ବଲାଙ୍ଗୀର:ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବୋଲି କହିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ନିର୍ବାଚନ ଆସିଲେ ଭୋଟରଙ୍କ ପାଇଁ ବିଭିନ୍ନ ଯୋଜନା ଆରମ୍ଭ କରିଥାନ୍ତି ରାଜ୍ୟ ସରକାର । ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । ଗତ ସୋମବାର(ଫେବୃଆରୀ ୧୨) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରିବା ସହ ବଲାଙ୍ଗୀର ପାଇଁ ବିଭିନ୍ନ ପ୍ରକଳ୍ପ ଘୋଷଣା କରିଥିଲେ । ଯାହାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର ।
ଗତ ସୋମବାର(ଫେବୃଆରୀ ୧୨ରେ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ସମେତ ରାଜ୍ୟର ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଥିଲେ । ଏହାସହ ଗତ କିଛି ମାସ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ କିମ୍ବା ଉଦଘାଟନ ହୋଇଛି । ଏଭଳି ସ୍ଥଳେ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ ରାଜ୍ୟ ସରକାରଙ୍କୁ ସିଧାସଳଖ ଆକ୍ଷେପ କରି କହିଛନ୍ତି ଯେ, " ନିର୍ବାଚନ ଆସିଲେ ସରକାର ଏଭଳି ଯୋଜନା କରୁଛନ୍ତି । ଏସବୁ ଯୋଜନା ଲଲିପପ୍, ଯାହା ସାଧାରଣ ଜନତାଙ୍କୁ କୌଣସି ଲାଭ ଦେବ ନାହିଁ। " ଏଥିରେ କେବଳ ବିଜେଡି ନେତା କିମ୍ବା କର୍ମୀ ଲାଭବାନ ହେବେ ବୋଲି କହିଛନ୍ତି ନରସିଂହ ମିଶ୍ର ।