ଓଡିଶା

odisha

ETV Bharat / state

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ, ଉଦଘାଟନ କଲେ ସୁଖ ଶାନ୍ତି ସରୋବର - CM MOHAN MAHI KENDUJHAR VISIT

କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଧ୍ୟାତ୍ମିକତା ଚେତନା ସୃଷ୍ଟି କରିବା ଆଶାରେ ସୁଖ ଶାନ୍ତି ସରୋବର ଉଦଘାଟିତ ।

CM Mohan Majhi
CM Mohan Majhi (ETV Bharat Odisha)

By ETV Bharat Odisha Team

Published : Feb 22, 2025, 8:03 PM IST

କେନ୍ଦୁଝର: ଆଧ୍ୟାତ୍ମିକ ଜ୍ଞାନ ପ୍ରସାର ଓ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ କରିବାକୁ ପ୍ରେରଣା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦୁଝରରେ ସୁଖ ଶାନ୍ତି ସରୋବର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝର ଗସ୍ତ କରି ଏହି ସରୋବର ଉଦଘାଟନ କରିଛନ୍ତି । ବିକଶିତ ଭାରତର ଅଜେୟ ଗାଥାରେ ଆଧ୍ୟାତ୍ମିକତା ମଧ୍ୟ ଅନନ୍ୟ ବ୍ୟାଖ୍ୟା ବହନ କରୁଛି ବୋଲି ଏହି ସମାରୋହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

CM Mohan Majhi (ETV Bharat Odisha)

କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ:

ଦିନିକିଆ କେନ୍ଦୁଝର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ସମୟରେ ସେ କେନ୍ଦୁଝର ପୁରୁଣା ବଜାରଠାରେ ପ୍ରଜାପିତା ବ୍ରହ୍ମକୁମାରୀଙ୍କ କାର୍ଯ୍ୟାଳୟ ସୁଖ ଶାନ୍ତି ସରୋବର ଉଦଘାଟନ କରିଛନ୍ତି । ଏହି ସୁଖ ଶାନ୍ତି ସରୋବର ଜିଲ୍ଲାରେ ଆଧ୍ୟାତ୍ମିକତା ଚେତନା ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ମୋହନ ଚରଣ ମାଝୀ ।

CM Mohan Majhi (ETV Bharat Odisha)

ସୁଖ ଶାନ୍ତି ସରୋବର ଉଦଘାଟିତ:

ଏହି ଅବସରରେ ସେ କହିଛନ୍ତି, "ଏହା ସାରା ବିଶ୍ୱରେ ଶାନ୍ତି, ପ୍ରେମ ଏବଂ ଆଧ୍ୟାତ୍ମିକ ଜ୍ଞାନ ପ୍ରସାର କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିପାଦନ କରିବା ସହ ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡମ୍ବର ଏବଂ ମିତବ୍ୟୟୀ ହେବାକୁ ପ୍ରେରଣା ଦେଉଛି । ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରିଥାଏ । ପାରିବାରିକ ଓ ସାମାଜିକ ସମ୍ପର୍କ ଅବକ୍ଷୟଗାମୀ ହେଉଥିବା ବେଳେ ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ନୀତି ନିଷ୍ଠା ପ୍ରଚେଷ୍ଟା ପୁନର୍ବାର ସେହି ପ୍ରେମ ଶାନ୍ତି ଓ ସୌହାର୍ଦ୍ଦ୍ୟ ଫେରି ଆସିବ । ସମଗ୍ର ବିଶ୍ୱକୁ ଗଣିତ, ବିଜ୍ଞାନ, ସାହିତ୍ୟ ଛଡା ଭାରତର ଅନ୍ୟତମ ଅବଦାନ ଆଧ୍ୟାତ୍ମିକତାର ଜ୍ଞାନ ବଳରେ ମନୁଷ୍ୟ ଶାନ୍ତି ଓ ମୈତ୍ରୀର ପରିଭାଷା ଶିଖିପାରିଥିବା କହିବା ସହ ଆଧ୍ୟାତ୍ମିକତାର ଅନ୍ୟ ଏକ ଶାଖା ଯୋଗ ଦ୍ୱାରା ମଧ୍ୟ ଭାରତ ଆଜି ବିଶ୍ୱ ବିଦିତ ।"

CM Mohan Majhi (ETV Bharat Odisha)
ସେ ଆଉ ମଧ୍ୟ କହିଛନ୍ତି," ପ୍ରଜାପିତା ବ୍ରହ୍ମାକୁମାରୀ କେନ୍ଦୁଝର ଶାଖା ଆଧ୍ୟାତ୍ମିକ କ୍ଷେତ୍ର ସହିତ ଅଞ୍ଚଳରେ ନିଶାମୁକ୍ତି ଅଭିଯାନ, ରାଜଯୋଗ, ସକାରାତ୍ମକ ଜୀବନଶୈଳୀ, ଜନସାଧାରଣଙ୍କ ଜୀବନରେ ନୈତିକତାର ସଂଚାର, ସେଲ୍ଫ ମ୍ୟାନେଜମେଣ୍ଟ, ଷ୍ଟ୍ରେସ ମ୍ୟାନେଜମେଣ୍ଟ, କୃଷି ବିକାଶ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସଚେତନତା ଓ ବୃକ୍ଷ ରୋପଣ ଭଳି ଅନେକ ଜନଉପଯୋଗୀ କାର୍ଯ୍ୟକ୍ରମ କରି କେନ୍ଦୁଝର ବ୍ରହ୍ମାକୁମାରୀ ଶାଖା ଏକ ଅନନ୍ୟ ଶିଖରରେ ପହଞ୍ଚିଛି ଏବଂ ଆଗକୁ ମଧ୍ୟ ଜନଜୀବନକୁ ଉନ୍ନତ କରିବା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ କରିବ ।"

ଏହାମଧ୍ୟ ପଢନ୍ତୁ...

ମୁଖ୍ୟମନ୍ତ୍ରୀ-ରେଳମନ୍ତ୍ରୀ ଆଲୋଚନା: ଯୋଡ଼ା-ବଡ଼ବିଲ-ବରଷୁଆଁ ରେଳଲାଇନ ନିର୍ମାଣ ସମ୍ଭାବନା ଉଜ୍ଜ୍ୱଳ

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ: କହିଲେ 'ଜୋରନ୍ଦା ମହିମା ଗାଦି ଉନ୍ନତି ପାଇଁ ଅର୍ଥ ଅଭାବ ନାହିଁ'

ଯାଜପୁରରେ ମହାରାଜ ଯଯାତି କେଶରୀ ମେଡିକାଲ କଲେଜ ଉଦଘାଟିତ

CM Mohan Majhi (ETV Bharat Odisha)

ଏହି ସମାରୋହରେ ତେଲକୋଇ ବିଧାୟକ, ତେଲକୋଇ ଫକୀର ମୋହନ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝର ଜିଲ୍ଲା ପରିଷଦ ସାଗରିକା ସାହୁ, କେନ୍ଦୁଝରଗଡ଼ ପୌରପାଳିକା ନିକୁ ସାହୁ, ବ୍ରହ୍ମକୁମାରୀ କଟକ ସବ-ଜୋନ ନିର୍ଦ୍ଦେଶିକା କମଲେଶ, ବ୍ରହ୍ମାକୁମାରୀ ସଂସ୍ଥାର ଅତିରିକ୍ତ ମୁଖ୍ୟ ଜୟନ୍ତୀ ପ୍ରମୁଖ ସାମିଲ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details