ଓଡିଶା

odisha

ETV Bharat / state

ନକଲି NCERT ବହି ବିକ୍ରି ରାକେଟ୍: ୩ ଗିରଫ, ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସନ୍ଦେହ - Duplicate Book Racket - DUPLICATE BOOK RACKET

Duplicate Book Racket: ନକଲି NCERT ବହି ବିକ୍ରି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ଏହାର ଚେର କେତେ ଦୂର ଲମ୍ବିଛି ତାହାର ଖୋଳତାଡ଼ କରୁଛି ପୋଲିସ । ଅଧିକ ପଢନ୍ତୁ

Duplicate Book
Duplicate Book (ETV Bharat Odisha)

By ETV Bharat Odisha Team

Published : May 6, 2024, 8:46 PM IST

ଭୁବନେଶ୍ୱର: ନକଲି NCERT ବହି ବିକ୍ରି ଘଟଣା । ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଭୁବନେଶ୍ବରରେ ଥିବା ଶୁଭମ ଓ ମଙ୍ଗଳା ବୁକ୍ ଷ୍ଟୋର ମାଲିକ ଏବଂ ଜଣେ କର୍ମଚାରୀ । ଏହି ରାକେଟରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "ପ୍ରଥମେ NCERTର କୋଲକାତା ଅଧିକାରୀ ଏନେଇ ଖାରବେଳ‌ନଗର ଅଞ୍ଚଳରୁ ନକଲି ବହି ବିକ୍ରି ହେଉଥିବା ଠାବ କରି ପୋଲିସକୁ ଖବର ଦେଇଥିଲେ‌ । ପୋଲିସ ଏକ ଟିମ୍ ଗଠନ କରି ମଙ୍ଗଳା ବୁକ ଷ୍ଟୋରରେ ରେଡ ପରେ ଏକ ଅଟୋରୁ ୨୩୫ ଖଣ୍ଡ ବହି ଜବତ କରିଛି । ଏହାସହ ଶୁଭମ ବୁକ୍ ଷ୍ଟୋରରେ ମଧ୍ୟ ପୋଲିସ ଚଢାଉ କରିଥିଲା । ଦୋକାନର ପଛପଟେ ଥିବା ଏକ ଗୋଦାମରେ ବହି ଷ୍ଟକ ରଖାଯାଇଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ଏହି ମାମଲାରେ ଶୁଭମ ବୁକ୍ ଷ୍ଟୋର ମାଲିକ ବ୍ରଜ ମୋହନ ମହାରଣାଙ୍କ ସହ ସେଲ୍ସ ମ୍ୟାନ ତାପସ ଗିରି ଓ ମଙ୍ଗଳା ବୁକ୍ ଷ୍ଟୋର ମାଲିକ ଅଜୟ ସ୍ବାଇଁ ଗିରଫ ହୋଇଛନ୍ତି ।


ସୂଚନା ଅନୁସାରେ, ଖରାପ କ୍ବାଲିଟି ପେପର ଓ ପ୍ରିଣ୍ଟ ବ୍ୟବହାର କରାଯାଇ ତିଆରି ହେଉଥିଲା ବହି । ଅନଲାଇନରୁ ବହିକୁ ଡାଉନଲୋଡ କରି ଏପରି ବହି ପ୍ରସ୍ତୁତ ପରେ ବଜାରରେ ବିକ୍ରି କରୁଥିଲେ । କିଛି ହତ ଗଣତି ବୁକ୍ ଷ୍ଟୋରରେ ଥିଲା ଏମାନଙ୍କ ନେଟୱର୍କ । ନିର୍ଦ୍ଦିଷ୍ଟ ବହି ଦୋକାନରେ ଲୁଚା ଛପାରେ ବିକ୍ରି କରୁଥିଲେ ଏଭଳି ନକଲି ବହି । ହେଲେ ଅସଲ ଦାମ ନେଇ ନକଲି ବିକ୍ରି କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଚୁନା ଲଗାଉଥିଲେ ଏହି ଅଭିଯୁକ୍ତ । ବହି ପ୍ରସ୍ତୁତ ହୋଇ ଗୋଦାମରେ ଷ୍ଟକ୍ ରଖାଯାଉଥିଲା । ପରେ ବହି ଦୋକାନୀ ବହି ମଗାଇ ବିକ୍ରି କରୁଥିଲେ । ଏହି ନକଲି ବହି ଠାବ ହୋଇଥିବା ବହି ଗୋଦାମ ଶୁଭମ ବୁକ୍ ଷ୍ଟୋରରୁ ଭୁବନେଶ୍ୱର ସବୁ ସ୍ଥାନକୁ ବହି ସପ୍ଲାଏ ହେଉଥିଲା । ଲୋକାଲ ପ୍ରିଣ୍ଟିଂ ହାଉସରେ ପ୍ରିଣ୍ଟ କରାଯାଇଥିବା ବହି ଗୁଡିକର ପେପର କ୍ବାଲିଟିରୁ ଜଣାପଡୁଛି ବୋଲି କହିଛି ପୋଲିସ । ଅର୍ଥାତ୍ ବହିକୁ ବାହାରୁ ପ୍ରିଣ୍ଟ କରି ଟ୍ରାନ୍ସପୋର୍ଟ କରିବାରେ ସମସ୍ୟା ନହେବା ପାଇଁ ଏଭଳି ଉପାୟ ଅବଲମ୍ବନ କରୁଥିଲେ ଅଭିଯୁକ୍ତ ।

ଏହା ବି ପଢନ୍ତୁ...ନକଲି NCERT ବହି ଗୋଦାମ ଠାବ, ଗୌହ୍ୱାଟୀ ପରେ ଭୁବନେଶ୍ୱରରେ ବଡ଼ ରେଡ୍ - Fake Book Seized

ଭୁବନେଶ୍ୱର ନା ଭୁବନେଶ୍ୱର ବାହାରେ ପ୍ରିଣ୍ଟ କରୁଥିଲେ । ସେନେଇ‌ ପୋଲିସ ଖୋଳତାଡ଼ କରୁଛି । କିଛି ପ୍ରିଣ୍ଟିଂ ହାଉସ ଉପରେ ନଜର ରଖିବା ସହ ଛାନଭିନ କରୁଛି ପୋଲିସ । ନକଲି ବହି ବିକ୍ରି ଦ୍ବାରା ସରକାରୀ ରାଜସ୍ବ ମଧ୍ୟ ହାନି ହେଉଥିଲା । ନିମ୍ନମାନର ବହି ନେଇ କେତେକ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ଅଭିଯୋଗ ଆଣିଥିଲେ । ଇଷ୍ଟର୍ଣ୍ଣ ଜୋନ ଏହି ରାକେଟ ସକ୍ରିୟ ଥିବା ନେଇ ଏନସିଇଆରଟି ଅଧିକାରୀ ସନ୍ଦେହ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details