ଓଡିଶା

odisha

ETV Bharat / state

ବୌଦ୍ଧରେ ଜମୁଛି ପ୍ରଚାର, ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ ପତ୍ନୀ - election campaign - ELECTION CAMPAIGN

Election Campaign: ବୌଦ୍ଧରେ ଜମୁଛି ନିର୍ବାଚନୀ ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ପତ୍ନୀ । ଘରେ ଘରେ ବୁଲି ଭୋଟ ମାଗିଲେ କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ରଙ୍କ ପତ୍ନୀ । ଅଧିକ ପଢନ୍ତୁ

ELECTION CAMPAIGN
ELECTION CAMPAIGN (ETV BHARAT ODISHA)

By ETV Bharat Odisha Team

Published : May 11, 2024, 2:28 PM IST

ELECTION CAMPAIGN (ETV BHARAT ODISHA)

ବୌଦ୍ଧ:ମତଦାନ ଦିନ ଯେତିକି ପାଖଉଛି ସେତିକି ସରଗରମ ହେଉଛି ପ୍ରଚାର ମଇଦାନ । ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରତିଦ୍ବନ୍ଦ୍ବି ପ୍ରାର୍ଥୀଙ୍କ ପତ୍ନୀ । ସ୍ବାମୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ । ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ଅମାତଙ୍କ ପାଇଁ ପତ୍ନୀ ସୀମାରାଣୀ ଓ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନଙ୍କ ପାଇଁ ପତ୍ନୀ ସ୍ନେହଲତା ଭୋଟ ଭିକ୍ଷା କରୁଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ରଙ୍କ ପାଇଁ ତାଙ୍କ ପତ୍ନୀ ପ୍ରଣତୀ ମିଶ୍ର ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ।

ଚଳିତ ସାଧାରଣ ନିର୍ବାଚନରେ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ମୋଟ 6 ଜଣ ବିଧାୟକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ବିଜେଡିରୁ ପ୍ରଦୀପ କୁମାର ଅମାତ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର ଜୋରଦାର ପ୍ରଚାର କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ଗତକାଲି ପ୍ରାର୍ଥୀଙ୍କ ପତ୍ନୀ ମାନେ ଗାଁ ଗାଁ ବୁଲି ସ୍ବାମୀଙ୍କ ପାଇଁ ପ୍ରଚାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁର ରାଜନୀତି; ବଙ୍ଗାଳୀ ଭୋଟରଙ୍କ ହାତରେ ପ୍ରାର୍ଥୀଙ୍କ ଭାଗ୍ୟ - Lok Sabha Election 2024

କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ରଙ୍କ ପାଇଁ ତାଙ୍କ ପତ୍ନୀ ପ୍ରଣତୀ ମିଶ୍ର ବିଭିନ୍ନ ସ୍ଥାନରେ ପହଞ୍ଚି ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି । କଂଗ୍ରେସର ଗ୍ୟାରେଣ୍ଟି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ଉଭୟ ରାଜ୍ୟର ବିଜେଡି ସରକାର ଓ କେନ୍ଦ୍ର ର ବିଜେପି ସରକାରଙ୍କ ବିଫଳତାର ବାର୍ତ୍ତା ଦେଉଛନ୍ତି । ଦିନରେ ଗ୍ରୀଷ୍ମପ୍ରବାହ ଯୋଗୁଁ ସଂଧ୍ୟାରେ ପ୍ରଚାର ଅଭିଯାନ ଜୋରଦାର ହେଉଥିବା ପରିଲକ୍ଷିତ ହୋଇଥିଲା ।

ପ୍ରଣତୀ ମିଶ୍ର କହିଛନ୍ତି, ''ମୁଁ ମୋ ସ୍ବାମୀ ନବ କୁମାର ମିଶ୍ର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛି । କଂଗ୍ରେସର ଗ୍ୟାରେଣ୍ଟି ଘରେ ଘରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । 25 ବର୍ଷ ବିଜେଡି ସରକାରର ଅପାରଗତା କଥା ଓ କେନ୍ଦ୍ର ସରକାରଙ୍କ ବିଫଳତା ଲୋକଙ୍କୁ ଅବଗତ କରାଉଛୁ ।''

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details