ଓଡିଶା

odisha

ETV Bharat / state

କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ: କହିଲେ 'ଜୋରନ୍ଦା ମହିମା ଗାଦି ଉନ୍ନତି ପାଇଁ ଅର୍ଥ ଅଭାବ ନାହିଁ' - CM AT JORANDA MAHIMA GADI

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦି ପରିଦର୍ଶନ କରିଛନ୍ତି । ଉନ୍ନତିକରଣ ପାଇଁ ଜିଲ୍ଲାପାଳଙ୍କୁ ଡିପିଆର ପ୍ରସ୍ତୁୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

CM MOHAN MAJHI VISITED JORANDA
CM MOHAN MAJHI VISITED JORANDA (ETV Bharat Odisha)

By ETV Bharat Odisha Team

Published : Feb 15, 2025, 9:50 AM IST

ଢେଙ୍କାନାଳ: ପ୍ରସିଦ୍ଧ ଅଲେଖ ମହିମା ଗାଦିରେ ମୁଖ୍ୟମନ୍ତ୍ରୀ । ଗତକାଲି (ଶୁକ୍ରବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳ ଜୋରନ୍ଦା ଅଲେଖ ମହିମା ଗାଦିରେ ପହଞ୍ଚି ପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ସନ୍ଧ୍ୟାରେ ଜୋରନ୍ଦାରେ ପହଞ୍ଚିଥିଲେ । ପରେ ମହିମା ଗାଦିର ଧୁନି ମନ୍ଦିର ପରେ ଭଜନ ମଣ୍ଡପ ତାପରେ ନୀତି ମନ୍ଦିର ଓ ଗାଦି ମନ୍ଦିରକୁ ଯାଇ ଦର୍ଶନ କରିଥିଲେ। ପରେ ଦଳକ ସ୍ଥିତ କୌପନୀଧାରୀ ମହିମା ସମାଜ ଅଖଣ୍ଡ ଜ୍ୟୋତି ମନ୍ଦିର ସାନ ମଠ ଗାଦିକୁ ଯାଇ ଆଶୀର୍ବାଦ ନେଇଥିଲେ । ସେହିପରି ଉଭୟ ବିକଳ ଓ କୌପନୀ ସାଧୁଙ୍କ ପୀଠର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।

CM MOHAN MAJHI VISITED JORANDA (ETV Bharat Odisha)

'ଅର୍ଥର କୌଣସି ଅଭାବ ନାହିଁ': ମୋହନ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଏଠାକୁ ବହୁତ ଦିନରୁ ଆସିବା ପାଇଁ ମୋର ଅଭିପ୍ରାୟ ଥିଲା । ଓଡ଼ିଶାର ଦାୟିତ୍ବ ନେଲା ପରେ ମୁଁ ଆସି ସାଧୁସନ୍ଥଙ୍କ ଆଶୀର୍ବାଦ ନେଇଛି । ଗତ ସରକାର ଏହି ପୀଠର ଉନ୍ନତିକରଣ ପାଇଁ ଘୋଷଣା କରିଥିଲେ ମଧ୍ୟ କାହିଁକି କାର୍ଯ୍ୟ ଅଟକି ରହିଲା ମୁଁ ଜାଣିନାହିଁ । କୌପନୀଧାରୀ ମହିମା ସମାଜର ଉପାସନା ପୀଠକୁ ଭାଙ୍ଗି ଦେଇଥିବାରୁ ସାଧୁମାନେ କ୍ଷୋଭ ପ୍ରକାଶ କରୁଥିଲେ ।"

CM MOHAN MAJHI VISITED JORANDA (ETV Bharat Odisha)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି "ଏଠାକାର ବିକାଶ ପାଇଁ ମୁଁ ଜିଲ୍ଲାପାଳଙ୍କୁ ଡିପଆର୍ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଡିପଆର୍ ଅନୁସାରେ କାର୍ଯ୍ୟ କରିବା ପାଇଁ ଅର୍ଥର କୌଣସି ଅଭାବ ନାହିଁ । ଧାର୍ମିକ ପୀଠରେ ରାଜନୀତି ପଶିଲେ ଏକ ନକରାତ୍ମକ ଭାବନା ସୃଷ୍ଟି କରେ । ତେବେ ଆମ ସରକାର ଯାହା କୁହେ ତାହା କରିଦେଖାଏ । ମହିମା ଧର୍ମର ବିକାଶ ଓ ମହିମା ଗାଦିର ଭବ୍ୟ ମନ୍ଦିର ନିର୍ମାଣ କରିବା ସହ ବିଶ୍ୱରେ ଏହି ପୀଠର ପ୍ରଚାର ପ୍ରସାର ପାଇଁ ଆମ ସରକାର ସମସ୍ତ ଉଦ୍ୟମ କରିବେ । ପୂର୍ବ ସରକାର କରିଥିବା ଘୋଷଣା ଠାରୁ ଆହୁରି ଅଧିକ ଉନ୍ନତି କରିବୁ । "

CM MOHAN MAJHI VISITED JORANDA (ETV Bharat Odisha)

'କଥା ଦେଇ କଥା ରଖିଲୁ':

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଜୋରନ୍ଦା ବ୍ଲକ ହେଉ କିମ୍ବା ଏନଏସି ସବୁଠି ବିକାଶ କରାଯିବ । ଫାଣ୍ଡିକୁ ଥାନାରେ ରୂପାନ୍ତର, ବାଇପାସ ନିର୍ମାଣ, ଡାକ୍ତର ଖାନାର କଳେବର ବୃଦ୍ଧି ଆଦି କରିବାକୁ ଖୁବ ଶୀଘ୍ର ଡିପିଆର ପ୍ରସ୍ତୁତ କରାଯିବ। ଆମ ସରକାର ସମୟରେ ଧାର୍ମିକ ପୀଠଗୁଡ଼ିକର ନିଶ୍ଚିତ ଉନ୍ନତି କରିବେ । ଆମ ସରକାର ଚାଷୀ, ଗରିବ , ବେକାରୀ ସମସ୍ୟା ପ୍ରତି ଧ୍ୟାନ ଦେଇ ଶିଳ୍ପ ଏବଂ ପର୍ଯ୍ୟଟନ ଆଦିର ଉନ୍ନତି ଦିଗରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସୁଛି । ସୁଭଦ୍ରା ଯୋଜନା ହେଉ କି ଧାନ ଏମଏସପି ହେଉ ବା ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ହେଉ ସବୁ ଆମେ କଥା ଦେଇ କଥା ରଖିଲୁ । "

CM MOHAN MAJHI VISITED JORANDA (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଆରମ୍ଭ ହେଲା ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା, ସଂଧ୍ୟାରେ ଉଠିବ ଝାଡଦ୍ବୀପ - JORANDA MELA

ଏହା ମଧ୍ୟ ପଢନ୍ତୁ...ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳାକୁ ନେଇ ପ୍ରସ୍ତୁତି ଜୋରଦାର, ଆସିଲେଣି ମହିମା ସାଧୁ - JORANDA MAGHA MELA

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୧୦ ମାସର ବକେୟା ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ - COMMUNITY SUPPORT STAFF SALARY

CM MOHAN MAJHI VISITED JORANDA (ETV Bharat Odisha)

ଏହି ଅବସରରେ ରାଜ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସାଂସଦ ରୁଦ୍ର ନାରାୟଣ ପାଣି , ହିନ୍ଦୀଲ ଓ ପରଜଙ୍ଗ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ କାର ଯୋଗେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ମହିମା ସାଧୁମାନେ ଉତ୍ସାହିତ ରହିଥିଲେ ।

CM MOHAN MAJHI VISITED JORANDA (ETV Bharat Odisha)

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details