ଓଡିଶା

odisha

ETV Bharat / state

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ, ସ୍କାନରରେ ବବିଙ୍କ ଭାଇ ଭବ - MLA HIMANSHU SAHO ATTACK CASE

ଯାଜପୁର ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ । ଥାନା ପରେ ଆକ୍ରମଣ ସ୍ଥଳ ପରିଦର୍ଶନ କରିବ ତଦନ୍ତକାରୀ ଟିମ୍‌ ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା, ଯାଜପୁର ଟାଉନ୍ ଥାନାରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା, ଯାଜପୁର ଟାଉନ୍ ଥାନାରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍ (ETV Bharat odisha)

By ETV Bharat Odisha Team

Published : Nov 25, 2024, 1:03 PM IST

ଯାଜପୁର :ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ । ଏଥିପାଇଁ ଏକ ଟିମ ଆଜି ଯାଜପୁର ଟାଉନ ଥାନାରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏହି ଟିମ୍‌ ତଦନ୍ତ କରୁଛି । ଏବେ ଯାଜପୁର ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଗତକାଲି (ରବିବାର) ରାଜ୍ୟ ସରକାର ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ତଦନ୍ତକାରୀ ଟିମ୍‌ ଯାଜପୁର ଟାଉନରେ ପହଞ୍ଚିଛି ।

ଟାଉନ ଥାନା ପରେ ଆକ୍ରମଣ ହୋଇଥିବା ସ୍ଥାନକୁ ଗଲା ତଦନ୍ତକାରୀ ଟିମ ;-

କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ଟାଉନ ଥାନାରେ ପହଞ୍ଚି ସ୍ଥାନୀୟ ଥାନାଧିକାରୀଙ୍କଠାରୁ ଘଟଣାର ତଦନ୍ତ ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି । ଏହା ପରେ ଟିମ୍‌ ଉକ୍ତଦିନ ବିଧାୟକ ହିମାଂଶୁଙ୍କୁ ଆକ୍ରମଣ କରାଯାଇଥିବା ସ୍ଥାନକୁ ମଧ୍ୟ ଗସ୍ତ କରିଛନ୍ତି । ପରେ ଟିମ୍‌ ସଦର ଥାନା ଓ ବିରଜା ହାଟ ପରିସରରେ ମଧ୍ୟ ପହଞ୍ଚି ତଦନ୍ତ କରିବ । ଆଜି ବିଧାୟକ ହିମାଂଶୁଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କ ବୟାନ ମଧ୍ୟ ରେକର୍ଡ କରିପାରେ ତଦନ୍ତକାରୀ ଟିମ୍‌ । କାରଣ ଉକ୍ତ ଦିନ ହିମାଂଶୁଙ୍କ ସହ ପିଏସଓ ଥିଲେ ଓ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା ।

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା, ଯାଜପୁର ଟାଉନ୍ ଥାନାରେ ପହଞ୍ଚିଲା କ୍ରାଇମ୍ ବ୍ରାଞ୍ଚ ଟିମ୍ (ETV Bharat odisha)

ଏହା ମଧ୍ୟ ପଢନ୍ତୁ :- ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ..

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନେତା ବବି ଦାସଙ୍କ ଭାଇ ଭବପ୍ରସାଦ ଗିରଫ

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ୧୦ ଗିରଫ

ବଢ଼ିଲା ଅଡୁଆ, ଜେରା ହୋଇପାରନ୍ତି ବବି:-

କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ନେତୃତ୍ବରେ ଗଠିତ ଏହି ଟିମରେ ମୋଟ 3 ଅଧିକାରୀ ରହିଛନ୍ତି । ଏହି ଟିମ 3ଟି ମାମଲାର ତଦନ୍ତ କରିବ । ପ୍ରଥମଟି ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା ହୋଇଥିବା ବେଳେ ଅନ୍ୟ ଦୁଇ ମାମଲା ମଧ୍ୟରେ ବିରଜା ହାଟରେ ହିଂସା ଓ ଟାଉନ ଥାନା ଘେରାଉ ମାମଲା ରହିଛି । ଅନ୍ୟପଟେ ବିରଜା ହାଟ ହିଂସା ମାମଲାରେ ବିଜେଡିର ବରିଷ୍ଠ ନେତା ବବି ଦାସଙ୍କ ଭାଇ ଭବ ଦାସ ଏବେ ଗିରଫ ହୋଇ ଜେଲରେ ଅଛନ୍ତି । ବିଧାୟକଙ୍କୁ ଆକ୍ରମଣ ଷଡ଼ଯନ୍ତ୍ର ସହ ବବିଙ୍କ ନାମ ମଧ୍ୟ ଯୋଡ଼ା ଯାଉଛି । ଫଳରେ ତଦନ୍ତକାରୀ ସଂସ୍ଥା ସ୍କାନରକୁ ବବି ମଧ୍ୟ ଆସିପାରନ୍ତି ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details