ଓଡିଶା

odisha

By ETV Bharat Odisha Team

Published : Jun 24, 2024, 6:47 AM IST

ETV Bharat / state

ଆଦିବାସୀଙ୍କୁ ମିଳିବ ଉଚିତ ସମ୍ମାନ: ମୁଖ୍ୟମନ୍ତ୍ରୀ - CM MOHAN MAJHI VISITS KENDUJHAR

CM MOHAN MAJHI VISITS KENDUJHAR: ଜନ୍ମମାଟି ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଆଦିବାସୀଙ୍କୁ ମିଳିବ ଉଚିତ ସମ୍ମାନ । ଅଧିକ ପଢ଼ନ୍ତୁ

CM MOHAN MAJHI VISITS KENDUJHAR
CM MOHAN MAJHI VISITS KENDUJHAR (ETV Bharat Odisha)

କେନ୍ଦୁଝର:ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ୍ମ ମାଟିରେ ପାଦ ଦେଇ ବିପୁଳ ସମ୍ବର୍ଦ୍ଧନା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାରଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲାଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କରିବା ସହିତ ଅପରାହ୍ନରେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝରକୁ ଆସି ରାଷ୍ଟ୍ର ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଏହା ପରେ କେନ୍ଦୁଝର ସହରରେ ଏକ ରୋଡ଼ ସୋ କରିବା ସହ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ଆଦିବାସୀଙ୍କ ସ୍ବାର୍ଥ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ବୋଲି କହିଥିଲେ ।

CM MOHAN MAJHI VISITS KENDUJHAR (ETV Bharat Odisha)

ନିଜ ଅଭିଭାଷଣରେ ନୂଆ ଓଡିଶା ଗଠନ ପାଇଁ ଗୁଣ୍ଡିଚି ମୂଷାର ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବ ସରକାରର ସମସ୍ତ ଦୁର୍ନୀତିର ତଦନ୍ତ ହେବ ବୋଲି ସେ କହିବା ସହିତ ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ସହିତ ସାଂସ୍କୃତିକ ଅଭ୍ୟୁଥାନ କରିବାକୁ ସେ ନିବେଦନ କରିଥିଲେ । ଧରଣୀଧରଙ୍କ ମାଟିରେ ସ୍ୱାଭିମାନକୁ ନେଇ ଆଗାମୀ ପଦକ୍ଷେପ ନେବାକୁ ସେ ମତ ଦେଇଥିଲେ । କେନ୍ଦୁଝରର ସମସ୍ତ ଭାଇଭଉଣୀଙ୍କୁ ସେ ବିଶେଷ ଭାବେ ଧନ୍ୟବାଦ ଦେବା ସହ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଅର୍ଥର ଅଭାବ ନାହିଁ ବୋଲି କହିଥିଲେ । ସେହିପରି ସୁନାର କେନ୍ଦୁଝର ଗଢି ତୋଳିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଭାରତୀୟ ଜନତା ପାର୍ଟି ଲୋକଙ୍କ ସହ ମିଶି ନିର୍ବାଚନ ଇସ୍ତାହାର ଦେଇଥିଲା ସେହି ନିର୍ବାଚନ ଇସ୍ତାହାର ପାଳନ କରାଯିବ ବୋଲି କହିଥିଲେ । ବିଜେଡି ଗଣତନ୍ତ୍ରକୁ ଦଳି ଚକଟି ଲୁଣ୍ଠିତ କରିବା ସହ ମହାପ୍ରଭୁଙ୍କ ମଧ୍ୟ ଅପମାନିତ କରିଥିଲେ । ଏହି ସରକାର ଲୋକଙ୍କ ସରକାର ଓ ୫ ବର୍ଷରେ ୫୦ବର୍ଷର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଥିଲେ । ମହିଳାମାନଙ୍କୁ ୫୦ହଜାର ଟଙ୍କାର ଭାଉଚର, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବା ସହିତ କୃଷକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରାଯିବା ସହ ଆଦିବାସୀଙ୍କୁ ମିଳିବ ଉଚିତ୍ ସମ୍ମାନ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ .....ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ବିଜେପି କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚରଣ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବ୍ରୁ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, ଅଶ୍ୱିନୀ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ସଞ୍ଜୀବ ମହାନ୍ତି, ମୁରଲୀ ଶର୍ମା, ହେଶ୍ୱର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details