ଓଡିଶା

odisha

ETV Bharat / state

୫ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ; ପଞ୍ଚମ ଦିନରେ ୫ ଜିଲ୍ଲାର ୩୪୩ ସ୍କୁଲ ଲୋକାର୍ପିତ - ପଞ୍ଚମ ଦିନରେ ୩୪୩ ସ୍କୁଲ ଲୋକାର୍ପିତ

CM Naveen Patnaik Dedicates 343 Transformed High Schools: ଜାରି ରହିଛି 5ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟ । ପଞ୍ଚମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ଏହି ସ୍କୁଲ ଲୋକାର୍ପଣ ହୋଇଛି । ଅଧିକ ପଢନ୍ତୁ

୫ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ; ପଞ୍ଚମ ଦିନରେ ୫ ଜିଲ୍ଲାର ୩୪୩ ସ୍କୁଲ ଲୋକାର୍ପିତ
୫ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟ; ପଞ୍ଚମ ଦିନରେ ୫ ଜିଲ୍ଲାର ୩୪୩ ସ୍କୁଲ ଲୋକାର୍ପିତ

By ETV Bharat Odisha Team

Published : Jan 29, 2024, 10:32 PM IST

ଭୁବନେଶ୍ବର: ଜାରି ରହିଛି 5ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟ । ପଞ୍ଚମ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାର ଏହି ସ୍କୁଲ ଲୋକାର୍ପଣ ହୋଇଛି । କଳାହାଣ୍ଡି ଜିଲ୍ଲାର ୭୩ଟି ହାଇସ୍କୁଲ, କନ୍ଧମାଳର ୪୬ଟି, କୋରାପୁଟର ୮୨ଟି, ଭଦ୍ରକର ୬୦ଟି ଓ ସୁନ୍ଦରଗଡର ୮୨ଟି ହାଇସ୍କୁଲ ଅନ୍ତର୍ଭୁକ୍ତ ।

ସ୍କୁଲ ରୂପାନ୍ତରଣ ଅଭିଯାନରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି । ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ଓ ବିଶ୍ବାସ ପ୍ରକଟ କରିଛନ୍ତି । ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ମୁଖ୍ୟମନ୍ତ୍ରୀ ପିଲାଙ୍କୁ ୫ଟିର ଗୁରୁତ୍ଵ ବୁଝାଇଛନ୍ତି ।

ଅଧିକ ପଢନ୍ତୁ- ୧୩୦ ନୂଆ ସ୍କୁଲ 5T ଅଭିଯାନରେ ରୂପାନ୍ତରିତ

୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି ଯେ, ୫ଟି ରୂପାନ୍ତରଣ ସରକାରୀ ସ୍କୁଲଗୁଡିକର ଗୁରୁତ୍ବ ବୃଦ୍ଧି କରିଛି । ୫ଟି ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି । ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି । ସ୍କୁଲମାନଙ୍କରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି । କାର୍ଯ୍ୟକ୍ରମରେ କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତ, କଳାହାଣ୍ଡିରେ ବିଧାୟକ ଦିବ୍ୟଶଙ୍କର ମିଶ୍ର, କୋରାପୁଟରେ ବିଧାୟକ ରଘୁରାମ ପଡାଲ, ଭଦ୍ରକରେ ବିଧାୟକ ପ୍ରଫୁଲ ସାମଲ ଏବଂ ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଯୋଗେଶ କୁମାର ସିଂ ପ୍ରମୁଖ ଯୋଗ ଦେଇଛନ୍ତି ।

ସେମାନେ କହିଛନ୍ତି ଯେ, ସ୍କୁଲ ରୂପାନ୍ତର ମାଧ୍ୟମରେ ରାଜ୍ୟର ବିଦ୍ୟାଳୟଗୁଡିକୁ ଶିକ୍ଷାର ମନ୍ଦିର ଭାବେ ଗଢି ତୋଳିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବହୁ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପର୍ଣ୍ଣ ଚିନ୍ତାଧାରା ଓ କାର୍ଯ୍ୟକ୍ରମ ଯୋଗୁ ଆଜି ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ଉପାନ୍ତ ଅଞ୍ଚଳରେ ମଧ୍ୟ ବିକାଶର ଚିତ୍ର ପରିଲକ୍ଷିତ ହେଉଛି । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ବଥୀ ଏସ ସ୍ବାଗତ ଭାଷଣ ଦେଇଛନ୍ତି । ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଛନ୍ତି । ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ଏହି ପର୍ଯ୍ୟାୟ ପରେ ରାଜ୍ୟରେ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details