ଭୁବନେଶ୍ବର:ରାଜଧାନୀ ଭୁବନେଶ୍ବରରେ ବଢୁଛି ଗଣ୍ଡଗୋଳ ଓ ଅପରାଧ । କଥା କଥାକେ ମାରପିଟ୍ ଓ ମୁହାଁମୁହିଁ ଭଳି ସ୍ଥିତି ଉପୁଜୁଛି । ଥାନାରେ ବଢୁଛି ଅପରାଧିକ ରିପୋର୍ଟ । ଭୁବନେଶ୍ୱରରେ ଏଭଳି ଛୋଟମୋଟ ଗଣ୍ଡଗୋଳ ପୋଲିସର ଚିନ୍ତା ବଢାଇଛି । କାରଣ ପୂର୍ବ ବର୍ଷ ତୁଳନାରେ ଗତବର୍ଷ ଅର୍ଥାତ୍ 2024ରେ 35ପ୍ରତିଶତ ଅଧିକ ରେକର୍ଡ ହୋଇଛି ।ପୋଲିସ ଜାରି କରିଥିବା ବାର୍ଷିକ ରିପୋର୍ଟରେ ଏନେଇ ଉଲ୍ଲେଖ ହୋଇଛି । ସେପଟେ କଟକରେ କିନ୍ତୁ ଏଭଳି ମାମଲା କମିଥିବା ଜଣାପଡ଼ିଛି।
ରାଜଧାନୀରେ ବଢୁଛି ଅପରାଧ:
ଗତ 2023 ବର୍ଷରେ 6 ହଜାର 926ଟି କେସ ରିପୋର୍ଟ ହୋଇଥିବାବେଳେ ଗତବର୍ଷ ଅର୍ଥାତ 2024ରେ ଥାନାରେ 9ହଜାର 379ଟି ମାମଲା ରିପୋର୍ଟ ହୋଇଛି । ଦୁଇ ବର୍ଷର ତଥ୍ୟ ଦେଖିଲେ ପୂର୍ବ ବର୍ଷ ଅପେକ୍ଷା 35 ପ୍ରତିଶତ ଅଧିକ ରହିଥିବା ଜଣାପଡିଛି । କିନ୍ତୁ କଟକରେ 2023 ଅପେକ୍ଷା 5 ହଜାର 412ଟି ମାମଲା ରିପୋର୍ଟ ହୋଇଥିବାବେଳେ 2024ରେ 5 ହଜାର 238ଟି ମାମଲା ରିପୋର୍ଟ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି । କେତେବେଳେ ସାଇଡ୍ ମରାକୁ କେନ୍ଦ୍ର କରି ଗଣ୍ଡଗୋଳ ତ କେତେବେଳେ ଛୋଟ ଛୋଟ ଘଟଣାକୁ ନେଇ ହିଂସା । କମିଶନରେଟ୍ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଦେଖିବାକୁ ଗଲେ ଏସବୁ ସମାଧାନ କରିବା ସହଜ ହୋଇପାରିନାହିଁ । ସେମାନଙ୍କୁ ପୋଲିସ ଆଶ୍ଵାସନା ଦେବା ସହ ଥାନାରେ ଫଇସଲା କରୁଛି । ନଚେତ୍ ପରବର୍ତ୍ତୀ ସମୟରେ ଜାମିନରେ ଛଡାଯାଉଛି ।
ଏହା ବି ପଢନ୍ତୁ...ଦୁର୍ନୀତି ରୋକିବାକୁ ମୋହନ ମାଝୀ ସରକାରଙ୍କ ବଡ଼ ପଦକ୍ଷେପ, ଭିଜିଲାନ୍ସ ବିଭାଗରେ ୪୮ ନୂଆ ପଦବୀ