Archana Shivhare Reaction ଭୁବନେଶ୍ବର:ଆଉ କିଛି ଦିନ ପରେ ହେବ ନିର୍ବାଚନ । ଏନେଇ ଆରମ୍ଭ ହୋଇସାରିଛି ରଣନୀତି । ତେବେ ଏଥର ନିର୍ବାଚନରେ ଟେକ୍ନୋଲୋଜି ବ୍ୟବହାର କରାଯିବ । ପାରା ମିଲଟାରି ଫୋର୍ସ ମୁତୟନ କରାଯିବ, ଏହାସହ ସବୁ କାର୍ଯ୍ୟବିଧି ଉପରେ ନଜର ରଖିବ ସିସିଟିଭି । ସେହିପରି ପୁଲିଂ ଗାଡି ଏବଂ ପାଟ୍ରୋଲିଂ ଯାନରେ ଜିପିଏସ ବ୍ୟବସ୍ଥା କରାଯିବ । ଏନେଇ ସୂଚନା ଦେଇଛନ୍ତି ସିଆରପିଏଫ ଆଇଜି IPS ଅର୍ଚ୍ଚନା ଶିଭହାରେ ।
ସେ କହିଛନ୍ତି, "ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟରେ ୭୫ଟି ସେଣ୍ଟ୍ରାଲ ଆର୍ମ ଫୋର୍ସ ପହଞ୍ଚି ସାରିଛନ୍ତି । ରାଜ୍ୟ ପୋଲିସର ସମନ୍ବୟ କ୍ରମେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) ଫୋର୍ସକୁ ବିଭିନ୍ନ ସ୍ଥାନରେ ନିର୍ବାଚନ ପୁର୍ବରୁ ମୁତୟନ କରାଯିବ । ଫ୍ଲାଗମାର୍ଚ୍ଚ କରାଯିବା ସହିତ ବେଆଇନ ମଦ କାରବାର ଏବଂ ବେଆଇନ କାରବାର ଉପରେ ନଜର ରଖିବା ପାଇଁ ମୁତୟନ କରାଯିବ । ବିଶେଷ କରି ଏଥର ନିର୍ବାଚନ ସମୟରେ ନକ୍ସଲ ପ୍ରଭାବିତ ଅଞ୍ଚଳ ସମ୍ବେଦନ ଓ ଅତି ସମ୍ବେଦନ ଅଞ୍ଚଳରେ ମଧ୍ୟ ପାରା ମିଲିଟାରି ଫୋର୍ସ ନିୟୋଜିତ କରାଯିବ ।
ଏପରିକି ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବିନା ଭୟରେ କିପରି ନିର୍ବାଚନ ପରିଚାଳନା କରାଯିବ ସେଥି ପାଇଁ ପୋଲିସ କେନ୍ଦ୍ର ଠାରୁ ଏକ କିମି ପର୍ଯନ୍ତ ଫୋର୍ସ ମୁତୟନ କରାଯିବ । ଏହା ଦ୍ବାରା ଲୋକେ ନିର୍ଭୟର ସହ ମତଦାନ କରିପାରିବେ । ଏନେଇ ସିଆରପିଏଫ ୩୫ କମ୍ପାନୀ ଓ ବିଏସଏଫର ୩୫ କମ୍ପାନୀର ସହ ସିଆଇଏସଏଫର ୫କମ୍ପାନୀ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ତେଣୁ ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳ ଓ ଜିଲ୍ଲା ଏସପିଙ୍କ ତଥ୍ୟ ଆଧାରରେ କେଉଁଠି କେତେ ଫୋର୍ସ ମୁତୟନ କରାଯିବ ସେ ନେଇ ଅଗାମୀ ଦିନରେ ପ୍ରସ୍ତୁତି ହେବ ।"
ଏହା ମଧ୍ୟ ପଢନ୍ତୁ:ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍ରେ କମିଶନରେଟ୍ ପୋଲିସ, ୩ ଲୁଟେରା ଗିରଫ
ଟେକ୍ନୋଲୋଜିକୁ ଗୁରୁତ୍ବ:ଏଥର ନିର୍ବାଚନ ସମୟରେ ଟେକ୍ନୋଲୋଜିକୁ ଗୁରୁତ୍ବ ଦିଆଯାଇଛି । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପୁଲିଂ ବୁଥକୁ ଶତ ପ୍ରତିଶତ ସିସିଟିଭି ନଜରରେ ରଖିବା ପାଇଁଁ ନିର୍ଦ୍ଦେଶ ରହିଛି । ଏହା ସହିତ ମତଦାନ କେନ୍ଦ୍ର ବୁଥ ଉପରେ ଫ୍ଲାଇଙ୍ଗ ସ୍କ୍ବାଡ ଓ ଚେକ୍ ପୋଷ୍ଟ ଉପରେ ସସିଟିଭି ନଜର ରଖିବେ । ପୋଲିସ ଓ ପାରା ମିଲିଟାରି ଫୋର୍ସର ଗାଡିରେ ମୁଭି ସିସିଟିଭି ସହ ସମସ୍ତ ପୁଲିଂ ସ୍କ୍ୱାର୍ଡ ଓ ପାଟ୍ରୋଲି ସ୍କ୍ୱାର୍ଡର ଗାଡିରେ ମଧ୍ୟ ମୁତୟନ ବେଳେ ମୁଭି ସିସିଟିଭି ଲଗାଇବାକୁ ଗୁରୁତ୍ବ ଦିଆଯାଇଛି । ସମସ୍ତ ପୋଲିସ ଫୋର୍ସ ଗାଡିରେ ଜିପିଏସ ଲଗାଇବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କାରଣ ଜିପିଏସ ଦ୍ବାରା କଣ୍ଟ୍ରୋଲ ରୁମ୍ ବା ହେଡକ୍ବାକରରୁ ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖାଯାଇପାରିବ ।
ସୀମାନ୍ତ ନକ୍ସଲ ଗତିବିଧି ଉପରେ ଫୋକସ:ଛତିଶଗଡରୁ ମାଓବାଦୀ ଓଡ଼ିଶାରେ ପଶିବାକୁ ଚାହୁଁଛନ୍ତି । ଏନେଇ ସେ କହିଛନ୍ତି, " ନିର୍ବାଚନ ସମୟରେ ନକ୍ସଲଙ୍କ ହିଂସା ସୃଷ୍ଟି କରିପାରନ୍ତି । ଏହାକୁ ନଜରରେ ରଖି ଆଣ୍ଟି ନକ୍ସଲ ଅପରେସନ ଜାରି ରହିଛି । ତା ସହିତ ନିର୍ବାଚନ ପାଇଁ ଆଉ ୪ଟି ନୂତନ କ୍ୟାମ୍ପ ତିଆରି ହୋଇଛି । ଏଥି ସହ ସୀମା ଅଞ୍ଚଳ ଯେପରିକି ନୂଆପଡା, ନବରଙ୍ଗପୁର ଆଦି ଜିଲ୍ଲାର ବର୍ଡରରେ ମଧ୍ୟ କେନ୍ଦ୍ରିକ ଫୋର୍ସ ପ୍ରସ୍ତୁତ ରହିଛନ୍ତି । ଏପରିକି ନୂଆପଡା ଦାତୁନାମାରେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯାଇ ଛତିଶଗଡ ଓ ଓଡ଼ିଶା ସିଆରପିଏଫ ସହ କୋବ୍ରା ଓ ପୋଲିସ ମଧ୍ୟ ମିଳିତ ଭାବେ କ୍ୟାମ୍ପ କରି ନଜର ରଖିଛନ୍ତି । କନ୍ଧମାଳ, ବୌଦ୍ଧ ଭଳି ନକ୍ସଲ ଆତଙ୍କ ବଢିଥିବା ଜିଲ୍ଲାରେ ଭୟ ମୁକ୍ତ ଭୋଟ ପରିଚାଳନା ପାଇଁ ପାରା ମିଲିଟାରୀ ଫୋର୍ସ ଚେଷ୍ଟିତ ଅଛନ୍ତି । ଯାହା ଗତ ଦୁଇ ତିନିମାସ ମଧ୍ୟରେ ଓଡିଶା ବଦଳରେ ଛଡିଶଗଡ ମାଓବାଦୀ ଧରାପଡୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର