ଓଡିଶା

odisha

ETV Bharat / state

ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ; କର୍ଫ୍ୟୁ ଲାଗୁ ପରେ 6 ଗିରଫ - Communal Clash in gudupokari - COMMUNAL CLASH IN GUDUPOKARI

COMMUNAL CLASH IN GUDUPOKARI: ଭଦ୍ରକ ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ । ଗିରଫ୍ ଭୟରେ ପୁରୁଷ ଶୂନ୍ୟ ଗୁଡୁପୋଖରୀ ଗାଁ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ବସିିଲା ଶାନ୍ତି କମିଟି ବୈଠକ । ଅଧିକ ପଢନ୍ତୁ

COMMUNAL CLASH IN GUDUPOKARI
COMMUNAL CLASH IN GUDUPOKARI (ETV Bharat Odisha)

By ETV Bharat Odisha Team

Published : Sep 20, 2024, 11:08 PM IST

ଭଦ୍ରକ:ଜିଲ୍ଲା ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ । ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାର ଗୋଷ୍ଠୀ ସଂଘର୍ଷ ଘଟଣାରେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ବସିିଛି ଶାନ୍ତି କମିଟି ବୈଠକ ।

ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ:

ଗତକାଲି ଧୂଷୁରୀ ଥାନା ଗୁଡୁପୋଖରୀ ବଜାରରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ପତାକା ଉପଡାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଯେଉଁଥିରେ 4 ଜଣ ଗୁରୁତର ଭାବେ ଆହତ ହୋଇଥିବାବଳେ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ କଲେଜକୁ 108 ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଥିଲା ।

COMMUNAL CLASH IN GUDUPOKARI (ETV Bharat Odisha)

ଲାଗିଲା BNSS ଧାରା 163 :

ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ BNSSର 163 ଧାରା ଲାଗୁ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଲାଗିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ 6 ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ BNSS ର 163 ଧାରା ବଳବତ୍ତର ଥିବାରୁ ଗୁଡୁପୋଖରୀ ବଜାର ସହିତ ନିକଟସ୍ଥ ଅରୁଣ ବଜାରର ସମସ୍ତ ଦୋକାନ ବଜାର ସମେତ ସମସ୍ତ ସରକାରୀ ତଥା ବେସରକାରୀ ବିଦ୍ୟାଳୟ ଏବଂ ସ୍ଥାନୀୟ ମଦରାସା ବନ୍ଦ ରହିଛି ।

COMMUNAL CLASH IN GUDUPOKARI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ .... ଜଙ୍ଗଲ ଜମିକୁ ନେଇ ଗାଁ ପାଲଟିଲା ରଣକ୍ଷେତ୍ର, ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ - Group Clash Over Land Dispute

ଏହା ମଧ୍ୟ ପଢନ୍ତୁ ....କୋଲ୍‌ ୱାସେରୀ ମାଲିକାନାକୁ ନେଇ ଗୋଷ୍ଠୀ ସଂଘର୍ଷ: ଫୁଟିଲା ଶତାଧିକ ଗୁଳି, ୧୫ ଅଟକ - Coal Washery Dispute

ଏହା ମଧ୍ୟ ପଢନ୍ତୁ...ବାଲେଶ୍ୱରର ଗୋଷ୍ଠୀ ସଂଘର୍ଷ ମାମଲା; ଏସପିଙ୍କ ସହ ରାଜ୍ୟ କଂଗ୍ରେସ ଟିମର ଆଲୋଚନା - Congress Team Visit Balasore

COMMUNAL CLASH IN GUDUPOKARI (ETV Bharat Odisha)

ଗିରଫ୍ ଭୟରେ ପୁରୁଷ ଶୂନ୍ୟ ଗୁଡୁପୋଖରୀ ଗାଁ:

ଏହି ଘଟଣା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗୁଡୁପୋଖରୀ ଗ୍ରାମ ଏବେ ପୁରୁଷ ଶୁନ୍ୟ ହୋଇ ଯାଇଥିବା ବେଳେ ଘଟଣା ସ୍ଥଳରେ 6 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିସହ ଧାମନଗର ଏସଡିଓଙ୍କ ସମେତ ଧୂଷୁରୀ ଥାନା ଏବଂ ଧାମନଗର ଥାନାର ଆଇଆଇସି ଘଟଣା ସ୍ଥଳରେ ପେଟ୍ରୋଲିଂ ଜାରି ରଖିଛନ୍ତି । ଧାମନଗର ତହସିଲଦାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଛନ୍ତି । ଏପରି ସ୍ଥଳେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଆଜି ଅପରାହ୍ନରେ ଧାମନଗର ପଞ୍ଚାୟତ ସମିତି ସଭାଗୃହରେ ଭଦ୍ରକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଆଇନ୍ ଶୃଙ୍ଖଳା ପରିସ୍ଥିତି ସାମାନ୍ୟ ଥିବା ସୂଚନା ମିଳିଛି।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details