ଓଡିଶା

odisha

ETV Bharat / state

ଦୁର୍ଗାଷ୍ଟମୀରେ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଛାଡ଼ କଲେ ଭଡ଼ା - CM VISITS PUJA PANDAL

ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଆଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଛନ୍ତି ।

CM Mohan Charan Majhi visits Durga puja  pandals
CM Mohan Charan Majhi visits Durga puja pandals (ETV BHARAT ODISHA)

By ETV Bharat Odisha Team

Published : Oct 11, 2024, 12:45 PM IST

Updated : Oct 11, 2024, 5:49 PM IST

ଭୁବନେଶ୍ବର:ଦୁର୍ଗାଷ୍ଟମୀରେ ପୂଜାମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀର ଏକାମ୍ର ନିର୍ବାଚନ ମଣ୍ଡଳୀ ଜମ୍ବେଶ୍ୱର ପାଟଣା ସାହି ମଣ୍ଡପରେ ମୁଖ୍ୟମନ୍ତ୍ରୀ ପହଞ୍ଚି ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବା ସହ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପାଟଣା ସାହି ବ୍ୟତିତ ଆଜି ଭୁବନେଶ୍ବରରେ ଥିବା ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ । ଦିନ 11ଟା ସମୟରେ ଆରମ୍ଭ ହୋଇଥିଲା ସିଏମଙ୍କ ମଣ୍ଡପ ବୁଲା କାର୍ଯ୍ୟକ୍ରମ । ଅନ୍ୟପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଭୁବନେଶ୍ବରର ସମସ୍ତ ପୂଜା ମଣ୍ଡପ ବୁଲି ମା'ଙ୍କ ଆଶୀର୍ବାଦ କାମନା କରିଛନ୍ତି। ତେବେ ଗୋଟିଏ ଦିନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପୂଜା ମଣ୍ଡପ ବୁଲି ମା'ଙ୍କ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା:

ପାଟଣା ସାହି ମଣ୍ଡପରେ ଦେବୀ ଦୁର୍ଗାଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି । ସାରା ରାଜ୍ୟରେ ଦୁର୍ଗା ପୂଜା ପେଣ୍ଡାଲ ଭଡ଼ା ଛାଡ ନେଇ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି ।

CM Mohan Charan Majhi visits Durga puja pandals (ETV Bharat Odisha)
CM Mohan Charan Majhi visits Durga puja pandals (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କ ମଣ୍ଡପ ବୁଲା:

ପାଟଣା ସାହି ମଣ୍ଡପ ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ରସୁଲଗଡ, ସହିଦନଗର, ବମିଖାଲ, ଷ୍ଟେସନ ଛକ ଓ ଲକ୍ଷ୍ମୀସାଗର ପୂଜାମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି କଟକ ଓ ରବିବାର କେନ୍ଦୁଝରର ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କଠାରୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଭିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

CM Mohan Charan Majhi visits Durga puja pandals in Bhubaneswar (ETV Bharat Odisha)
CM Mohan Charan Majhi visits Durga puja pandals in Bhubaneswar (ETV Bharat Odisha)
CM Mohan Charan Majhi visits Durga puja pandals in Bhubaneswar (ETV Bharat Odisha)

ମଣ୍ଡପ ବୁଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, "ପବିତ୍ର ଦୁର୍ଗାଷ୍ଟମୀ ଅବସରରେ ଜମେଶ୍ଵର ପାଟଣା ସ୍ଥିତ ପୂଜା ମଣ୍ଡପରେ ମା'ଦୂର୍ଗାଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ମଙ୍ଗଳକାମନା କଲି। ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଉଛି। ଏହି ଅବସରରେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ପାଇଁ ସରକାରୀ ଭଡ଼ା ଛାଡ କରିବା ନିମନ୍ତେ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ସବମୁଖର ପରିବେଶରେ ସରକାରଙ୍କ ଏହି ନିଷ୍ପତ୍ତି ପୂଜା କମିଟି ଏବଂ ମଣ୍ଡପର ସଦସ୍ୟଙ୍କୁ ନିଶ୍ଚୟ ଉତ୍ସାହିତ କରିବ ବୋଲି ମୁଁ ଆଶାବାଦୀ ।"

CM Mohan Charan Majhi visits Durga puja pandals (ETV Bharat Odisha)
CM Mohan Charan Majhi visits Durga puja pandals (ETV Bharat Odisha)

ଭୁବନେଶ୍ବରରେ ଏସବୁ ମଣ୍ଡପ ବୁଲିଲେ ମୋହନ ମାଝୀ

  • ପାଟଣା ସାହି ପୂଜା ମଣ୍ଡପ
  • ସୁନ୍ଦରପଦା ପୂଜା ମଣ୍ଡପ
  • ବରମୁଣ୍ଡା ପୂଜା ମଣ୍ଡପ
  • ନୂଆପଲ୍ଲୀ ପୂଜା ମଣ୍ଡପ
  • ରସୁଲଗଡ଼ ପୂଜା ମଣ୍ଡପ
  • ସହିଦ ନଗର ପୂଜା ମଣ୍ଡପ
  • ବମିଖାଲ ପୂଜା ମଣ୍ଡପ
  • ଷ୍ଟେସନ ଛକ ପୂଜା ମଣ୍ଡପ
  • ଲକ୍ଷ୍ମୀସାଗର ପୂଜା ମଣ୍ଡପ
CM Mohan Charan Majhi visits Durga puja pandals (ETV Bharat Odisha)

ଏହାମଧ୍ୟ ପଢ଼ନ୍ତୁ- ମା' ତାରିଣୀଙ୍କ ଆଶୀର୍ବାଦ ନେଲେ ମୁଖ୍ୟମନ୍ତ୍ରୀ, ମନ୍ଦିର ପାଇଁ କଲେ ଅତିରିକ୍ତ ୫୦ କୋଟି ଅନୁଦାନ - CM MOHAN MAJHI VISITS KENDUJHAR

ଏହାମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

ଏହା ବି ପଢନ୍ତୁ....ମହାଷ୍ଟମୀରେ ମା'ଙ୍କ ଦର୍ଶନ କଲେ ନବୀନ, ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଏହା ମଧ୍ୟ ପଢ଼ନ୍ତୁ- ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଗୁପ୍ତ ପୂଜା ପରେ ବାହାରିଲା ମାଆଙ୍କ ଛତର

Last Updated : Oct 11, 2024, 5:49 PM IST

ABOUT THE AUTHOR

...view details