ଓଡିଶା

odisha

ETV Bharat / state

ଦିନ ମଜୁରିଆଙ୍କୁ ଉଦ୍ୟୋଗୀ କରିବା ପାଇଁ ଆଗଭର ମହିଳା କଫି ଉଦ୍ୟୋଗୀ - Koraput Coffee entrepreneur

Koraput Coffee entrepreneur: ଆଦିବାସୀ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ କୋରାପୁଟ କଫି ଉଦ୍ୟୋଗୀ ରାଜେଶ୍ୱରୀ ରେଡ୍ଡୀଙ୍କ ପ୍ରୟାସ । ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସ୍ୱାବଲମ୍ବୀ କରିବାକୁ କରୁଛନ୍ତି ଚେଷ୍ଟା । ଅଧିକ ପଢନ୍ତୁ

By ETV Bharat Odisha Team

Published : May 27, 2024, 2:08 PM IST

Koraput Coffee entrepreneur
Koraput Coffee entrepreneur (ETV Bharat odisha)

କୋରାପୁଟ:ଆଦିବାସୀ ମହିଳା ହେବେ ସ୍ୱାବଲମ୍ବୀ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲାର ଗ୍ରାମ ନିକଟସ୍ଥ ଏକ କଫି ବଗିଚାର ଉଦ୍ୟୋଗୀ ଯୁବତୀ ରାଜେଶ୍ୱରୀ ରେଡ୍ଡୀ ସ୍ଥାନୀୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ରାଜେଶ୍ୱରୀ ରେଡ୍ଡୀ ତାଙ୍କ କଫି ବଗିଚାରୁ ପ୍ରସ୍ତୁତ ହେଉଥିବା କଫି ଗୁଣ୍ଡର ନାଁ 'କେଲାର କଫି' ରଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟରେ ପ୍ରଶଂସାର ପାତ୍ର ହୋଇଥିବା ବେଳେ ଏବେ ଆଦିବାସୀ ମହିଳାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ଉଦ୍ୟୋଗୀ କରିବା ଆରମ୍ଭ କରିଛନ୍ତି ।

Koraput Coffee entrepreneur (ETV Bharat odisha)

କଫି ବଗିଚାରେ କାମ କରୁଥିବା ଆଦିବାସୀ ମହିଳାମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି ରାଜେଶ୍ୱରୀ ଓ ତାଙ୍କ ମାଆ । ସେମାନଙ୍କୁ ତାଲିମ ଦେବା ସହ ଏକ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଆଦିବାସୀ ମହିଳା ମାନେ କେଉଁ ପ୍ରକାରର ଉଦ୍ୟୋଗ ଆରମ୍ଭ କରିପାରିବେ ସେବିଷୟରେ ତାଙ୍କୁ ରାମକୃଷ୍ଣ ସୁରଦେଓ ତାଲିମ ପ୍ରଦାନ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ 19 ଜଣ ମହିଳା ଦିନ ମଜୁରିଆଙ୍କୁ କେଲାର କଫି ବଗିଚାରେ ଦକ୍ଷତା ବୃଦ୍ଧିର ତାଲିମ ପ୍ରଦାନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. କଫି ଗଛର ନବୀକରଣ ଓ ପୁନଃରୋପଣ, ସହାୟତା କରୁଛି କଫି ବୋର୍ଡ - Koraput Coffee Farming


କୋରାପୁଟ ବର୍ତ୍ତମାନ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ସହ ନିଜର ପରିଚୟ ସୃଷ୍ଟି କରିପାରିଛି । କୋରାପୁଟ ଅଂଚଳର କଫି, ଅଦା , ଝାଡୁ , ଲେମନ ଗ୍ରାସ ତେଲ , କଞ୍ଚା ହଳଦୀ , ହଳଦୀ ସାବୁନ , କଳା ଜିରା ଧାନ କିମ୍ବା ମିଲେଟ ଜାତୀୟ ଶସ୍ୟ ଭଳି ବିଭିନ୍ନ କ୍ଷେତ୍ରରେ ଜିଲ୍ଲାର ଆଦିବାସୀ ପରିବାର ଏବଂ ବିଶେଷ କରି ମହିଳାମାନେ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

ମହିଳା ଏକାଠି ହେଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ । ଏହି ଧାରାରେ ସ୍ଥାନୀୟ ପରିବେଶକୁ ସୁରକ୍ଷା ଦେବା ସହିତ ସାମୁହିକ ପ୍ରଗତି ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ପ୍ରକାରର ଚାଷବାସ ସହିତ ବିଭିନ୍ନ ପ୍ରକଳ୍ପ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । ଏହି କଫି ବଗିଚାରେ କାର୍ଯ୍ୟରତ ମହିଳା ଦିନ ମଜୁରିଆଙ୍କ ମଧ୍ୟରେ ପ୍ରଗତି ଆଣିବାର ଅମାପ ସମ୍ଭାବନା ରହିଥିବା ବେଳେ ସେମାନଙ୍କ ଦକ୍ଷତା ବୃଦ୍ଧି ହେବାଦ୍ୱାରା ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରିବେ ବୋଲି ପ୍ରଶିକ୍ଷକ ସୁରଦେଓ ଆଶାପୋଷଣ କରିଛନ୍ତି । ଖେଳ ଖେଳରେ ନିଜ ଭିତରର ସମ୍ଭାବନା ସହିତ ପରିଚିତ ହୋଇପାରିଥିବା ଯୋଗୁଁ ଆଗକୁ କାର୍ଯ୍ୟ କରିବା ଓ ସାଂଗଠନିକ କାର୍ଯ୍ୟ ସମ୍ପାଦିତ କରିବାରେ ସହାୟକ ହେବ ବୋଲି ରାଜେଶ୍ୱରୀ ରେଡ୍ଡୀ ମତ ରଖିଛନ୍ତି ।

କୋରାପୁଟ, ଇଟିଭି ଭାରତ

ABOUT THE AUTHOR

...view details