ଭୁବନେଶ୍ବର:ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ (ଏସପି)ଙ୍କୁ ସେବା ଓ ସୁରକ୍ଷାର ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜିଲ୍ଲାପାଳ ସମ୍ମିଳନୀ ଦ୍ବିତୀୟ ଦିବସରେ ଓଡିଶା ପୋଲିସ ବରିଷ୍ଠ ଅଧିକାରୀ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କୁ କଡା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମିଳନୀ ଆଜି ଶେଷ ହେଉଛି । ରାଜ୍ୟରେ ନୂଆ ସରକାର ଆସିବା ପରେ ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବିକାଶର ରୋଡ ମ୍ୟାପ ପ୍ରସ୍ତୁତିର ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ । ରାଜ୍ୟରେ କିପରେ ଲୋକଙ୍କୁ ସଠିକ୍ ସମୟରେ ସେବା ଯୋଗାଇବା ସହିତ ମହିଳା ଏବଂ ଶିଶୁଙ୍କ ପ୍ରତି ହିଂସା, ନିର୍ଯାତନା କମିବ ଏହା ଉପରେ ଆଲୋକପାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
‘ଭାରତରେ ଓଡ଼ିଶା ପୋଲିସ ଏକ ନମ୍ବର ହେବ’-
"ପୋଲିସର ମନ୍ତ୍ର ସେବା ଓ ସୁରକ୍ଷା । ଥାନାରେ ଥିବା ମହିଳା ଓ ଶିଶୁ ଡେସ୍କକୁ ଅଧିକ କାର୍ଯ୍ୟଶୀଳ କରାନ୍ତୁ । ୮ରୁ୧୦ ଘଣ୍ଟା ନୁହେଁ ୨୪ ଘଣ୍ଟା କାମ କରନ୍ତୁ । ବ୍ୟକ୍ତିର ଆଚରଣ ଓ ଉଚ୍ଚାରଣରେ ଅଧା ସମସ୍ୟା ସମାଧାନ ହୁଏ । ଥାନାକୁ ଆସୁଥିବା ଲୋକ ସହ ଆଚରଣ ଓ ଉଚ୍ଚାରଣ ସର୍ବଦା ଭଲ ରଖ । ଦିବ୍ୟାଙ୍ଗ ଓ ଅସହାୟଙ୍କ କଥା ଆଗ ବୁଝ, ନ୍ୟାୟ ପାଇଁ କେତେ ସେ କଷ୍ଟ କରନ୍ତି । ରାତି ଦୁଇଟାରେ ଯଦି କିଏ ଅଭିଯୋଗ ନେଇ ଆସୁଛି ତା ଅଭିଯୋଗକୁ ମଧ୍ୟ ଶୁଣନ୍ତୁ," ବୋଲି ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନୀରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ବି ପଢନ୍ତୁ- ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen
CM Mohan majhi (ETV Bharat Odisha) Collector SP Conference (ETV Bharat Odisha) ପୋଲିସ ଡିଜିଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ-
Collector SP Conference (ETV Bharat Odisha) ଜିଲ୍ଲାପାଳ ଓ ଏସପିଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । "ମହିଳା ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳିବା ଦରକାର । ଅପରାଧୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି ପୋଷଣ କରନ୍ତୁ । ମହିଳାଙ୍କ ବିରୋଧୀ ଅପରାଧରେ ତୁରନ୍ତ ନ୍ୟାୟ ମିଳୁ । ମହିଳା ବିରୋଧୀ ଅପରାଧ ନେଇ ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କର । ସପ୍ତାହକ ମଧ୍ୟରେ ତଦନ୍ତ ଓ ଦଣ୍ଡବିଧାନ ତଥ୍ୟ ଦେବାକୁ ନିର୍ଦ୍ଦେଶ । ଚୋର ଡାଳେ ଡାଳେ ଗଲେ ପୋଲିସ ପତ୍ରେ ପତ୍ରେ ଯିବା ଉଚିତ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ଆମ କାମ ୮/୧୦ ଘଣ୍ଟାରେ ସରେନି, ୨୪ ଘଣ୍ଟା କାମ କରନ୍ତୁ । ଏପଟେ ମଡର୍ଣ୍ଣ ପୋଲିସିଂ ଉପରେ ଗୁରୁତ୍ୱ ଦେବା, ଓଡ଼ିଶା ପୋଲିସକୁ ଏକ ନମ୍ୱର କରିବା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।
Collector SP Conference (ETV Bharat Odisha) ‘ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟନ’
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଧାମରେ 1043 ପଦବୀ ବିଶିଷ୍ଟ ସ୍ୱତନ୍ତ୍ର ବାଟାଲିୟନ ପ୍ରତିଷ୍ଠା କରିବେ ରାଜ୍ୟ ସରକାର । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିଅନ ହେବ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । "ଏଥିପାଇଁ ନିଷ୍ପତ୍ତି ହୋଇଛି, ପ୍ରକ୍ରିୟା ଜାରି ରହିଛି । ଥାନାକୁ ନୂଆ ୯ ହଜାର ମୋଟର ସାଇକେଲ ପ୍ରଦାନ ସହ ୨ ଚକିଆ ଓ ୪ ଚକିଆ ଯାନ ପ୍ରଦାନ କରାଯିବ । ଶ୍ରୀମନ୍ଦିର ପାଇଁ 1143 ସ୍ୱତନ୍ତ୍ର ବାଟାଲିୟନ କରିବେ ସରକାର । ୧୦ଟି ମେଡିକାଲ କଲେଜରେ ୧୦ଟି ଫାଣ୍ଡି ପ୍ରତିଷ୍ଠା କରାଯିବ । ୧୦ଟି ନୂଆ ଓଡ୍ରାଫ ୟୁନିଟ ତିଆରି ହେବ ପ୍ରତି ଜିଲ୍ଲା ରେ ଗୋଟିଏ ୟୁନିଟ ଖୋଲିବ। OSSF ପାଇଁ ୩ଟି ନୂଆ ବାଟାଲିୟନ ଗଠନ ହେବ। "
Collector SP Conference (ETV Bharat Odisha) ଇଟିଭି ଭାରତ, ଭୁବନେଶ୍ବର