ସମ୍ବଲପୁର: ସମ୍ବଲପୁରର ରେମେଡ଼ର ସ୍ଥିତ ‘ଋଣ ମେଳା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅର୍ଥ ରାଜ୍ୟମନ୍ତ୍ରୀ ପଙ୍କଜ ଚୌଧୁରୀ । ରେମେଡ଼ ଛକ ଜଲାନ ପଡିଆ ଠାରେ ହିତାଧିକାରୀଙ୍କୁ କମ ସୁଧରେ ଋଣ ଦେବା ପାଇଁ ଆୟୋଜିତ ଋଣ ମେଳା ‘କ୍ରେଡିଟ୍ ଆଉଟରିଚ୍ କାର୍ଯ୍ୟକ୍ରମ’ରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ରିଟେଲ ଲୋନ, ଜନଧନ, ମୁଦ୍ରା, ଷ୍ଟାଣ୍ଡ୍ ଅପ୍, ପିଏମ୍ ସ୍ବନିଧି ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କମ ସୁଧରେ ଋଣ ପ୍ରଦାନ କରିବା ଭଳି ଏନଆରଏଲଏମ ଭଳି ବିଭିନ୍ନ ଯୋଜନାରେ ନାଗରିକଙ୍କୁ ଋଣ ପ୍ରଦାନ କରାଯାଇ ସଶକ୍ତ ଓ ସ୍ବାବଲମ୍ବୀ କରାଯାଉଛି । କିଷାନ କ୍ରେଡିଟ୍ କାର୍ଡରେ କୃଷି ଋଣ ସମେତ ମତ୍ସ୍ୟଚାଷ ଓ କୁକୁଡା ପାଳନ ପାଇଁ ଋଣ ଉପଲବ୍ଧ କରାଯିବାର ଯୋଜନା ଫଳରେ ଚାଷୀମାନେ ଉପକୃତ ହେଉଛନ୍ତି ।
ଏହି ଋଣ ସମ୍ପ୍ରସାରଣ ମେଳା ମାଧ୍ୟରେ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୭୦ ହଜାର ୬୮୯ ଜଣ ହିତାଧିକାରୀଙ୍କୁ ୨୨୮୯ କୋଟି ଟଙ୍କାର ବିଭିନ୍ନ ଋଣ ଓ ସହାୟତା ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥରାଷ୍ଟ୍ର ମନ୍ତ୍ରୀ ଏବଂ ବ୍ୟାଙ୍କ୍ ସମୂହକୁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ମୋଦି ସରକାରରେ ଗରିବ, ପଛୁଆ ଓ ବଞ୍ଚିତ ଲୋକମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଭାରତକୁ ଆତ୍ମନିର୍ଭର ଭାରତ ପାଇଁ ହେଲେ ବଟମ ଅଫ୍ ପିରାମିଡ ତଥା ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଦାୟିତ୍ବ ନେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ ... ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ସ୍ୱାଗତ କଲା ବିଜେଡି