ETV Bharat / state

ବିଶ୍ୱ ଜାଣିବ ଓଡ଼ିଶାର ଜିରୋ କାଜୁଆଲିଟି ରହସ୍ୟ, ଜାତିସଂଘ କରିବ ଅଧ୍ୟୟନ - ODISHA DISASTER MANAGEMENT

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ରୋଲ ମଡେଲ । ଏହା ପଛର ରହସ୍ୟ ଜାଣିବାକୁ ଅଧ୍ୟୟନ କରିବ ଜାତିସଂଘ ।

ODISHA DISASTER MANAGEMENT
ODISHA DISASTER MANAGEMENT (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 7:49 PM IST

ଭୁବନେଶ୍ବର: ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା । ବିପର୍ଯ୍ୟୟର ସଫଳ ମୁକାବିଲା କରି ଓଡିଶା ଅଣ୍ଟା ସଳଖି ଛିଡା ହୋଇଛି । ଜିରୋ କାଜୁଆଲିଟି ନାରା ଦେଇ ଓଡିଶାର ବିପର୍ଯ୍ୟୟ ମୁକାବିଲା ଦେଶ ଲାଗି ଉଦାହରଣ ସୃଷ୍ଟି ହୋଇଛି । ଅନେକ ସମୟରେ ଓଡ଼ିଶା ଏଥିପାଇଁ ପ୍ରଶଂସିତ ହୋଇଛି । ଓଡିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ଜାତିସଂଘ ଅଧ୍ୟୟନ କରିବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲାରେ ସାରା ବିଶ୍ୱ ଲାଗି କଣ କଣ ଯୋଜନା ଆବଶ୍ୟକ, ସେ ନେଇ ଅଧ୍ୟୟନ କରିବ ଜାତିସଂଘ ।

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ରୋଲ ମଡେଲ:

ODISHA DISASTER MANAGEMENT (ETV Bharat Odisha)
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
କହିଛନ୍ତି, "ଓଡିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ଜାତିସଂଘ ଅଧ୍ୟୟନ କରିବ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ମୁକାବିଲା ଲାଗି ସାରା ବିଶ୍ୱ ଲାଗି କଣ କଣ ଯୋଜନା ଆବଶ୍ୟକ, ସେ ନେଇ ଅଧ୍ୟୟନ ହେବ । ବିପର୍ଯ୍ୟୟ ମୁକାବିଲାରେ କାର୍ଯ୍ୟ କରୁଥିବା ବା ନିୟୋଜିତ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଆରମ୍ଭ କରିଛି ଜାତିସଂଘ । ଜାତିସଂଘ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ଏହି ପ୍ରକ୍ରିୟା ଓଡିଶାରୁ ଆରମ୍ଭ କରିଛି । ଓଡିଶାର ବାତ୍ୟା, ବନ୍ୟା, ମରୁଡି ମୁକାବିଲାର ସଫଳତାକୁ ଜାତିସଂଘ ପ୍ରଶଂସା କରିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଦେଶର ରୋଲ ମଡେଲ ।"ବିପର୍ଯ୍ୟୟକୁ ରୋକି ହେବନାହିଁ, କମେଇ ହେବ:ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଦାନା ବାତ୍ୟା ସମୟ ସମ୍ମିଳିତ ଭାବେ ସରକାର, ପ୍ରଶାସନ ଓ ଜନସାଧାରଣ ମୁକାବିଲା କରିଛନ୍ତି । ଟାର୍ଗେଟ ସମୟରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । କ୍ଷତିପୂରଣ ଠିକ ସମୟରେ ପହଁଚିଛି । ୮ ହଜାରରୁ ଊର୍ଦ୍ଧ୍ବ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୫୦୦ରୁ ଅଧିକ ସଫଳ ଭାବେ ପ୍ରସବ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ହେବନାହିଁ । କିନ୍ତୁ ବିପର୍ଯ୍ୟୟର ମାତ୍ରାକୁ କମାଇ ହେବନାହିଁ । ସେନେଇ ଜାତିସଂଘର ବିଶେଷଜ୍ଞଙ୍କ ସହ ଓଡିଶା ସରକାର ଆଗାମୀ ଦିନରେ ଆଲୋଚନା କରିବେ ।"

ଅନ୍ୟଙ୍କୁ ସହଯୋଗ କରୁଛି ଓଡିଶା:


ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରତିବର୍ଷ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଥିବାବେଳେ ଏକାଧିକ ଥର ବନ୍ୟା ସମ୍ମୁଖୀନ ହେଉଛି ରାଜ୍ୟ । ଗୋଷ୍ଠୀ ସହଭାଗିତାକୁ ଅସ୍ତ୍ର କରି ଶୂନ୍ୟ ଜୀବନହାନି ମନ୍ତ୍ରକୁ କାର୍ଯ୍ୟକାରୀ କରିଛନ୍ତି ଓଡ଼ିଶା ସରକାର । ଏହା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଛି । ସରକାର ବଦଳିଲେ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିଛି । ଫଳରେ ଓଡ଼ିଶା ସାରା ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଏ କ୍ଷେତ୍ରରେ ଆଦର୍ଶ ପାଲଟିଛି । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟରେ ସଂଗଠିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସହଯୋଗର ହାତ ବଢ଼େଇବାରେ ସଫଳ ହୋଇଛି । କେରଳ ବନ୍ୟା, ପଶ୍ଚିମବଙ୍ଗର ବାତ୍ୟା ମୁକାବିଲା ଏହାର ଉଦାହରଣ ।

ଓଡ୍ରାଫ, ଅଗ୍ନିଶମ ବିଭାଗର ହେଉଛି ଅତ୍ୟାଧୁନିକରଣ:

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି ଉପରେ ଓଡିଶା ସରକାର ଗୁରୁତ୍ୱ ଦେଉଥିବା ବେଳେ ଗୋଷ୍ଠୀ ସହଭାଗିତା ଏହି ବିଜୟର ବଡ଼ ଅସ୍ତ୍ର ହୋଇଛି । ଦ୍ରୁତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଓଡ୍ରାଫ, ଅଗ୍ନିଶମ ବିଭାଗକୁ ଅତ୍ୟାଧୁନିକ କରିବାରେ ଲାଗିଛନ୍ତି ଓଡିଶା ସରକାର । ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଜବାନଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି ସରକାର ।

ଜାତିସଂଘ ଦ୍ୱାରା ଓଡ଼ିଶା ହୋଇଛି ପୁରସ୍କୃତ:

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତିସଂଘ ଦ୍ୱାରା ଓଡିଶା ପୁରସ୍କୃତ ହୋଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଓଡିଶାକୁ ସ୍ବୀକୃତି ମିଳିଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ନିଜର ପାରଦର୍ଶିତା ପାଇଁ ସାରା ଦେଶରେ ୧ ନଂ ବିପର୍ଯ୍ୟୟ ମୁକାବିଲା ସଂସ୍ଥାର ମାନ୍ୟତା ପାଇଛି । ସୁଭାଷ ବୋଷ ଆପଦ ପ୍ରବନ୍ଧନ ଭଳି ପୁରସ୍କାର ପାଇବାରେ ଗୌରବ ଅର୍ଜନ କରିଛି । ରାଷ୍ଟ୍ରପତିଙ୍କ ହାତରୁ ଓଡିଶା ଏହି ପୁରସ୍କାର ହାସଲ କରିଛି । ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା OSDMA ଏହି ପୁରସ୍କାର ଗ୍ରହଣ କରିଛି । ପୁରସ୍କାର ବାବଦରେ ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଗ୍ରହଣ କରିଛି ଓଡିଶା ।

ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ହେଉଛି ରଣନୀତି:
ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ବାତ୍ୟା ପରେ ରିଲିଫ, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ରହିଛି । ଗ୍ରାମାଞ୍ଚଳରେ ଆପାଦ ମିତ୍ର ଗଠନ କରାଯାଇଛି । ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେଉଛି । ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ପାଇଁ ନିୟମ ରହିଛି । ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା, ସାପ କାମୁଡ଼ା ଜନିତ ମୃତ୍ୟୁ, ବଜ୍ରପାତ ମୃତ୍ୟୁ ଓ ପୋଖରୀରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି ।

ଓସଡମା ହୋଇଛି ଗେମ ଚେଞ୍ଜର:

୧୯୯୯ ମସିହାରେ ମହାବାତ୍ୟାର ସମ୍ମୁଖୀନ ହୋଇଥିଲା ଓଡ଼ିଶା । ସରକାରୀ ଭାବେ ୧୦୦୦୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷାଧିକ ପଶୁପକ୍ଷୀଙ୍କ ଜୀବନ ଯିବା ସହ ବିପୁଳ କ୍ଷୟକ୍ଷତି ହୋଇଥିଲା । ଏହା ପରେ ଗଠନ ହୋଇଥିଲା ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ । ସେବେଠାରୁ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି ଓସଡମା । ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ପ୍ରସ୍ତୁତ କରିଛି । ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକ୍ନୋଲୋଜି ଉପଯୋଗ କରୁଛି । ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା


ବଢିବ ଓଡ୍ରାଫ ଓ ଅଗ୍ନିଶମ ଶକ୍ତି:

"ସତର୍କ" ମୋବାଇଲ ଆପ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦେବା ପାଇଁ ପଦକ୍ଷେପ ନିଆଯାଉଛି । ଜନସାଧାରଣଙ୍କ ମଧ୍ୟରେ ଏହି ଆପ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ରାଜ୍ୟରେ ଓ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓଡିଶାକୁ ସୁନାମ ଆଣିଛି । ବର୍ତ୍ତମାନ ଏହା ୨୦ଟି ୟୁନିଟ ରହିଛି । ଏହାକୁ ୩୦ଟି ୟୁନିଟ କରିବା ସହ ଏକ Dedicated force କରିବା ପାଇଁ ପଦକ୍ଷେପ ନିଆଯାଉଛି । ବିପର୍ଯ୍ୟୟ ସହାୟତା ପାଣ୍ଠି ବା SDRFରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଅତିରିକ୍ତ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ବାହାନଗାର ଟ୍ରେନ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି ଆଞ୍ଚଳିକ ଅଗ୍ନିଶମ ସର୍ଭିସ ହବ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯାଉଛି ।

ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଗୋଷ୍ଠୀ ପ୍ରତିରୋଧ ବ୍ୟବସ୍ଥା ହୋଇଛି । ସମୁଦ୍ରକୂଳରୁ ୧.୫% କିମି ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ତିଆରି କରିଛି । ଏହି ସଂଖ୍ୟା ଆଗାମୀ ଦିନରେ ବଢ଼େଇବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ଭୁବନେଶ୍ବର: ପ୍ରତ୍ୟେକ ବର୍ଷ କୌଣସି ନା କୌଣସି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ଓଡିଶା । ବିପର୍ଯ୍ୟୟର ସଫଳ ମୁକାବିଲା କରି ଓଡିଶା ଅଣ୍ଟା ସଳଖି ଛିଡା ହୋଇଛି । ଜିରୋ କାଜୁଆଲିଟି ନାରା ଦେଇ ଓଡିଶାର ବିପର୍ଯ୍ୟୟ ମୁକାବିଲା ଦେଶ ଲାଗି ଉଦାହରଣ ସୃଷ୍ଟି ହୋଇଛି । ଅନେକ ସମୟରେ ଓଡ଼ିଶା ଏଥିପାଇଁ ପ୍ରଶଂସିତ ହୋଇଛି । ଓଡିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ଜାତିସଂଘ ଅଧ୍ୟୟନ କରିବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲାରେ ସାରା ବିଶ୍ୱ ଲାଗି କଣ କଣ ଯୋଜନା ଆବଶ୍ୟକ, ସେ ନେଇ ଅଧ୍ୟୟନ କରିବ ଜାତିସଂଘ ।

ବିପର୍ଯ୍ୟୟ ମୁକାବିଲାରେ ଓଡିଶା ରୋଲ ମଡେଲ:

ODISHA DISASTER MANAGEMENT (ETV Bharat Odisha)
ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଓଡିଶାର ବିପର୍ଯ୍ୟୟ ମୁକାବିଲା ବାବଦରେ ଜାତିସଂଘ ଅଧ୍ୟୟନ କରିବ । ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ମୁକାବିଲା ଲାଗି ସାରା ବିଶ୍ୱ ଲାଗି କଣ କଣ ଯୋଜନା ଆବଶ୍ୟକ, ସେ ନେଇ ଅଧ୍ୟୟନ ହେବ । ବିପର୍ଯ୍ୟୟ ମୁକାବିଲାରେ କାର୍ଯ୍ୟ କରୁଥିବା ବା ନିୟୋଜିତ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଆରମ୍ଭ କରିଛି ଜାତିସଂଘ । ଜାତିସଂଘ ଓ ରିଲାଏନ୍ସ ଫାଉଣ୍ଡେସନ ମିଳିତ ଭାବେ ଏହି ପ୍ରକ୍ରିୟା ଓଡିଶାରୁ ଆରମ୍ଭ କରିଛି । ଓଡିଶାର ବାତ୍ୟା, ବନ୍ୟା, ମରୁଡି ମୁକାବିଲାର ସଫଳତାକୁ ଜାତିସଂଘ ପ୍ରଶଂସା କରିଛି । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ଦେଶର ରୋଲ ମଡେଲ ।"ବିପର୍ଯ୍ୟୟକୁ ରୋକି ହେବନାହିଁ, କମେଇ ହେବ:ରାଜସ୍ୱ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଦାନା ବାତ୍ୟା ସମୟ ସମ୍ମିଳିତ ଭାବେ ସରକାର, ପ୍ରଶାସନ ଓ ଜନସାଧାରଣ ମୁକାବିଲା କରିଛନ୍ତି । ଟାର୍ଗେଟ ସମୟରେ ୮ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । କ୍ଷତିପୂରଣ ଠିକ ସମୟରେ ପହଁଚିଛି । ୮ ହଜାରରୁ ଊର୍ଦ୍ଧ୍ବ ଗର୍ଭବତୀଙ୍କୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୫୦୦ରୁ ଅଧିକ ସଫଳ ଭାବେ ପ୍ରସବ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ହେବନାହିଁ । କିନ୍ତୁ ବିପର୍ଯ୍ୟୟର ମାତ୍ରାକୁ କମାଇ ହେବନାହିଁ । ସେନେଇ ଜାତିସଂଘର ବିଶେଷଜ୍ଞଙ୍କ ସହ ଓଡିଶା ସରକାର ଆଗାମୀ ଦିନରେ ଆଲୋଚନା କରିବେ ।"

ଅନ୍ୟଙ୍କୁ ସହଯୋଗ କରୁଛି ଓଡିଶା:


ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରତିବର୍ଷ ସାମୁଦ୍ରିକ ଝଡ଼ ଓଡ଼ିଶା ମୁହାଁ ହେଉଥିବାବେଳେ ଏକାଧିକ ଥର ବନ୍ୟା ସମ୍ମୁଖୀନ ହେଉଛି ରାଜ୍ୟ । ଗୋଷ୍ଠୀ ସହଭାଗିତାକୁ ଅସ୍ତ୍ର କରି ଶୂନ୍ୟ ଜୀବନହାନି ମନ୍ତ୍ରକୁ କାର୍ଯ୍ୟକାରୀ କରିଛନ୍ତି ଓଡ଼ିଶା ସରକାର । ଏହା ସରକାରଙ୍କ ଅଭ୍ୟାସରେ ପରିଣତ ହୋଇଛି । ସରକାର ବଦଳିଲେ ମଧ୍ୟ ଏହି ପ୍ରକ୍ରିୟା ଜାରୀ ରହିଛି । ଫଳରେ ଓଡ଼ିଶା ସାରା ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି । ଅନ୍ୟ ରାଜ୍ୟ ଓ ଦେଶ ପାଇଁ ଏ କ୍ଷେତ୍ରରେ ଆଦର୍ଶ ପାଲଟିଛି । ଖାଲି ସେତିକି ନୁହେଁ ଅନ୍ୟ ରାଜ୍ୟରେ ସଂଗଠିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସହଯୋଗର ହାତ ବଢ଼େଇବାରେ ସଫଳ ହୋଇଛି । କେରଳ ବନ୍ୟା, ପଶ୍ଚିମବଙ୍ଗର ବାତ୍ୟା ମୁକାବିଲା ଏହାର ଉଦାହରଣ ।

ଓଡ୍ରାଫ, ଅଗ୍ନିଶମ ବିଭାଗର ହେଉଛି ଅତ୍ୟାଧୁନିକରଣ:

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଦକ୍ଷତା ବୃଦ୍ଧି ଉପରେ ଓଡିଶା ସରକାର ଗୁରୁତ୍ୱ ଦେଉଥିବା ବେଳେ ଗୋଷ୍ଠୀ ସହଭାଗିତା ଏହି ବିଜୟର ବଡ଼ ଅସ୍ତ୍ର ହୋଇଛି । ଦ୍ରୁତ ପରିବର୍ତ୍ତନଶୀଳ ଜଳବାୟୁ ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ଦୃଢ଼ ଓ ଶାଣିତ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଓଡ୍ରାଫ, ଅଗ୍ନିଶମ ବିଭାଗକୁ ଅତ୍ୟାଧୁନିକ କରିବାରେ ଲାଗିଛନ୍ତି ଓଡିଶା ସରକାର । ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଜବାନଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି ସରକାର ।

ଜାତିସଂଘ ଦ୍ୱାରା ଓଡ଼ିଶା ହୋଇଛି ପୁରସ୍କୃତ:

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତିସଂଘ ଦ୍ୱାରା ଓଡିଶା ପୁରସ୍କୃତ ହୋଇଛି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଓଡିଶାକୁ ସ୍ବୀକୃତି ମିଳିଛି । ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ସଂସ୍ଥା ନିଜର ପାରଦର୍ଶିତା ପାଇଁ ସାରା ଦେଶରେ ୧ ନଂ ବିପର୍ଯ୍ୟୟ ମୁକାବିଲା ସଂସ୍ଥାର ମାନ୍ୟତା ପାଇଛି । ସୁଭାଷ ବୋଷ ଆପଦ ପ୍ରବନ୍ଧନ ଭଳି ପୁରସ୍କାର ପାଇବାରେ ଗୌରବ ଅର୍ଜନ କରିଛି । ରାଷ୍ଟ୍ରପତିଙ୍କ ହାତରୁ ଓଡିଶା ଏହି ପୁରସ୍କାର ହାସଲ କରିଛି । ୨୦୨୩ ବର୍ଷ ପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ବା OSDMA ଏହି ପୁରସ୍କାର ଗ୍ରହଣ କରିଛି । ପୁରସ୍କାର ବାବଦରେ ନଗଦ ଅର୍ଥରାଶି ଓ ପ୍ରମାଣପତ୍ର ଗ୍ରହଣ କରିଛି ଓଡିଶା ।

ଅନ୍ୟାନ୍ୟ ବିପର୍ଯ୍ୟୟ ମୁକାବିଲା ଲାଗି ହେଉଛି ରଣନୀତି:
ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ବାତ୍ୟା ପରେ ରିଲିଫ, ମରାମତି, ପୁନଃ ସ୍ଥାପନ ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ରହିଛି । ଗ୍ରାମାଞ୍ଚଳରେ ଆପାଦ ମିତ୍ର ଗଠନ କରାଯାଇଛି । ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ ହେଉଛି । ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ପାଇଁ ନିୟମ ରହିଛି । ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା, ସାପ କାମୁଡ଼ା ଜନିତ ମୃତ୍ୟୁ, ବଜ୍ରପାତ ମୃତ୍ୟୁ ଓ ପୋଖରୀରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି ।

ଓସଡମା ହୋଇଛି ଗେମ ଚେଞ୍ଜର:

୧୯୯୯ ମସିହାରେ ମହାବାତ୍ୟାର ସମ୍ମୁଖୀନ ହୋଇଥିଲା ଓଡ଼ିଶା । ସରକାରୀ ଭାବେ ୧୦୦୦୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା । ଲକ୍ଷାଧିକ ପଶୁପକ୍ଷୀଙ୍କ ଜୀବନ ଯିବା ସହ ବିପୁଳ କ୍ଷୟକ୍ଷତି ହୋଇଥିଲା । ଏହା ପରେ ଗଠନ ହୋଇଥିଲା ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ । ସେବେଠାରୁ ବିଭିନ୍ନ ଦାୟିତ୍ୱ ନିର୍ବାହ କରିଆସୁଛି ଓସଡମା । ଏହା ଏକ ବିପର୍ଯ୍ୟୟ ମୁକାବିଲା ବାହିନୀ ଓଡ୍ରାଫ ପ୍ରସ୍ତୁତ କରିଛି । ବିବିଧ ବିପଦର ଆଗୁଆ ସୂଚନା ସେବା ବ୍ୟବସ୍ଥା ପ୍ରବର୍ତ୍ତନ କରି ବିପର୍ଯ୍ୟୟ ମୁକାବିଲାରେ ଅତ୍ୟାଧୁନିକ ଟେକ୍ନୋଲୋଜି ଉପଯୋଗ କରୁଛି । ବିଭିନ୍ନ ବାତ୍ୟା ଓ ବନ୍ୟା ସମୟରେ ଓସଡମା ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ କରି ପ୍ରଶଂସିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

'ବାତ୍ୟାରେ ଜିରୋ କାଜୁଆଲଟି ମିଶନ ସଫଳ', ଦାନା ଲ୍ୟାଣ୍ଡଫଲ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା


ବଢିବ ଓଡ୍ରାଫ ଓ ଅଗ୍ନିଶମ ଶକ୍ତି:

"ସତର୍କ" ମୋବାଇଲ ଆପ ଜରିଆରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦେବା ପାଇଁ ପଦକ୍ଷେପ ନିଆଯାଉଛି । ଜନସାଧାରଣଙ୍କ ମଧ୍ୟରେ ଏହି ଆପ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ । ରାଜ୍ୟରେ ଓ ରାଜ୍ୟ ବାହାରେ ବିଭିନ୍ନ ବିପର୍ଯ୍ୟୟ ସମୟରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓଡିଶାକୁ ସୁନାମ ଆଣିଛି । ବର୍ତ୍ତମାନ ଏହା ୨୦ଟି ୟୁନିଟ ରହିଛି । ଏହାକୁ ୩୦ଟି ୟୁନିଟ କରିବା ସହ ଏକ Dedicated force କରିବା ପାଇଁ ପଦକ୍ଷେପ ନିଆଯାଉଛି । ବିପର୍ଯ୍ୟୟ ସହାୟତା ପାଣ୍ଠି ବା SDRFରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଅତିରିକ୍ତ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ । ବାହାନଗାର ଟ୍ରେନ ଦୁର୍ଘଟଣା ଭଳି ବିଭିନ୍ନ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୫ ଟି ଆଞ୍ଚଳିକ ଅଗ୍ନିଶମ ସର୍ଭିସ ହବ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା କରାଯାଉଛି ।

ରାଜ୍ୟର ୩୮୧ ସୁନାମି ପ୍ରବଣ ଗାଁରେ ଗୋଷ୍ଠୀ ପ୍ରତିରୋଧ ବ୍ୟବସ୍ଥା ହୋଇଛି । ସମୁଦ୍ରକୂଳରୁ ୧.୫% କିମି ଦୂରରେ ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ତିଆରି କରିଛି । ଏହି ସଂଖ୍ୟା ଆଗାମୀ ଦିନରେ ବଢ଼େଇବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.