ଓଡିଶା

odisha

ETV Bharat / state

ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ, ୩୧୪ ବ୍ଲକ ପାଇଁ ୪୧୨୪ କୋଟି ମଞ୍ଜୁର - BLOCK LEVEL STADIUMS

ସୁଦୃଢ଼ କ୍ରୀଡ଼ା ଭିତ୍ତିଭୂମି । ନିର୍ମାଣ ହେବ ବ୍ଲକସ୍ତରୀୟ ଷ୍ଟାଡିୟମ୍ । ୩୧୪ ବ୍ଲକ ପାଇଁ ୪୧୨୪ କୋଟି ଟଙ୍କା ମଞ୍ଜୁର ହୋଇଛି ।

ବ୍ଲକସ୍ତରୀୟ ଷ୍ଟାଡିୟମ୍
ବ୍ଲକସ୍ତରୀୟ ଷ୍ଟାଡିୟମ୍ (ETV Bharat Odisha)

By ETV Bharat Odisha Team

Published : Feb 10, 2025, 3:18 PM IST

ଭୁବନେଶ୍ବର:ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ପ୍ରତି ବ୍ଲକରେ ନିର୍ମାଣ ହେବ ଷ୍ଟାଡ଼ିୟମ୍ ଓ ସ୍ପୋର୍ଟସ କମ୍ପ୍ଲେକ୍ସ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ପରିବର୍ତ୍ତନକାରୀ ପଦକ୍ଷେପ ଓଡ଼ିଶାରେ ଏକ ଦୃଢ଼ କ୍ରୀଡ଼ା ପରିବେଶକୁ ପ୍ରତିଷ୍ଠିତ କରିବା ସହ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ପାଇଁ ସାହାଯ୍ୟ କରିବ ।

ଏହାର ମୂଳ ଲକ୍ଷ୍ୟ:

ବ୍ଲକସ୍ତରୀୟ ଷ୍ଟାଡିୟମ୍ (ETV Bharat Odisha)
ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଗୁରୁତ୍ବପୂର୍ଣ୍ଣ ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ ସୃଷ୍ଟି କରିବା ସହ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା । ବ୍ଲକ ସ୍ତରରେ, ଯେଉଁଠାରେ ସୁବିଧାଗୁଡ଼ିକ ଅନୁନ୍ନତ ଅବସ୍ଥାରେ ରହିଛି, ସେଠାରେ ଉନ୍ନତ ଭିତ୍ତିଭୂମି ପ୍ରସ୍ତୁତ କରିବା । ରାଜ୍ୟ ସରକାର ଖେଳାଳି ମାନଙ୍କ ପାଇଁ ସୁଯୋଗ ପ୍ରଦାନ କରିବା, ସ୍ଥାନୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏବଂ ତୃଣମୂଳସ୍ତରରେ ଅଧିକ କ୍ରୀଡ଼ା ପ୍ରତିଯୋଗିତାମାନ ଆୟୋଜନ କରିବା ।
ବ୍ଲକସ୍ତରୀୟ ଷ୍ଟାଡିୟମ୍ (ETV Bharat Odisha)

ଏନେଇ କ୍ରିଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଓଡ଼ିଶାର ୩୧୪ ବ୍ଲକରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ପାଇଁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁର ହୋଇଛି । ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଇଚ୍ଛାଥିଲା ଯେ, କେବଳ ସହର ଆଧାରିତ ବ୍ୟବସ୍ଥା ନହୋଇ କ୍ରିଡ଼ା ବ୍ୟବସ୍ଥା ଗ୍ରାମାଞ୍ଚଳକୁ ଆସୁ । ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରତି ବ୍ଲକକୁ ୧୪ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ଏଥିରେ ସେଢେ ୬ କୋଟି ଟଙ୍କାର ଇଣ୍ଡୋର ହଲ୍‌, କ୍ରିକେଟ, ଖୋ ଖୋ, କବାଡ଼ି, ବ୍ୟାଟମିଣ୍ଟନ, ରନିଂ ଟ୍ରାକ, ଭଲିବଲ ଓ ଫୁଟବଲ ଭଳି ଖେଳ ପାଇଁ ଷ୍ଟାଡିୟମରେ ବ୍ୟବସ୍ଥା ରହିବ । ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଅନୁନ୍ୟ ୩ ଜଣ ପ୍ରଶିକ୍ଷକଙ୍କୁ ରଖାଯିବ, ସିକ୍ୟୁରିଟ, ହାଇସ କିପିଂ ରହିବେ । ଷ୍ଟାଡିୟମ, ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ । ଏହା କିପରି ସଠିକ ଭାବରେ କାର୍ଯ୍ୟକ୍ଷମ ହେବ ସେ ଉପରେ ଧ୍ୟାନ ଦିଆଯିବ ।"


ଷ୍ଟାଡିୟମ ନିର୍ମାଣ ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ବ:

ବ୍ଲକସ୍ତରୀୟ ଷ୍ଟାଡିୟମ୍ (ETV Bharat Odisha)
ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ୮-୧୦ ଏକର ଜମିରେ ନିର୍ମାଣ ହେବ । ଏଥିରେ ଫୁଟବଲ୍/ କ୍ରିକେଟ ପଡ଼ିଆ, ଥ୍ରୋ ଏବଂ ଜମ୍ପ କ୍ଷେତ୍ର ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍/ଖୋ ଖୋ/କବାଡି କୋର୍ଟ, ଇଣ୍ଡୋର ହଲ୍ (ବ୍ୟାଡମିଣ୍ଟନ୍, ଟେବୁଲ ଟେନିସ୍ ଇତ୍ୟାଦି), ସୁବିଧା କେନ୍ଦ୍ର ଆଦି ରହିବ । କେତେ ଟଙ୍କା ଖର୍ଚ୍ଚ ହେବ: ରାଜ୍ୟରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି । ଗୋଟିଏ ବ୍ଲକ୍‌ରେ ଷ୍ଟାଡିୟମ ପାଇଁ ୧୪.୫୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଣ୍ଡୋର ହଲ ପାଇଁ ୮ କୋଟି ଟଙ୍କା ଆନୁମାନିକ ମୂଲ୍ୟ ରହିଛି।
  • ଫୁଟବଲ ପଡ଼ିଆ/ କ୍ରିକେଟ ଟ୍ରାକ ପାଇଁ ୨.୭୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୨.୭୦ କୋଟି ଟଙ୍କା ରହିଛି ।
  • ଆଥଲେଟ ଟ୍ରାକ ପାଇଁ ୦.୮୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୦.୮୦ କୋଟି ଟଙ୍କା ।
  • ଭଲିବଲ କୋର୍ଟ ପାଇଁ ୦.୧୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୦.୧୦ କୋଟି ଟଙ୍କା ରହିଛି ।
  • ସାଧାରଣ ସୁବିଧା କେନ୍ଦ୍ର ପାଇଁ ୧.୧୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୧.୧୦ କୋଟି ଟଙ୍କା ରହିଛି ।
  • ଇଣ୍ଡୋର ହଲ ପାଇଁ ୬.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
  • ପଚାରି/ ଫାଟକ ପରିସର ପାଇଁ ୧.୫୦ କୋଟି ଟଙ୍କା ରହିଥିବା ବେଳେ ୧.୫୦ ଇଣ୍ଡୋର ହଲ ପାଇଁ ରହିଛି ।
  • ଅନ୍ତଃ ସଡ଼କ/ ଜଳ ଯୋଗାଣ ଆଦି ପାଇଁ ୧.୮୦ କୋଟି ଟଙ୍କା ୧.୮୦ କୋଟି ଟଙ୍କା ଇଣ୍ଡୋର ହଲ ପାଇଁ ରହିଛି।

ଷ୍ଟାଡିୟମରେ କଣ ରହିବ ସୁବିଧା:

  • ଫୁଟବଲ
  • କ୍ରିକେଟ ପଡିଆ
  • ଆଥଲେଟିକ ଟ୍ରାକ
  • ଥ୍ରୋ ଏବ୍ ଜମ୍ପ କ୍ଷେତ୍ର
  • ଭଲିବଲ୍
  • ଖୋ ଖୋ କବାଡି କୋର୍ଟ

ଇଣ୍ଡୋର୍ ହଲରେ କଣ ରହିବ:

  • ବ୍ୟାଡମିଣ୍ଟନ କୋର୍ଟ ।
  • ଟେବୁଲ୍ ଟେନିସ ।
  • ଜିନ୍ମାସିୟମ (Gymnasium)
  • ଜିନ୍ନାଷ୍ଟିକ/ଭାରତ୍ତୋଳନ ଆଦି ସୁବିଧା ରହିବ ।

ଏହା ମଧ୍ୟ ପଢ଼ନ୍ତୁ..

ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟର ଖୋଳତାଡ଼, OCAକୁ କାରଣ ଦର୍ଶାଅ ନୋଟିସ

ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ, ରୋହିତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

  • ବ୍ଲକ୍ ସ୍ପୋର୍ଟସ ଅଫିସର ନିଯୁକ୍ତି:
    ଏହି ନୂଆ ବ୍ଲକ୍ ସ୍ତରୀୟ ଷ୍ଟାଡିୟମ ରେ ରହିବେ ବ୍ଲକ୍ ସ୍ପୋର୍ଟସ ଅଫିସର। ଯେଉଁ ମାନେ ଷ୍ଟାଡିୟମର ତଦାରଖ କରିବେ। ଏହା ସହ ଅଣ ଓଡ଼ିଆ ନୁହେଁ କେବଳ ଓଡ଼ିଆ କ୍ରୀଡାବିତ୍, ସ୍କୁଲ କ୍ରୀଡା ଶିକ୍ଷକ ଆଦି ସ୍ଥାନ ପାଇଇବେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details