ଭୁବନେଶ୍ବର: ଆସୁଛି ନୂଆବର୍ଷ । ପୂରୁଣା ବର୍ଷକୁ ବିଦାୟ ଦେବାକୁ ପାର୍ଟି ମୁଡରେ ରାଜଧାନୀବାସୀ । ଖାସ କରି ନୂଆବର୍ଷ ଆରମ୍ଭ ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ (Zero Night Celebration) ପାଇଁ ଏବେ ଚାରିଆଡ଼େ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କିଭଳି କଟକଣା ଓ ଅନୁମତି ରହିଛି ସେନେଇ ପୋଲିସ ଆଗୁଆ ଜଣାଇଛି । ଏନେଇ ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟନିଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସଫାସଫା କୁହାଯାଇଛି । ସେପଟେ ମଦ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ସାଉଣ୍ଡ ସିଷ୍ଟମ୍ ପାଇଁ ଅନୁମତି:
ଭୁବନେଶ୍ୱର ଡିସିପିପିନାକ ମିଶ୍ର କହିଛନ୍ତି, "ଯେଉଁମାନେ ସାର୍ବଜନିକ ସ୍ଥାନରେ ସାଉଣ୍ଡ ସିଷ୍ଟମ ଲଗାଇବେ, ସେମାନେ ଲାଇସେନ୍ସ ପାଇଁ ଅନୁମତି ନେଇପାରିବେ । ଯାହା ବିଧିବଦ୍ଧ ନିୟମ ରହିଛି, ସେହି ଅନୁସାରେ ଅନୁମତି ଦିଆଯିବ । କିନ୍ତୁ ଯେଉଁମାନେ ଇନହାଉସ ପାର୍ଟି ଯେପରିକି ଘର ବା ସୋସାଇଟରେ କରିବେ ସେମାନଙ୍କ ତାଙ୍କ ବ୍ୟକ୍ତିଗତ ସ୍ତରରେ କରିପାରିବେ । କିନ୍ତୁ ପୂର୍ବବର୍ଷ ପରି ଯେଉଁମାନେ କନସର୍ଟ ବା ପାର୍ଟି ଇଭେଣ୍ଟ ବା ଅନ୍ୟାନ୍ୟ କମର୍ସିଆଲ ଇଭେଣ୍ଟ କରୁଛନ୍ତି ତେବେ ସେମାନଙ୍କୁ ସାଉଣ୍ଡ ସିଷ୍ଟମ ପାଇଁ ଅନ୍ୟାନ୍ୟ ଯାହା ବିଧିବଦ୍ଧ ଅନୁମତି ନେବାକୁ ପଡିବ ।"
ସେଲିବ୍ରେସନ କରିବା ସ୍ବାଭାବିକ କଥା । ସେଲିବ୍ରେସନ ନାଁରେ ଉନ୍ମାଦ ଆଚରଣ ଘଟାଇବା, ବିଶୃଙ୍ଖଳିତ ଆଚରଣ ବ୍ୟବହାର କରିବା ଏହାକୁ ସହ୍ୟ କରାଯିବନି । ଏନେଇ କଡ଼ା ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି । କାରଣ ଅନେକ ସମୟରେ ବିଭିନ୍ନ ବ୍ୟାବସାୟିକ ପାର୍ଟି ଓ ଇଭେଣ୍ଟ ପାଖରେ ସେଲିବ୍ରେସନ ସମୟରେ ବିଶୃଙ୍ଖଳାର ନଜିର ରହିଥାଏ । ଯୁବପିଢି, ଇଭେଣ୍ଟ ଆୟୋଜକ ଓ ବାଉନସର ମଧ୍ୟରେ ଗଣ୍ଡଗୋଳର ପୂର୍ବରୁ ନଜିର ରହିଛି । ଏନେଇ ଜିରୋ ନାଇଟସ ସମୟରେ ସେଲିବ୍ରେସନ ପାଇଁ କ୍ଲବ, ପାର୍ଟି ଇଭେଣ୍ଟ, ହୋଟେଲ ଓ କମର୍ସିଆଲ କନସର୍ଟରେ ଯେପରି ବିଶୃଙ୍ଖଳା ଆଚରଣ ନ ହେବ ସେନେଇ ପୋଲିସ ପକ୍ଷରୁ ଗୁରୁତ୍ବ ଦିଆଯାଇଛି । ଯେଉଁମାନେ ଇଭେଣ୍ଟ ଆୟୋଜନ କରୁଛନ୍ତି, ସେମାନେ ନିଜର ଦାୟିତ୍ବରେ କରବେ । ଯଦି କୌଣସି ବିଶୃଙ୍ଖଳା ଖବର ଆସେ ତେବେ ତୁରନ୍ତ ଆକ୍ସନ ହେବ ବୋଲ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି । କାରଣ ପୂର୍ବରୁ ଜାଭିୟର ଛକ ଉପରେ ଥିବା ତାରକା ହୋଟେଲ ସାମ୍ନାରେ ଏକ ଜିରୋ ନାଇଟସ ସେଲିବ୍ରେସନ ସମୟରେ ତୁମୁଳକାଣ୍ଡ ଘଟିଥିଲା । ଯେଉଠିଁ ହୋଟେଲ କର୍ତ୍ତୃପକ୍ଷ ଓ ଲୋକଙ୍କ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତି ଉପୁଜିଥିଲା ।
ନୂଆବର୍ଷ ସମୟରେ ସବୁଠାରୁ ଆହ୍ବାନ ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ । ପ୍ରତ୍ୟେକ ବର୍ଷ ମଦ୍ୟପାନ କରି ରାସ୍ତାକୁ ଓହ୍ଲାଇବା ଦ୍ବାରା ଦୁର୍ଘଟଣା ଘଟିଥାଏ । ଏପରିକି ଧନଜୀବନ ହାନୀ ସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ସେ ଦୃଷ୍ଟିରୁ ଡ୍ରଙ୍କ-ଡ୍ରାଇଭ୍ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ମଦ୍ୟପାନ ନ କରି ଗାଡ଼ି ଚଲାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିବେଦନ କରିଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, "ଯଦି କେଉଁଠି ସେଲିବ୍ରେସନ ପାଇଁ ଯାଉଛନ୍ତି, ତାହାଲେ ନିଜର ବ୍ୟକ୍ତିଗତ ଡ଼୍ରାଇଭର ନେଇକି ଯିବାର ବୁଦ୍ଧିମତାର କାମ । ଯଦି ଆପଣ ମଦ୍ୟପାନ କରିଛନ୍ତି ତାହାଲେ ଆମେ ନିବେଦନ କରିବୁ ଗାଡି ଚାଲାନ୍ତୁ ନାହିଁ । ଆମେ ଆମର ଏନଫୋର୍ସମେଣ୍ଟ ଓ ରେଗୁଲେସନ ଜାରି ରଖିବୁ । ଆମ ଦ୍ବାରା ଯାହା ଆରେଞ୍ଜମେଣ୍ଟ, ଏଭିକ୍ସେନ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାହା ଜାରି ରଖିବୁ ।"
କ୍ଷମତାଠାରୁ ଅଧିକ ଲୋକ ସାମିଲ ନ କରିବାକୁ ପରାମର୍ଶ: