ଓଡିଶା

odisha

ETV Bharat / state

କଟକ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ସେକ୍ସନରେ ଦୁର୍ନୀତି, ଅଭିଯୋଗ ଆଣିଲା କଂଗ୍ରେସ - CDA irregularity tension - CDA IRREGULARITY TENSION

Congress Allegations against CDA: ସିଡିଏ ପ୍ଲାନିଂ ସେକ୍ସନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ଭିଜିଲାନ୍ସର ଦ୍ୱାରସ୍ଥ ହେବାକୁ କଂଗ୍ରେସର ଧମକ । ଅଧିକ ପଢନ୍ତୁ

CDA IRREGULARITY TENSION
CDA IRREGULARITY TENSION (ETV BHARAT ODISHA)

By ETV Bharat Odisha Team

Published : May 14, 2024, 4:29 PM IST

CDA IRREGULARITY TENSION (ETV BHARAT ODISHA)

କଟକ: କଟକ ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନିଂ ସେକ୍ସନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏହି ସେକ୍ସନର ଜଣେ କର୍ମଚାରୀ ଯୋଜନା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ହରିଲୁଟ କରିଥିବା ନେଇ ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷଙ୍କୁ ଭେଟି ଜଣାଇଛି କଂଗ୍ରେସର ଏକ ଟିମ । ସିଏମସି ବିରୋଧୀ ଦଳ କର୍ପୋରେଟର ସନ୍ତୋଷ ଭୋଳଙ୍କ ନେତୃତ୍ୱରେ କଂଗ୍ରେସ ଏକ ଟିମ ଉପାଧ୍ୟକ୍ଷ ବିଜୟ କୁମାର ଦାଶଙ୍କୁ ଭେଟି ଦୁର୍ନୀତି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Cuttack CDAରେ ଭୁଶୁଡି ପଡିଲାଣି ପରିମଳ ବ୍ୟବସ୍ଥା, ପଦକ୍ଷେପ ପାଇଁ ସିଏମସି ନିକଟରେ ଦାବି

କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳଙ୍କ କହିବା ଅନୁଯାୟୀ, କଟକ ଉନ୍ନୟନ କର୍ତ୍ତୃପକ୍ଷ (CDA)ରେ ଥିବା ଯୋଜନା ସଦସ୍ୟ ଅଫିସରଙ୍କ ଅଧୀନରେ ଥିବା ଜଣେ ଅଧିକାରୀ କଟକ ସହରର ଲୋକ ମାନଙ୍କୁ ଯୋଜନା କାର୍ଯ୍ୟକାରୀ କରେଇବା ପାଇଁ ନେଉଛନ୍ତି ଲାଞ୍ଚ। ଆଉ ଏହି ଲାଞ୍ଚର ପରିମାଣ ଏତେ ଅଧିକ ଯେ ତାହା ଜଣେ ସାଧାରଣ ପ୍ରଭାବିତ ବ୍ୟକ୍ତି ହିଁ କହି ପାରିବ। ପୂର୍ବରୁ ଅନେକ ବର୍ଷ ଧରି ଏହି ଅଭିଯୋଗ ବାରମ୍ବାର କରି ଆସୁଥିଲେ ସିଧା ଏନେଇ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏନେଇ ଏଯାବତ ଚୁପ ବସିଛି କଟକ ଉନ୍ନୟନ କର୍ତ୍ତୃପକ୍ଷ । ତେବେ ଏହି ଦୁର୍ନୀତିର ଟଙ୍କା ଶାସକ ଦଳକୁ ଯାଉଛି ଓ ନିର୍ବାଚନରେ ଖର୍ଚ୍ଚ ହେଉଥିବା ନେଇ ମଧ୍ୟ ଅଭିଯୋଗ କରିଛି କଂଗ୍ରେସ । ଆଗାମୀ ସାତ ଦିନ ମଧ୍ୟରେ ଏହି କର୍ମଚାରୀଙ୍କୁ ବଦଳି କରାଯାଉ ନଚେତ ଏହି ଦୁର୍ନୀତି ପ୍ରସଙ୍ଗ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହେବ କଂଗ୍ରେସ ବୋଲି କହିଛନ୍ତି ସନ୍ତୋଷ ଭୋଳ ।

ଏହା ମଧ୍ୟ ପଢନ୍ତୁ-CDA ଜମି କେଳେଙ୍କାରୀ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ଅନ୍ୟପଟେ ଏହି ଘଟଣାକୁ ନେଇ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ନିକଟରେ ଏହି ଅଭିଯୋଗ ହସ୍ତଗତ ହୋଇଛି । ଏହାର ବିଧିବଦ୍ଧ ତଦନ୍ତ ହେବା ପରେ ପ୍ଲାନିଂ ସେକ୍ସନ କେଉଁ ଅଧିକାରୀ ଏଥିରେ ଲିପ୍ତ ଅଛନ୍ତି ଓ ଏହି ଅଭିଯୋଗ କେତେ ଦୂର ସତ୍ୟାସତ୍ୟ ରହିଛି ତାହା ଶୀଘ୍ର ଜଣାପଡିବ ବୋଲି କହିଛନ୍ତି CDA ଉପାଧକ୍ଷ ବିଜୟ କୁମାର ଦାଶ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details