ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଓଡିଆ ପଦ୍ମ ପୁରସ୍କାର ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଗାନ୍ଧୀ ମାର୍ଗରେ ଥିବା ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେବା ସହ ରାଜ୍ୟର କଳା, ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ବଢ଼େଇବାକୁ ସେମାନଙ୍କ ପରାମର୍ଶ ଲୋଡିଛନ୍ତି ।
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହି ପଦ୍ମ ବିଜେତାମାନେ
ଆଜି ବିଳମ୍ବିତ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଥିବା ସରକାରୀ ବାସଭବନରେ ପଦ୍ମ ପୁରସ୍କାର ପ୍ରାପ୍ତ ଡ.ଜିତେନ୍ଦ୍ର ହରିପାଲ, ଚତୁର୍ଭୁଜ ମେହେର, ପ୍ରମୋଦ ଭାଗବତ, ଦମୟନ୍ତି ବେଶ୍ରା, ସୁଦର୍ଶନ ସାହୁ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ହୋଇଛି । ଦୀର୍ଘ ସମୟ ଧରି ପଦ୍ମ ବିଜେତାଙ୍କ ସହ ସେ ଆଲୋଚନା କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତି ଏବଂ ଓଡିଶାର କଳା, ସଂସ୍କୃତି ଓ ପରମ୍ପରା ବାବଦରେ ହୋଇଛି ଏଥିରେ ବିଷଦ ଆଲୋଚନାଲ ହୋଇଛି ।
- ସମୃଦ୍ଧ ସାଂସ୍କୃତିକ ଐତିହକୁ ସଂରକ୍ଷଣ ନେଇ ହେଲା ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପଦ୍ମ ବିଜେତାଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛି । ଏହା ମୋ ପାଇଁ ଗର୍ବର ବିଷୟ । ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ବାବଦରେ ଆଲୋଚନା କରିଛୁ । ଏକ କ୍ଷେତ୍ରରେ ସେମାନେ ମୋତେ ଅନେକ ଉପାଦେୟ ପରାମର୍ଶ ମାନ ଦେଇଛନ୍ତି । ମୁଁ ଏହାକୁ ସାଦରେ ଗ୍ରହଣ କରିଛି । ଏହା ମୋ ପାଇଁ ବହୁ ମୂଲ୍ୟବାନ । ଏହି ପରାମର୍ଶକୁ ଆମର ଗୌରବମୟ ପରମ୍ପରା ଏବଂ ସଂସ୍କୃତିର ଅଗ୍ରଗତି ପାଇଁ ବିନିଯୋଗ କରିବି ଦିଗରେ ପ୍ରତିଶ୍ରୁତିବଦ୍ଧ । ଆମର ସାଂସ୍କୃତିକ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଓ ସେମାନଙ୍କ ସହ ସମ୍ପର୍କ ମଜବୁତ କରିବା ଆମ ସରକାରର ପ୍ରାଥମିକତା ।
ଏହା ମଧ୍ୟ ପଢନ୍ତୁ :- |