ଓଡିଶା

odisha

ETV Bharat / state

ପୂର୍ବ ଭାରତର ଦ୍ବାର ଓଡ଼ିଶା, ଦେଶ ବିକାଶର ନେବ ନେତୃତ୍ବ: ମୁଖ୍ୟମନ୍ତ୍ରୀ - CM MOHAN MAJHI EXCLUSIVE INTERVIEW

ଇଟିଭି ଭାରତକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସ୍ବତନ୍ତ୍ର ସାକ୍ଷାତକାର । କହିଲେ 'ଶିଶୁ ସରକାର ଆଜି ଯୁବକ ,ଗ୍ରୋଥ୍ ଇଞ୍ଜିନ କାମ ଆରମ୍ଭ ।'

CM MOHAN MAJHI EXCLUSIVE INTERVIEW
CM MOHAN MAJHI EXCLUSIVE INTERVIEW (ETV Bharat Odisha)

By ETV Bharat Odisha Team

Published : Jan 9, 2025, 2:51 PM IST

Updated : Jan 9, 2025, 4:25 PM IST

ଭୁବନେଶ୍ବର: "ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଆମକୁ ଉତ୍ସାହିତ କରିଛନ୍ତି । ଆଗାମୀ ଦିନରେ ଓଡିଶାକୁ ଆଗକୁ ନେବା ପାଇଁ ମୋଦିଜୀଙ୍କ ଭଲ ପାଇବା ପାଇଛୁ । ଓଡ଼ିଶାର ଭିତ୍ତିଭୂମି, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ଓଡିଶା ଏକ ବଡ଼ ଭୂମିକା ନେବ ।" ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

CM MOHAN MAJHI EXCLUSIVE INTERVIEW (ETV Bharat Odisha)

ଓଡ଼ିଶାକୁ ଆଗକୁ ନେବାକୁ ଉତ୍କର୍ଷ ଓଡିଶା ବଡ଼ ଉପଲବ୍ଧି: ମୁଖ୍ୟମନ୍ତ୍ରୀ

ଇଟିଭି ଭାରତକୁ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଉତ୍କର୍ଷ ଓଡିଶା ମେକ ଇନ ଓଡିଶା" ଓଡ଼ିଶାକୁ ଆଗକୁ ନେବାକୁ ଏକ ବଡ଼ ଉପଲବ୍ଧି । 2047 ବିକଶିତ ଭାରତର ଲକ୍ଷ୍ୟ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆମ ସରକାର ଆଜି 6 ମାସର ସରକାର । ଶିଶୁ ଅବସ୍ଥାରେ ଥକିବାର ପ୍ରଶ୍ନ ଉଠୁନାହିଁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟ ଦିବସକୁ ଉଦଘାଟନ କରିବା ସହ ଆହ୍ୱାନ ଦେଇଛନ୍ତି । ଗ୍ରୋଥ ଇଞ୍ଜିନକୁ ଆଜି ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । "

ଏହା ମଧ୍ୟ ପଢ଼ନ୍ତୁ-

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ପ୍ରବାସୀ ଏକ୍ସପ୍ରେସ ଶୁଭାରମ୍ଭ - PRAVASI BHARATIYA DIVAS

ପ୍ରବାସୀ ଭାରତୀୟ ମହାକୁମ୍ଭ ଆରମ୍ଭ, ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରୀ ଉପସ୍ଥିତ - PRAVASI BHARATIYA DIVAS

ପର୍ଯ୍ୟାପ୍ତ ସମ୍ଭାବନା ଅଛି, ଓଡ଼ିଶାର ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ - YOUTH PRAVASI BHARATIYA DIVAS

"ପୂର୍ବ ଭାରତର ଦ୍ବାର ହେବ ଓଡ଼ିଶା":

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି," ପ୍ରଧାନମନ୍ତ୍ରୀ ଆମକୁ ଆଶୀର୍ବାଦ ଦେଇଛନ୍ତି । ସେହି ଆଶୀର୍ବାଦକୁ ନେଇ ଆମେ ଆଗକୁ ବଢିବୁ । ଆଉ ପଛକୁ ହଟିବାର ନାହିଁ । ପ୍ରଧାମନ୍ତ୍ରୀ ଚତୁର୍ଥ ଥର ପାଇଁ ଆସିଲେ ଏବଂ ଆମକୁ ଉତ୍ସାହିତ କଲେ । ସାରା ବିଶ୍ବର ଲୋକଙ୍କୁ ଏଠାକୁ ଆଣିଲେ । ଏହା ପୂର୍ବରୁ 'ଡିଜି ସମ୍ମିଳନୀ' ଏବଂ 'ନାଭାଲ ଡେ' ଭଳି ସର୍ବ ଭାରତୀୟସ୍ତରର କାର୍ଯ୍ୟକ୍ରମ ଆମକୁ ଦେଇଥିଲେ । ଆମେ ମଧ୍ୟ ନୂଆ ସରକାର ଆସିବା ପରେ ଏହି ସବୁ କାର୍ଯ୍ୟ କରି ସଫଳତା ସାଉଁଟି ପାରିଛୁ । ପୂର୍ବ ଭାରତର ଦ୍ବାର ହେବ ଓଡ଼ିଶା । ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଆଗ୍ରୀମ ଭୂମିକା ଗ୍ରହଣ କରିବ ଓଡ଼ିଶା । "

୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ:

ଗତକାଲି(ବୁଧବାର)ଠାରୁ ତିନିଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ପ୍ରଥମ କାର୍ଯ୍ୟଦିବସ ସମାରୋହରେ ସାମିଲ୍‌ ହୋଇଥିବାବେଳେ ଆଜି (ଗୁରୁବାର) ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଉଦଘାଟନ କରିଛନ୍ତି । ଆସନ୍ତାକାଲି ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ 27 ଜଣଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି । ଏଥିପାଇଁ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 9, 2025, 4:25 PM IST

ABOUT THE AUTHOR

...view details