ଓଡିଶା

odisha

ETV Bharat / state

ବାଲିଯାତ୍ରାରେ ଓଡ଼ିଆ ଅସ୍ମିତା-ସିନେମା ଥିମ, ମନମୋହିବ ବଲିଉଡ ନାଇଟ୍ ଓ ଡ୍ରୋନ ସୋ'

ନଭେମ୍ବର ୧୫ ତାରିଖରୁ ଆରମ୍ଭ ହେବ କଟକ ବାଲିଯାତ୍ରା । ଚଳିତ ବର୍ଷ ପାର୍କିଂ ଫି କମା ଯାଇଥିବାବେଳେ ଦର୍ଶକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

By ETV Bharat Odisha Team

Published : 6 hours ago

Cuttack Baliyatra
Cuttack Baliyatra (ETV Bharat Odisha)

କଟକ:ଏଥର ଅଧିକ ଆକର୍ଷଣୀୟ ହେବ କଟକର ଐତିହାସିକ ବାଲିଯାତ୍ରା । ଆସନ୍ତା ୧୫ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବା ବେଳେ ଗତକାଲି (ମଙ୍ଗଳବାର) ଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ ମୋଟ୍ ୧୧ ଶହ ପ୍ଲଟ୍ ଆବଣ୍ଟନ ହେବାକୁ ଥିବାବେଳେ ବାଲିଯାତ୍ରା ଉତ୍ସବ ପାଇଁ ଇଣ୍ଟିଗ୍ରେଟେଡ୍ ଟେଣ୍ଡର ବ୍ୟବସ୍ଥା କରାଯାଇଛି। ଏଥର ଓଡ଼ିଆ ଅସ୍ମିତା ଥିମକୁ ପ୍ରାଧାନ୍ୟ ଦିଆଯାଇଛି।

ଓଡ଼ିଆ ଅସ୍ମିତା ଥିମ୍:

ଆସନ୍ତା ୨୯ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା। ଏହାସହ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଚଳିତବର୍ଷ କଟକ-ଇନ୍-କଟକ ପ୍ୟାଭିଲିଅନରେ ଓଡିଆ ଅସ୍ମିତା ଏବଂ ଓଡିଆ ସିନେମାର ଥିମ୍ ପ୍ରଦର୍ଶିତ ହେବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ କଳାକାର ସୋନୁ ନିଗମ୍, ସୁରେଶ ଓ୍ବାଡେକର, ଅନୁପ ଜଲୋଟା ଏବଂ ପିୟୁଷ ମିଶ୍ରଙ୍କ ସହ ଓଲିଉଡ କଳାକାରମାନେ ଆସିବେ। ସେମାନେ ଷ୍ଟେଜରେ ସଂଗୀତ ପରିବେଷଣ କରିବେ। ବାଲିଯାତ୍ରାର ଐତିହ୍ୟ ଏବଂ ଅସ୍ମିତାକୁ ନେଇ ପ୍ରଥମ ଥର ପାଇଁ ୫୦୦ ଡ୍ରୋନ୍ ମାଧ୍ୟମରେ ଡ୍ରୋନ୍ ସୋ ଏବଂ ଲେଜର ସୋ ହେବ।

Cuttack Baliyatra (ETV Bharat Odisha)

କମିବ ପାର୍କିଂ ଫି:

ସବୁଠାରୁ ବଡ଼ କଥା ହେଉଛି ଚଳିତବର୍ଷ ପାର୍କିଂ ଫି କମାଯିବ। ଗତବର୍ଷଠାରୁ ପ୍ରାୟ ୨୦ ରୁ ୩୦ ଟଙ୍କା କମ ରହିବ ଫି । ଦର୍ଶକମାନଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ବିଶେଷକରି ପାର୍କିଂ ବ୍ୟବସ୍ଥା ଅଧିକ କରାଯିବା ସହ ଜିଲ୍ଲା ପ୍ରଶାସନ ନିଜେ ପାର୍କିଂ ରସିଦ୍ ପ୍ରଦାନ କରିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି ।

Cuttack Baliyatra (ETV Bharat Odisha)
ଅନଲାଇନରେ ବାଲିଯାତ୍ରା ପ୍ଲଟ ବୁକିଂ:

କଟକ ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଗତକାଲିଠାରୁ ପ୍ଲଟ ଆବଣ୍ଟନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।ଅନଲାଇନରେ ଆବେଦନ ପାଇଁ ଆହ୍ୱାନ କରାଯାଇଛି। ଏହି ଆବଣ୍ଟନ ନିଲାମ ମାଧ୍ୟମରେ କରାଯିବ। ଆବେଦନକାରୀ ୱେବସାଇଟ Cuttack.odisha. gov..inକୁ ଯାଇ ନିଲାମର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଇଛୁକ ଆବେଦନକାରୀ ୧୦୦ ଟଙ୍କା ପ୍ରଦାନ କରି ଆବେଦନ ପତ୍ର ନେଇ ପାରିବେ। ଅନଲାଇନ ମାଧ୍ୟମରେ ନିଜ ନାମ ପଞ୍ଜିକରଣ କରି ୧୦୦ ଟଙ୍କା ଦାଖଲ କରି ଆବେଦନ କରିପାରିବେ।

Cuttack Baliyatra (ETV Bharat Odisha)

ଏହା ବି ପଢନ୍ତୁ...ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ପଞ୍ଜିକରଣ ଆରମ୍ଭ, କେମିତି କରିବେ ଜାଣନ୍ତୁ ?

ଏହା ମଧ୍ୟ ପଢନ୍ତୁ....ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର - bali yatra 2024

ଏହା ବି ପଢନ୍ତୁ...ଲଣ୍ଡନରେ ଆୟୋଜନ ହେବ ବାଲିଯାତ୍ରା, ସହଯୋଗ ପାଇଁ ମୋହନ ସରକାରଙ୍କ ପ୍ରତିଶ୍ରୁତି

ଏହା ବି ପଢନ୍ତୁ...ସିଲଭରସିଟିରେ ଖୁସିର ଲହରୀ, ବାଲିଯାତ୍ରା ପାଇବ ଅନ୍ତର୍ଜାତୀୟ ମାନ୍ୟତା ! - International Status Of Baliyatra

Cuttack Baliyatra (ETV Bharat Odisha)

ପ୍ଲଟ ପାଇଁ ଆବେଦନର ନିୟମ:

ଜଣେ ବ୍ୟକ୍ତି କିମ୍ବା ଅନୁଷ୍ଠାନ ସର୍ବାଧିକ ୩ ଟି ପ୍ଲଟ ଆବଣ୍ଟନ ନିମନ୍ତେ ଆବେଦନ କରି ପାରିବେ। ଆବେଦନ କରାଯାଇଥିବା ପ୍ଲଟ ଗୁଡିକର ସମୁଦାୟ ପରିମାଣ ୧୦୦୦ ବର୍ଗଫୁଟରୁ କମ ହୋଇଥିବ। ଯଦି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ୩ ଟି ସ୍ଥାନରୁ ଉର୍ଦ୍ଧ୍ବ ପାଇଁ ଆବେଦନ କରନ୍ତି, ସେଥିପାଇଁ ପଞ୍ଜିକରଣ ନିମିତ୍ତ ପ୍ରଦାନ କରିଥିବା ୩ ରୁ ଅଧିକ ଥିବା ପ୍ଲଟ ଗୁଡିକର ପଞ୍ଜିକରଣ ରଦ୍ଦ୍ କରାଯିବ। ଆବେଦନକାରୀ ପଞ୍ଜିକରଣ ନିମନ୍ତେ ଜମା ରାଶିର ଚାଲାଣ କପି ସହ ବାରବାଟୀ ପ୍ୟାଲେସରେ ଦିନ ୧୧ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଦାଖଲ କରିପାରିବେ।


ଆବେଦନ ପାଇଁ ଆବଶ୍ୟକୀୟ କାଗଜପତ୍ର:

  • ଆବେଦନକାରୀଙ୍କ ପାସପୋର୍ଟ ଫଟୋଗ୍ରାଫ
  • ଆଧାର କାର୍ଡର ନକଲ
  • ପ୍ୟାନ କାର୍ଡର ନକଲ
  • ପଞ୍ଜିକରଣ ପାଇଁ ପ୍ରଦାନ କରିଥିବା ୫୦୦୦ ଟଙ୍କାର ଅନଲାଇନ ରସିଦର ନକଲ
  • ଅନୁଷ୍ଠାନମାନଙ୍କ କ୍ଷେତ୍ରରେ ଲାଇସେନ୍ସର ଏକ ନକଲ
  • GST ନମ୍ବରର ନକଲ

ଇଟିଭି ଭାରତ, କଟକ

ABOUT THE AUTHOR

...view details