କର କୌଣସି ନିର୍ଦ୍ଦେଶ ନାହିଁ ।"

ଏହା ମଧ୍ୟ ପଢନ୍ତୁ ..... Odisha First Smart Bus: ଓଡ଼ିଶାକୁ ଆସିଲା ପ୍ରଥମ ସ୍ମାର୍ଟ ବସ୍‌: ମଦ ପିଇଲେ ଗଡିବନି ଗାଡି, ମହିଳାଙ୍କ ସୁରକ୍ଷା ପାଇଁ ଆଲର୍ଟ ବଟନ - Smart bus

ଇଟିଭି ଭାରତ, କଟକ

ABOUT THE AUTHOR

...view details