ଓଡିଶା

odisha

ETV Bharat / state

ରାଉରକେଲାରେ ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ - Congress Press Meet - CONGRESS PRESS MEET

CONGRESS PRESSMEET: ରାଉରକେଲା ଜିଲ୍ଲା କଂଗ୍ରେସର ପକ୍ଷରୁ ସାମ୍ବାଦିକ ସମ୍ମିଳନୀ । ଚଳିତ ଥର କଂଗ୍ରେସ ସରକାରକୁ ଆସିଲେ ନିଜର ୫ଟି ଗ୍ୟାରେଣ୍ଟିକୁ ୧୦୦ ଦିନରେ ପୂରଣ କରାଯିବ ବୋଲି କହିଛି ଦଳ । ଅଧିକ ପଢନ୍ତୁ

ରାଉରକେଲାରେ ଉନ୍ମୋଚନ ହେଲ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ
ରାଉରକେଲାରେ ଉନ୍ମୋଚନ ହେଲ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

By ETV Bharat Odisha Team

Published : Mar 23, 2024, 4:17 PM IST

ରାଉରକେଲାରେ ଉନ୍ମୋଚନ ହେଲ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କଂଗ୍ରେସ ନିଜର ସ୍ଥିତି ମଜବୁତ କରିବା ପାଇଁ ପ୍ରୟାସ କରୁଛି । ଆଗାମୀ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି ଦଳ । ରାଉରକେଲାରେ କଂଗ୍ରେସ ପକ୍ଷରୁ ୫ଟି ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ କରାଯାଇଛି । ଲୋକଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ଅନେକ ସୁବିଧା ସୁଯୋଗର ପ୍ରତିଶ୍ରୁତି ଦେବା ସହ ଆଜି ଏହି ଗ୍ୟାରେଣ୍ଟିକୁ ଉନ୍ମୋଚିତ କରିଛି ଜିଲ୍ଲା କଂଗ୍ରେସ । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦଳର ଏହି ପଦକ୍ଷେପ ନିର୍ବାଚନ ମଣ୍ଡଳୀ ସହିତ ଯୋଡ଼ି ହେବା ପାଇଁ ଲକ୍ଷ୍ୟ ରଖିଛି । ଲୋକଙ୍କ ଆବଶ୍ୟକତାକୁ ସିଧାସଳଖ ସମାଧାନ କରିବା ପାଇଁ ଏଭଳି ଗ୍ୟାରେଣ୍ଟି କାର୍ଡ ଆଣିଛି କଂଗ୍ରେସ । ଏହି ଗ୍ୟାରେଣ୍ଟି କାର୍ଡ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି କହିଛି ଦଳ ।

କଂଗ୍ରେସର ପାଞ୍ଚଟି ଦାବି ହେଲା: 1.ଗୃହ ଜ୍ୟୋତି- ଏହି ଗ୍ୟାରେଣ୍ଟି ଅଧୀନରେ ବାସିନ୍ଦା ମାନେ 200 ୟୁନିଟ୍ ପର୍ଯ୍ୟନ୍ତ ରିହାତି ସହିତ ସେମାନଙ୍କ ବିଦ୍ୟୁତ୍ ବିଲ ଉଲ୍ଲେଖନୀୟ ରିହାତି ଆଶା କରିପାରିବେ । ଏହି ପଦକ୍ଷେପ ଦ୍ବାରା ଘର ଉପରେ ପଡୁଥିବା ଆର୍ଥିକ ବୋଝକୁ ଦୂର କରିବା ସହ ବିଜୁଳିକୁ ଅଧିକ ସୁଲଭ କରିବା ଲକ୍ଷ୍ୟ ରଖାଯାଇଛି ।

୨. ଯୁବ ବେକାରୀ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ୫ଲକ୍ଷ ନିୟୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସଙ୍କଳ୍ପ ନେଇଛି । ଏହା ବ୍ୟତୀତ ବେକାର ଯୁବକ ଯୁବତୀଙ୍କୁ ମାସିକ 3000 ଟଙ୍କା ବେକାରୀ ଭତ୍ତା ପ୍ରଦାନ କରିବା ପାଇଁ ଗ୍ୟାରେଣ୍ଟି ଦେଇଛି ।

୩.କୃଷକ ବନ୍ଧୁଃ- ଅର୍ଥନୀତି ପ୍ରତି କୃଷକମାନଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନକୁ ଉପଲବ୍ଧି କରି କଂଗ୍ରେସ କୃଷି ଶ୍ରମିକମାନଙ୍କ ପାଇଁ ଏକ ସହାୟତା ପ୍ୟାକେଜ ପ୍ରତିଶୃତି ଦେଇଛି । ଏଥିରେ ଚାଷୀଙ୍କୁ ୨ହଜାର ଟଙ୍କା ପେନସନ, କୃଷି ଋଣରେ ଛାଡ଼, ଧାନ କ୍ବିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩ ହଜାର ଟଙ୍କା ରହିଛି ।

4. ଗୃହ ଲକ୍ଷ୍ମୀ- ସମାଜରେ ମହିଳାଙ୍କ ଭୂମିକା ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆ ଯିବାର ସମ୍ଭାବନା ରହିଛି । ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଲୋନ ଛାଡ଼ ଏବଂ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତ୍ତା, ଏବଂ ଆଦିବାସୀ ଓ ଦଳିତ ମହିଳାଙ୍କୁ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରିବା । ଏହା ସହ ମାତ୍ର ୫୦୦ ଟଙ୍କାରେ ଗ୍ୟାସ ଯୋଗାଇ ଦେବା ।

5. ଜନ କଲ୍ୟାଣ- ଏହି ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ କଲ୍ୟାଣ ପାଇଁ ଆରମ୍ଭ କରାଯାଇଥିବା କଂଗ୍ରେସ କହିଛି । ଏଥିରେ ସ୍ବାସ୍ଥ୍ୟସେବା ପାଇଁ ୨୫ ଲକ୍ଷ ଟଙ୍କା ଯାଏ ସ୍ବାସ୍ଥ୍ୟ ବୀମା ଏବଂ ମାଗଣା ଚିକିତ୍ସା ବ୍ୟବସ୍ଥା, ବାର୍ଦ୍ଧକ୍ୟ, ବିଧବା ଏବଂ ଦିବ୍ୟାଙ୍ଗ ପାଇଁ ମାସିକ ଭତ୍ତା ୨୦୦୦ ଟଙ୍କା, ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା 6 ମାସରେ ଫେରାଇ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ .....୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ୯ଟି ଗ୍ୟାରେଣ୍ଟି

ସେହିପରି ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ । ଆଦିବାସୀ ଏବଂ ଦଳିତଙ୍କ ଜମି ଉପରେ ସେମାନଙ୍କ ସମ୍ପୂର୍ଣ୍ଣ ଅଧିକାର କେବଳ ୧୦୦ ଦିନର ସରକାର ମଧ୍ୟରେ କରାଯିବ । ତେବେ ଆଜି ଏହି ପାଞ୍ଚଟି ଗ୍ୟାରେଣ୍ଟିକୁ ନେଇ କଂଗ୍ରେସ ଏଥର ସରକାରକୁ ଆସିଲେ ଏହାକୁ ନିଶ୍ଚିତ ପୂରଣ କରାଯିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details