ଭୁବନେଶ୍ବର: ଯୁକ୍ତ ଦୁଇ ମାର୍କର ଗୁଡ଼ିକର ପୁନଃ ଯୋଗ ଏବଂ ପୁନଃ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପୁନଃ ଯୋଗ ଏବଂ ପୁନଃ ଯାଞ୍ଚ ପକ୍ରିୟା ପାଇଁ ଅନଲାଇନ ମାଧ୍ୟମରେ ଆବେଦନ କରାଯିବ । ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ବିଭାଗ ପାଇଁ କରାଯିବ । ତେବେ ଏନେଇ ଆବଶ୍ୟକ ଫି ୨୦୦ ଟଙ୍କା ଦେବାକୁ ପଡ଼ିବ । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ୍ ୱେବସାଇଟ www.chseodisha.nic.in ରେ ଅଧିକ ତଥ୍ୟ ଦେଖିପାରିବେ ।
ଅନ୍ୟପଟେ ଅନଲାଇନ୍ ଇଭାଲ୍ୟୁଟେଡ୍ ସ୍କ୍ରିପ୍ଟ ମାମଲାରେ ଡାଉନଲୋଡ୍ ଅଭିଯୋଗ ପାଇଁ ୧୦ ଜୁନ ରୁ ୨୦ ଜୁନ ମଧ୍ୟରେ ଲିଙ୍କ ପ୍ରଦାନ କରାଯିବ । ଅନ୍ୟପକ୍ଷେ ଅନଲାଇନ୍ ମୋଡରେ ଉତ୍ତର ସ୍କ୍ରିପ୍ଟ ଗୁଡ଼ିକର ଡାଉନଲୋଡ୍ ପରେ ଯଦି ଆଉ କିଛି ଅଭିଯୋଗ ଥାଏ ତେବେ ଜୁନ ୨୧ ତାରିଖ ରେ ଅଭିଯୋଗ କରିପାରିବେ । ଅନ୍ୟପଟେ ଯେଉଁ ଛାତ୍ରଛାତ୍ରୀମାନଙ୍କର ମାଲ୍ ପ୍ରାକ୍ଟିସ କରାଯାଇଛି, ଯେଉଁ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଅଟକାଇ ଦିଆଯାଇଛି କିମ୍ବା ଅବୈଧ ଘୋଷିତ କରାଯାଇଛି, ସେମାନେ ମାର୍କ ଗୁଡିକକୁ ପୁନ ଯାଞ୍ଚ କିମ୍ବା ପୁନଃ ଯୋଗ ପାଇଁ ଆବେଦନ କରିପାରିବେ ନାହିଁ ।
ଏହା ମଧ୍ୟ ପଢନ୍ତୁ ....ହୃଦଘାତ ପ୍ରତିରୋଧ ପାଇଁ ୟୁଜିସି ନେଲା ଏପରି ପଦକ୍ଷେପ - UGC Notice
*ଅନଲାଇନ ମାଧ୍ୟମରେ ପୁନଃ ଯାଞ୍ଚ*