ଓଡିଶା

odisha

ETV Bharat / state

ଫୋକସ୍‌ରେ ଚାଷ ଓ ଚାଷୀ; ବଜେଟରେ ବିଜେପି ଇସ୍ତାହାର ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - CM reviewed several departments - CM REVIEWED SEVERAL DEPARTMENTS

CM reviewed several departments: ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ସରକାରୀ ଦଳର ଇସ୍ତାହାର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

CM reviewed several departments
CM reviewed several departments (ETV Bharat Odisha)

By ETV Bharat Odisha Team

Published : Jun 17, 2024, 6:51 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାରୋଟି ବିଭାଗର ସମୀକ୍ଷା କରିଛନ୍ତି । ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୃହ, ଅର୍ଥ, ଜଳ ସମ୍ପଦ ଓ ଯୋଜନା ଓ ସଂଯୋଜନା ବିଭାଗର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଜେପି ଇସ୍ତାହାର ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭାଗମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

CM reviewed several departments (ETV Bharat Odisha)
CM reviewed several departments (ETV Bharat Odisha)

ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ୪ଟି ବିଭାଗର ଅଧିକାରୀ ସୌଜନ୍ୟତାମୂଳକ ସାକ୍ଷାତ କରିଛନ୍ତି । ପ୍ରଥମେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଓ ତାଙ୍କ ଟିମ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଟିମ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଓ ବିଭାଗର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଶେଷରେ ଯୋଜନା ଏବଂ ସଂଯୋଜନା ବିଭାଗର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସୌଜନ୍ୟତାମୂଳକ ସାକ୍ଷାତ ସହ ତାଙ୍କ ବିଭାଗର ଅଧିକାରୀଙ୍କୁ ଚିହ୍ନେଇବା ସହ ବିଭାଗ ପ୍ରମୁଖ କାର୍ଯ୍ୟ ବାବଦରେ ଅବଗତ କରାଇଛନ୍ତି । ବିଭାଗର କାର୍ଯ୍ୟଧାରା କେମିତି ହୁଏ, ସେ ବାବଦରେ ସେମାନେ ସୂଚନା ଦେଇଛନ୍ତି ।"

CM reviewed several departments (ETV Bharat Odisha)

ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା ଓ କାର୍ଯ୍ୟକ୍ରମକୁ ଜନାଭିମୁଖୀ କରିବା ପାଇଁ, ଯାହା କିଛି ପରିବର୍ତ୍ତନ ଆବଶ୍ୟକ ସେ ଦିଗରେ ଚିନ୍ତା କରନ୍ତୁ । ଅର୍ଥ ବିଭାଗ ବଜେଟ ପ୍ରସ୍ତୁତିର ପ୍ରଣାଳୀ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ସରକାରୀ ଦଳର ଥିବା ଇସ୍ତାହାରକୁ ବିଭାଗମାନେ ତର୍ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ।

CM reviewed several departments (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - Preparatory Meeting for Ratha Yatra

CM reviewed several departments (ETV Bharat Odisha)

ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, "ରାଜ୍ୟ ସରକାରଙ୍କ ଅଧିକ ଫୋକସରେ ଅଛନ୍ତି ଚାଷୀ । ତେଣୁ ଚାଷ ଜମିକୁ ପାଣି ଯୋଗାଇ ଦେବା ଏବଂ ମୌସୁମୀକୁ ଆଖି ଆଗରେ ରଖି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେତେ ସବୁ ପ୍ରକଳ୍ପ କାର୍ଯ୍ୟ ଚାଲିଛି, ତାହା ତୁରନ୍ତ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକାଭିମୁଖୀ ବଜେଟ ପ୍ରସ୍ତୁତ ଲାଗି ଯୋଜନା କରିବାକୁ ଯୋଜନା ଏବଂ ସଂଯୋଜନା ବିଭାଗକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଲୋକେ କିଭଳି ଭାବେ ବିଭିନ୍ନ ଯୋଜନାରୁ ଉପକୃତ ହେବେ ତାହା ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details