ଓଡିଶା

odisha

ETV Bharat / state

କୋରାପୁଟ କଫି ଟୁରିଜିମ: ବଗିଚା ବୁଲି ମଜା ନେଉଛନ୍ତି ପର୍ଯ୍ୟଟକ, ଆକର୍ଷିତ କରୁଛି ସୁଗନ୍ଧ ଓ ସ୍ବାଦ - COFFEE TOURISM

ମନ ମୋହୁଛି କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ବଗିଚା । କୋରାପୁଟରୁ ସିଏଚ ଶାନ୍ତାକାରଙ୍କ ରିପୋର୍ଟ।

Koraput Coffee attracts tourist
Koraput Coffee attracts tourist (ETV Bharat Odisha)

By ETV Bharat Odisha Team

Published : Dec 24, 2024, 5:10 PM IST

କୋରାପୁଟ:ପର୍ଯ୍ୟଟନ କ୍ଷେତ୍ର କଥା ହେଉ ବା କଫି ବଗିଚା । କୋରାପୁଟ ଜିଲ୍ଲା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କୋରାପୁଟ ଗସ୍ତ ଜିଲ୍ଲା ପାଇଁ ଆହୁରି ନୂଆ ସମ୍ଭାବନା ଆଣିବା ନେଇ ଆଶା ସଞ୍ଚାର କରିଛି ।

Koraput Coffee attracts tourist (ETV Bharat Odisha)

ପର୍ଯ୍ୟଟନର ବିକାଶ ପାଇଁ ଆଲୋଚନା:

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ପ୍ରାକୃତିକ ସୌନ୍ଦର୍ଯ୍ୟଭରା କଫି ବଗିଚାକୁ ନେଇ କିପରି ପର୍ଯ୍ୟଟନର ବିକାଶ ହୋଇପାରିବ ସେସମ୍ପର୍କରେ ଆଲୋଚନା କରାଯିବ । ଆମେ କିଭଳି କଫି ବଗିଚାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରି ପାରିବା ସେନେଇ ଆମେ କଥା ହୋଇଛୁ ।" ପର୍ଯ୍ୟଟକ ଜୟନ୍ତ ମିଶ୍ର କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରି କହିଛନ୍ତି, "ପ୍ରଥମ ଥର ପାଇଁ ଆଜି କୋରାପୁଟ ଆସିଛି । କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭଳି ସ୍ଥାନ ଓଡ଼ିଶା ଭିତରେ ଆଉ କୌଣସି ସ୍ଥାନରେ ନଥିବ ।

Koraput Coffee attracts tourist (ETV Bharat Odisha)

କୋରାପୁଟ କଫି:

କୋରାପୁଟରେ ପ୍ରସ୍ତୁତ ହେଉଥିବା କଫି ଏହାର ସ୍ବାଦ ଓ ସୁଗନ୍ଧ ପାଇଁ ବେଶ ପରିଚିତ । ଯାହାକି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି । ଏହାସହ ବୃଦ୍ଧି ପାଉଥିବା ଶିଳ୍ପ ପାଇଁ ପଥ ପରିଷ୍କାର କରିଛି । କଫି ଚାଷର ପ୍ରକ୍ରିୟା, ତୋଳିବାର ଆନନ୍ଦ ଓ କଫି ର ପ୍ରକ୍ରିୟାକରଣ ବିଷୟରେ ଜ୍ଞାନ ଆହରଣ କରିବା ଆଦି ବିଷୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣିଥାଏ । କଫି ଫାର୍ମଗୁଡିକରେ ଅଳେଇଚ, ଗୋଲମରିଚ ଓ ଡାଲଚିନି ଭଳି ବିଭିନ୍ନ ମସଲା ଚାଷ ହୋଇଥାଏ । ଏସବୁ ଚାଷ ଦେଖିବା ପାଇଁ ମଧ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପରିଲକ୍ଷିତ ହୋଇଥାଏ ।

Koraput Coffee attracts tourist (ETV Bharat Odisha)

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ବଗିଚା:

ଜିଲ୍ଲାର ଅଧିକାଂଶ ଅଞ୍ଚଳ କରି ମାକ୍କୁଣ୍ଡ, ଦେଓମାଳି ପାହାଡ ପାଦଦେଶ, ନନ୍ଦପୁର ଏବଂ ଦଶମନ୍ତପୁର ବ୍ଲକରେ ପାଇଁ କଫି ବଗିଚା ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ବୋଲି କହିଛନ୍ତି କଫି ବୋର୍ଡ SLO ଉପେନ୍ଦ୍ର ଶାହ । ସେ ଆହୁରି ମଧ୍ୟ କହିଛନ୍ତି, "ଫୁଲ ଫୁଟିବା ଦିନଠାରୁ ଆରମ୍ଭ କରି ଜିଲ୍ଲାର ହଜାର ହଜାର ହେକ୍ଟର ଜମିରେ ବ୍ୟାପିଥିବା କଫି ଫାର୍ମରେ କଫି ଚେରି ଅମଳ ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବର୍ଷର ବିଭିନ୍ନ ସମୟରେ ବୁଲିବାକୁ ଆସିଥାନ୍ତି ।"

Koraput Coffee attracts tourist (ETV Bharat Odisha)

ପଡୋଶୀ ରାଜ୍ୟ ଭଳି ହେବ ଆନୁଷଙ୍ଗିକ ବ୍ୟବସ୍ଥା:

ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଛୋଟାଗୁଡାର ବ୍ରାଉନ ଭ୍ୟାଲି କଫି ଫାର୍ମର ଅଗ୍ରଣୀକଫି ଉଦ୍ୟୋଗୀ ସୁଜୟ ପ୍ରଧାନ କହିଛନ୍ତି, " ଯେଉଁଠି କଫି, ଚା' ଚାଷ ହେଉଛି ସେଠାରେ ପର୍ଯ୍ୟଟକମାନଙ୍କ ଆଗମନର ସମ୍ଭାବନା ବେଶ ଅଧିକ ରହିଛି । ପୂର୍ବତଟ ପର୍ବତମାଳା ଆରକୁ ଭ୍ୟାଲି ଅନ୍ତର୍ଜାତୀୟ ସ୍ତରରେ ନାଁ କରିସାରିଛି । ସବୁଆଡୁ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି । ଯେଉଁ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି ସେମାନେ ନିରାପଦ ମନେ କରୁଛନ୍ତି । କୋରାପୁଟକୁ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେମାନଙ୍କୁ ବେଶ ଭଲ ଲାଗୁଛି । ଏଠାରେ ୨ଟି ଜିନିଷ ସେମାନେ ପାଉଛନ୍ତି । ଗୋଟିଏ ହେଲା ପାହାଡ, ପର୍ବତ, ଝରଣାର ସ୍ୱାଦ ପାଉଛନ୍ତି ଓ ଅନ୍ୟଟି ହେଲା କଫି ବଗିଚାରେ କଫି ତୋଳିବା, କଫି ଫୁଲ ଦେଖିବାକୁ ପାଉଛନ୍ତି ।"

ନିଯୁକ୍ତି ସୁଯୋଗ:

କୋରାପୁଟର କଫି ବୃକ୍ଷରୋପଣ ମଧ୍ୟ ସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥାଏ । ସୁନ୍ଦର ସବୁଜ ବୃକ୍ଷରୋପଣ, କୁହୁଡି ଭରା ପାହାଡ ଏବଂ ସୁଗନ୍ଧିତ କଫି ବଗିଚା ସହିତ କୋରାପୁଟର ପ୍ରକୃତି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଉପକୂଳ ଓଡିଶାରୁ ଆସିଥିବା ପର୍ଯ୍ୟଟକ ମତ ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ...

କୋରାପୁଟରେ ପକ୍ଷୀଙ୍କ ଆସର, କିଚିରିମିଚିରି ଶବ୍ଦରେ ପୂରିଉଠୁଛି କଫି ବଗିଚା

କଫି ଗଛର ନବୀକରଣ ଓ ପୁନଃରୋପଣ, ସହାୟତା କରୁଛି କଫି ବୋର୍ଡ - Koraput Coffee Farming

ବିଦେଶରେ ଚମକିଲା କୋରାପୁଟ କଫି, ମହିଳା ଉଦ୍ୟୋଗୀ କରୁଛନ୍ତି ଆଦିବାସୀଙ୍କୁ ସ୍ବାବଲମ୍ବୀ - KORAPUT COFFEE FARMING

ଦିନ ମଜୁରିଆଙ୍କୁ ଉଦ୍ୟୋଗୀ କରିବା ପାଇଁ ଆଗଭର ମହିଳା କଫି ଉଦ୍ୟୋଗୀ - Koraput Coffee entrepreneur

କଫି ମିଶନ କୋରାପୁଟରେ ଆଣିଦେବ ଅଧିକ କଫି ଉତ୍ପାଦନ


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details