ହାଇଦ୍ରାବାଦ: ଇତିହାସ ରଚିବାକୁ ଯାଉଛି ଭାରତୀୟ ଗବେଷଣା ସଂସ୍ଥା (ଇସ୍ରୋ) । ୟୁରୋପୀୟ ସ୍ପେଶ ଏଜେନ୍ସି (ESA)ର ପ୍ରୋବା-3 ସାଟେଲାଇଟ୍କୁ ଆଜି ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସତୀଶ ଭବନ ସ୍ପେଶ୍ ସେଣ୍ଟରରୁ ଅପରାହ୍ନ 4:08ଟାରେ ଲଞ୍ଚ କରାଯିବ । ଏହାସହିତ ଇସ୍ରୋ ବିଶ୍ବର ପ୍ରଥମ 'ପ୍ରିସିସନ୍ ଫର୍ମେସନ୍ ଫ୍ଲାଇଙ୍ଗ' ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି । ଦୁଇଟି ଛୋଟ ସ୍ପେଶକ୍ରାଫ୍ଟ- କରୋନାଗ୍ରାଫ ସ୍ପେଶକ୍ରାଫ୍ଟ (CSC) ଓ ଅକଲ୍ଟର ସ୍ପେଶକ୍ରାଫ୍ଟ (OSC) ବହନ କରୁଥିବା ଏହି ସାଟେଲାଇଟ୍କୁ ଇସ୍ରୋର PSLV-C59 ଭେହିକଲରୁ ଲଞ୍ଚ କରାଯିବ ।
🚀 Liftoff Day is Here!
— ISRO (@isro) December 4, 2024
PSLV-C59, showcasing the proven expertise of ISRO, is ready to deliver ESA’s PROBA-3 satellites into orbit. This mission, powered by NSIL with ISRO’s engineering excellence, reflects the strength of international collaboration.
🌌 A proud milestone in… pic.twitter.com/KUTe5zeyIb
ନ୍ୟୁ ସ୍ପେଶ୍ ଇଣ୍ଡିଆ ଲିମିଟେଡ୍ (NSIL) ସହିତ ଏହା ପ୍ରଥମ ମିଶନ ଯାହାକି ESAର ଏହି PROBA-3 ସାଟେଲାଇଟକୁ ଏକ ଉଚ୍ଚ ଅଲିପ୍ଟିକାଲ୍ କକ୍ଷପଥରେ ସ୍ଥାନିତ କରିବ । ପ୍ରୋବା-3 ମିଶନକୁ ଲଞ୍ଚ ଭେହିକଲ PSLV-C59ରେ ଉତକ୍ଷେପଣ କରାଯିବ ଯାହାକି ଇସ୍ରୋର PSLVର 61ତମ ଉଡ଼ାଣ ହେବ ଏବଂ PSLV-XL ସଂରଚନା ବ୍ୟବହାର କରିଥିବା 26ତମ ଉଡ଼ାଣ ହେବ । ISRO ୟୁରୋପୀୟ ସାଟେଲାଇଟକୁ ଲଞ୍ଚ କରୁଥିବାରୁ ଏହା ଭାରତର ନିର୍ଭରଯୋଗ୍ୟ ଏବଂ ବଢୁଥିବା ମହାକାଶ କ୍ଷମତା ପ୍ରଦର୍ଶନ କରୁଛି ।
Proba-3 mission: କେଉଁଠି ଓ କେତେବେଳେ ଦେଖିବେ LIVE
ଶ୍ରୀହରିକୋଟା ସ୍ଥିତ ସତୀଶ ଭବନ ସ୍ପେଶ୍ ସେଣ୍ଟରରୁ ଅପରାହ୍ନ 4:08ଟାରେ ଲଞ୍ଚ କରାଯିବ ୟୁରୋପର ସୂର୍ଯ୍ୟ ମିଶନ ପ୍ରୋବା-3 । ଏହି ମିଶନକୁ ଦେଶବାସୀ ଲାଇଭ ଦେଖିପାରିବେ । ISROର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଶବାସୀ ଲଞ୍ଚ ବେଳର ସିଧାପ୍ରସାରଣ ଦେଖିପାରିବେ । ଏହା ଅପରାହ୍ନ 3:30ରୁ ଆରମ୍ଭ ହେବ । ଇସ୍ରୋର 44.5ମିଟର ବିଶିଷ୍ଟ PSLV-C59 ଲଞ୍ଚ୍ ଭେହିକଲ 550କିଗ୍ରାର ପ୍ରୋବା-3 ସାଟେଲାଇଟ୍କୁ ଲଞ୍ଚ କରିବ । ଏଥିରେ କରୋନାଗ୍ରାଫ ସ୍ପେଶକ୍ରାଫ୍ଟର ଓଜନ 310କିଗ୍ରା ଥିବା ବେଳେ ଅକଲ୍ଟର ସ୍ପେଶକ୍ରାଫ୍ଟର ଓଜନ 240କିଗ୍ରା ରହିଛି ।
ଏହା ବି ପଢନ୍ତୁ |
|
ESA’s Proba-3 will be the first mission to create an artificial total solar eclipse by flying a pair of satellites 150 metres apart.
— ESA Science (@esascience) December 3, 2024
What mysteries will the mission help solve? Find out here 👉 https://t.co/OmB7xnWFs0 and in the 🧵below 👇 pic.twitter.com/1GgjpDxl8u
କଣ ପ୍ରୋବା-3 ମିଶନର ଲକ୍ଷ୍ୟ ?
ୟୁରୋପର ପ୍ରୋବା-3 ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା । ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା ସହଜ କଥା ନୁହେଁ, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ କରୋନା ବା ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍ କରି ଅନ୍ଧକାର ସୃଷ୍ଟି କରିବ । ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି । ଅନ୍ୟ ମହାକାଶୟାନଟି କରୋନାକୁ ଅଧ୍ୟୟନ କରିବ । ପ୍ରାୟ 6 ଘଣ୍ଟା ଧରି ବୈଜ୍ଞାନିକମାନେ ଗବେଷଣା କରିବେ ।
ISRO ଓ ESAର ଭୂମିକା କଣ ରହିବ ?
ଇସ୍ରୋ ପ୍ରୋବା-3 ମିଶନର ଲଞ୍ଚ ଦାୟିତ୍ବ ସମ୍ଭାଳିବ ଓ ୟୁରୋପୀୟ ମହାକାଶ ଏଜେନ୍ସି ESAର ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ କରୋନା ଉପରେ ଗବେଷଣା କରିବେ । ଏହି ଲଞ୍ଚ୍ ଇସ୍ରୋକୁ ମଧ୍ୟ ଏକ ମୂଲ୍ୟବାନ ଅଭିଜ୍ଞତା ପ୍ରଦାନ କରିବ । ଇସ୍ରୋର PSLV-XL ଲଞ୍ଚ୍ ଭେହିକଲ ପୂର୍ବରୁ ଭାରି ପେଲୋଡ୍ ଥିବା ଚନ୍ଦ୍ରଯାନ ଓ ମଙ୍ଗଳ ମିଶନକୁ ମଧ୍ୟ ସଫଳତାର ସହିତ ଲଞ୍ଚ କରିଛି । ସୌର ଝଡ଼ ଏବଂ ଏଥିରୁ ବାହାରୁଥିବା ପବନ ପୃଥିବୀରେ ସାଟେଲାଇଟ୍ ଯୋଗାଯୋଗ, ନାଭିଗେସନ୍ ଏବଂ ପାୱାର ଗ୍ରୀଡକୁ ଉପରେ ପ୍ରଭାବ ପକାଇଥାଏ । ଏହା ଉପରେ ୟୁରୋପୀୟ ମହାକାଶ ଏଜେନ୍ସିର ବୈଜ୍ଞାନିକମାନେ ଅଧ୍ୟୟନ କରିବେ ।
Watch live: how to watch the launch of ESA's eclipse-making #Proba3 on an @ISRO PSLV-XL rocket on Wednesday, 4 December, at 11:38 CET (10:38 GMT, 16:08 local time).https://t.co/gGsiK3O3CN
— European Space Agency (@esa) November 28, 2024
ସୂଚନା ଥାଉ କି ପୂର୍ବରୁ ଇସ୍ରୋ ପ୍ରୋବା-1 ମିଶନକୁ 2001ରେ ପ୍ରୋବା-2 ମିଶନକୁ 2009ରେ ଲଞ୍ଚ କରିଥିଲା । ସେପଟେ ୟୁରୋପୀୟ ସ୍ପେଶ୍ ଏଜେନ୍ସି 2013 ମସିହାରେ Proba-V ମିଶନକୁ ଲଞ୍ଚ କରିଥିଲା ।