ଓଡିଶା

odisha

By ETV Bharat Odisha Team

Published : Apr 18, 2024, 2:00 PM IST

Updated : Apr 18, 2024, 2:25 PM IST

ETV Bharat / state

ଭଟଲି ACFଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ - Complaint to ECI against Bhatli ACF

Complaint to ECI against Bhatli ACF: ଭଟଲି ACFଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ । ନିଜ ଜିଲ୍ଲାରେ ଏକାଧିକ ଥର ପଦୋନ୍ନତି । ନିର୍ଦ୍ଦିଷ୍ଟ ଦଳ ର ଫାଇଦା ପାଇଁ କାମ କରିବାର ଆଶଙ୍କା ଦର୍ଶାଇଲେ ଅଭିଯୋଗକାରୀ । ଅଧିକ ପଢନ୍ତୁ

ଭଟଲି ACFଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ
ଭଟଲି ACFଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ

ଭଟଲି ACFଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ

ବାଲେଶ୍ବର: ବରଗଡ଼ ଜିଲ୍ଲା ଭଟଲି ବନ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ନିଜ ଜିଲ୍ଲା ତଥା ନିଜ ଅଞ୍ଚଳରେ ପ୍ରମୋସନ ପାଇ ପୋଷ୍ଟିଂ ହେବା ଘଟଣାରେ ନିର୍ବାଚନ କମିଶନରଙ୍କୁ ବାଲେଶ୍ଵର ଅଞ୍ଚଳର ଜଣେ ଯୁବକ ଅଭିଯୋଗ କରିଛନ୍ତି । ନିର୍ବାଚନ ଆୟୋଗ ଏହାକୁ ଗମ୍ଭୀରତାର ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବାଲେଶ୍ୱର ସହରର ଯୁବକ ସଞ୍ଜୟ ଦାସ । ତେବେ ଏନେଇ ସେ ଇ-ମେଲ ମାଧ୍ୟମରେ ଅଭିଯୋଗ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୌଣସି ପ୍ରତିଉତ୍ତର ମିଳିନି ।

ସୂଚନା ଅନୁସାରେ, ଭଟଲି ବନ ବିଭାଗର ACF ଭାବେ ପ୍ରମୋସନ ପାଇଥିବା ସୁବୋଧ କୁମାର ସାହୁ ପୂର୍ବରୁ ଭଟଲି ରେଞ୍ଜରେ ଫରେଷ୍ଟ ରେଞ୍ଜର ଭାବରେ ନିଯୁକ୍ତ ହୋଇଥିଲେ । ପରେ ପୁଣି ତାଙ୍କୁ ଗତ ଜାନୁଆରୀ ମାସ 25 ତାରିଖରେ ସେହି ଭଟଲିରେ ACF ଭାବେ ପ୍ରମୋସନ ଦିଆଯାଇ ନିଯୁକ୍ତି ଦିଆଯାଇଛି । ସୁବୋଧଙ୍କ ଘର ବରଗଡ଼ ଜିଲ୍ଲାର ଜାମୁର୍ଦ୍ଦା ହୋଇଥିବା ବେଳେ ନିଜ ଅଞ୍ଚଳରେ କେମିତି ଜଣେ ଅଫିସରଙ୍କୁ ପ୍ରମୋସନ ଦିଆଯାଇ ପୁଣି ସେଠାରେ କେମିତି ପୋଷ୍ଟିଂ ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବାଲେଶ୍ୱର ସହରର ଯୁବକ ସଞ୍ଜୟ ଦାସ ।

ଏହା ମଧ୍ୟ ପଢନ୍ତୁ :- ରାଜନଗର ବିଜେପି ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ - Rajnagar Assembly Constituency

ଏହା ମଧ୍ୟ ପଢନ୍ତୁ :- ଶଙ୍ଖ ଧରିଲେ ବର୍ଷା ପ୍ରିୟଦର୍ଶନୀ, ଲଢିବେ ନିର୍ବାଚନ ! - actress Varsha Priyadarshini

ସଞ୍ଜୟଙ୍କ ଅଭିଯୋଗ ଅନୁସାରେ, ସୁବୋଧ ବର୍ତ୍ତମାନ ACF ଭାବେ ନିଯୁକ୍ତ ଥିବା ବେଳେ ତାଙ୍କ ଅଧୀନରେ 50ରୁ ଅଧିକ ବନ ସୁରକ୍ଷା ସମିତି ରହିଛି । ଯେଉଁ ବନ ସୁରକ୍ଷା ସମିତିର ସଭ୍ୟମାନଙ୍କୁ ସେ ନିର୍ବାଚନ ବେଳେ ପ୍ରଭାବିତ କରିବାର ଆଶଙ୍କା ମଧ୍ୟ ରହିଛି । ଯଦି ସୁବୋଧ ଏମିତି କରନ୍ତି ତେବେ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ ସେ ପାଖାପାଖି ଦୁଇ ହଜାରରୁ ଅଧିକ ଭୋଟ ପ୍ରଭାବିତ କରିପାରନ୍ତି । ଏହାକୁ ନେଇ ସଞ୍ଜୟ ନିର୍ବାଚନ କମିଶନରଙ୍କ ପାଖରେ ସୁବୋଧଙ୍କ ବଦଳି ଏବଂ ଏହା ପଛରେ କେଉଁମାନେ ଅଛନ୍ତି ତାହା ଉପରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମେଲ ମାଧ୍ୟମରେ ସେ ଅଭିଯୋଗ କରିଥିଲେ ସୁଦ୍ଧା ଆୟୋଗଙ୍କ ପକ୍ଷରୁ କୌଣସି ପ୍ରତିଉତ୍ତର ମିଳିନି । ଅନ୍ୟପଟେ ଭଟଲି ଏସିଏଫ ସୁବୋଧ କୁମାର ସାହୁଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନି । ଆୟୋଗ ତାଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା ପରବର୍ତ୍ତୀ ସମୟରେ ଜଣାପଡିବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Apr 18, 2024, 2:25 PM IST

ABOUT THE AUTHOR

...view details