ଓଡିଶା

odisha

By ETV Bharat Odisha Team

Published : 7 hours ago

Updated : 7 hours ago

ETV Bharat / state

ମୋହନ ମାଝୀ ସରକାରଙ୍କ ବଡ ଘୋଷଣା; ସରୋଗେସି ପାଇଁ ସରକାରୀ ଛୁଟି - Surrogacy Leave

Surrogacy Leave: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ଏଣିକି ସରୋଗେସି ପାଇଁ ମିଳିବ ଛୁଟି । ଉଧାର ମାତୃତ୍ୱ ବା ସରୋଗେସି କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କୁ ମାତୃତ୍ବ ଓ ପିତୃତ୍ବ ଛୁଟି ଦେବେ ରାଜ୍ୟ ସରକାର । କାହାକୁ ମିଳିବ କେତେ ଦିନର ଛୁଟି, ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

SURROGACY LEAVE
SURROGACY LEAVE (ETV BHARAT ODISHA)

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମୋହନ ମାଝୀ ସରକାରଙ୍କ ବଡ ଘୋଷଣା । ଉଧାର ମାତୃତ୍ୱ ବା ସରୋଗେସି ପାଇଁ ମିଳିବ ମାତୃତ୍ବ ଓ ପିତୃତ୍ବ ଛୁଟି । ସରୋଗେସି ପାଇଁ ମହିଳା କର୍ମଚାରୀଙ୍କୁ 6 ମାସ ଅର୍ଥାତ 180 ଦିନ ଓ ପୁରୁଷ କର୍ମଚାରୀଙ୍କୁ 15 ଦିନର ମାତୃତ୍ୱ ଓ ପିତୃତ୍ୱ ପାଇଁ ଛୁଟି ମିଳିବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରୋଗେସି ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସରୋଗେସି କ’ଣ ? ଏହା କେତେ ପ୍ରକାରର ଏବଂ ଭାରତରେ ଏହାର ନିୟମାବଳୀ କ’ଣ ରହିଛି ଜାଣନ୍ତୁ

2ରୁ କମ୍‌ ସନ୍ତାନ ଥିଲେ ମିଳିବ ସରୋଗେସି ମାତୃତ୍ବ ଓ ପିତୃତ୍ବ ଛୁଟି:

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ଉଧାର ମାତୃତ୍ୱ ବା ସରୋଗେସି ମାତୃତ୍ୱ ଓ ପିତୃତ୍ୱ ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଛୁଟି ପ୍ରଦାନ ପ୍ରସ୍ତାବ ବିଚାରଧୀନ ଥିଲା । ଯାହାକୁ ରାଜ୍ୟପାଳ ଆଦେଶ କ୍ରମେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ଅର୍ଥ ବିଭାଗ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିଛି । ଉଧାର ମାତୃତ୍ୱ ବା ସରୋଗେସି ଦ୍ୱାରା ମା’ ହେଉଥିବା ମହିଳା କର୍ମଚାରୀଙ୍କୁ 180 ଦିନ ଓ ପୁରୁଷ କର୍ମଚାରୀଙ୍କୁ 15 ଦିନର ଛୁୂଟି ମଳିବ । ସରୋଗେସି ଦ୍ୱାରା ମା ଓ ବାପା ହେଉଥିବା ସରକାରୀ କର୍ମଚାରୀଙ୍କ ଲାଗି କିଛି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ରହିଛି । ଯଦି ମହିଳା କର୍ମଚାରୀ ଦୁଇରୁ କମ ଜୀବତ ସନ୍ତାନ ଥାଇ ସରୋଗେସି ମା’ ହୁଅନ୍ତି, ତା’ହେଲେ ସେ 180 ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଉକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ - 2021ର ଧାରା 4(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବ । 2011 ମସିହାରୁ ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ 180 ଦିନର ମାତୃତ୍ୱ ଓ ପୁରୁଷ କର୍ମଚାରୀଙ୍କୁ 15 ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି ।

SURROGACY LEAVE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସରୋଗେସି ବିବାଦରେ ବଡ ଖୁଲାସା: ୬ ବର୍ଷ ପୂର୍ବରୁ ବିବାହ କରିଥିଲେ ନୟନତାରା-ବିଗ୍ନେଶ

ଅଧିଷ୍ଠାତା ମାଙ୍କୁ ମଧ୍ୟ ମିଳିବ ଛୁଟି:

ସେହିପରି ଯେଉଁ ମହିଳା କର୍ମଚାରୀ ଦୁଇରୁ କମ ସନ୍ତାନ ଥାଇ ଅଧିଷ୍ଠାତା ମା' ବା ‘କମିଶନିଂ ମଦର’ ହେଲେ ମଧ୍ୟ ସେ 180 ଦିନର ମାତୃତ୍ୱ ଛୁଟି ପାଇବାକୁ ଯୋଗ୍ୟ ହେବେ । କମିଶନିଂ ମଦର ଅର୍ଥାତ ଜୈବିକ ମାତା ଯିଏ ଅନ୍ୟ ମହିଳାଙ୍କ ଗର୍ଭରେ ଭ୍ରୁଣ ପ୍ରତିରୋପଣ କରିବା ପାଇଁ ନିଜ ଡିମ୍ବାଣୁ ବ୍ୟବହାର କରନ୍ତି ।

ସରୋଗେସି ପିତୃତ୍ୱ ପାଇଁ 15 ଦିନ ଛୁଟି:

SURROGACY LEAVE (ETV BHARAT ODISHA)

ଜଣେ ପୁରୁଷ କର୍ମଚାରୀ 2ରୁ କମ ଜୀବିତ ସନ୍ତାନ ଥାଇ ଯଦି କମିଶନିଂ ଫାଦର ହୁଅନ୍ତି, ତାଙ୍କୁ ସନ୍ତାନ ଜନ୍ମ ତାରିଖରୁ 6 ମାସ ମଧ୍ୟରେ 15 ଦିନର ପିତୃତ୍ୱ ଛୁଟି ସୁବିଧା ମିଳିବ । କମିଶନିଂ ଫାଦର ଅର୍ଥାତ ସରୋଗେସି ମାଧ୍ୟମରେ ଜନ୍ମିତ ସନ୍ତାନର ଜୈବିକ ପିତା । ଏହା ସହିତ ସରୋଗେଟ ମଦର ଓ କମିଶନିଂ ମଦର ରାଜ୍ୟ ସରକାରୀ କର୍ମଚାରୀ ହୋଇଥିଲେ ଉଭୟଙ୍କୁ 180 ଦିନର ମାତୃତ୍ୱ ଛୁଟି ସୁବିଧା ମିଳିବ । ମାତୃତୃ ଓ ପିତୃତ୍ୱ ଛୁଟି ସୁବିଧା ଲାଭ କରିବା ପାଇଁ ସରୋଗେଟ ମଦର ଓ କମିଶନିଂ ଅଭିଭାବକ ମଧ୍ୟରେ ସରୋଗେସୀ ଉପରେ ହୋଇଥିବା ରାଜିନାମା ଓ ପଞ୍ଜିକୃତ ଡାକ୍ତର ଓ ଡାକ୍ତରଖାନାରୁ ପ୍ରାପ୍ତ ଚିକିତ୍ସା ସଂକ୍ରାନ୍ତ ଦସ୍ତାବିଜ ଦେବାକୁ ପଡ଼ିବ । ଗତ ଜୁନ ମାସ 18 ତାରିଖରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ କର୍ମିକ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟପକ୍ଷରୁ ଉଧାର ମାତୃତ୍ୱ ଦ୍ୱାରା ମା ଓ ବାପା ହେଉଥିବା ଅଧିକାରୀଙ୍କୁ ଛୁଟି ପ୍ରଦାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସରୋଗେସି କଣ?

ସରୋଗେସିରେ, ଜଣେ ମହିଳା ନିଜ ଦାତାଙ୍କ ଅଣ୍ଡା ମାଧ୍ୟମରେ ଅନ୍ୟ ଦମ୍ପତିଙ୍କ ପାଇଁ ଗର୍ଭବତୀ ହୁଅନ୍ତି । ଯେଉଁ ମହିଳା ନିଜ ଗର୍ଭରେ ଅନ୍ୟର ସନ୍ତାନ ବହନ କରନ୍ତି ତାଙ୍କୁ ସରୋଗେଟ୍ ମାତା କୁହାଯାଏ । ସରୋଗେସିରେ, ଜଣେ ମହିଳା ଏବଂ ଏକ ସନ୍ତାନ ଖୋଜୁଥିବା ଦମ୍ପତିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି | ଏହା ଅଧୀନରେ, ଏହି ଗର୍ଭଧାରଣରୁ ଜନ୍ମ ହୋଇଥିବା ଶିଶୁର ଆଇନଗତ ପିତାମାତା ହେଉଛନ୍ତି ଦମ୍ପତି ଯେଉଁମାନେ ସରୋଗେସି କରିଛନ୍ତି । ସରୋଗେଟ୍ ମାତାଙ୍କୁ ଗର୍ଭାବସ୍ଥାରେ ନିଜର ଯତ୍ନ ନେବାକୁ ଏବଂ ଚିକିତ୍ସା ଆବଶ୍ୟକତା ପାଇଁ ଅର୍ଥ ଦିଆଯାଏ ଯାହା ଦ୍ବାରା ସେ ଗର୍ଭାବସ୍ଥାରେ ନିଜର ଯତ୍ନ ନେଇପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 7 hours ago

ABOUT THE AUTHOR

...view details