କଟକ:ଭରଣପୋଷଣ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସମସ୍ତ ବରିଷ୍ଠ ନାଗରିକ । ଶୁକ୍ରବାରବରିଷ୍ଠ ନାଗରିକ ଭରଣପୋଷଣ ସମ୍ପର୍କୀତ ଏକ ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି । ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର ବୋଲି ହାଇକୋର୍ଟ ବିଚାରପତି ରାୟ ଶୁଣାଇଛନ୍ତି ।
ଭରଣପୋଷଣ ପାଇବା ପାଇଁ ଯୋଗ୍ୟ ନୁହନ୍ତି ସମସ୍ତ ବରିଷ୍ଠ ନାଗରିକ:
ହାଇକୋର୍ଟରେ ଶୁଣାଣି ବେଳେ ଆଉମଧ୍ୟ କୁହାଯାଇଛିି," ଯଦି ଜଣେ ବରିଷ୍ଠ ନାଗରିକ ରୋଜଗାର କରିବାକୁ ଅସମର୍ଥ ଥିବେ, ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର । କିନ୍ତୁ ଜଣେ କେବଳ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସଂପର୍କୀୟଙ୍କ ନିକଟରୁ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ନାହିଁ । ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ ଏଥିପାଇଁ ନିର୍ଦ୍ଦେଶ ପାଇ ପାରିବେ ନାହିଁ । ନିଜ ପାଳନ ପୋଷଣରେ ବରିଷ୍ଠ ନାଗରିକମାନେ ଯଦି ଅସମର୍ଥ ଥିବେ, ଆଉ ସେମାନଙ୍କୁ ଯଦି ତାଙ୍କ ସନ୍ତାନ ବା ସଂପର୍କୀୟ ଉପେକ୍ଷା କରୁଥିବେ ତେବେ ଏଭଳି କ୍ଷେତ୍ରରେ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ।" ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିଛନ୍ତି ।
ବାପାଙ୍କ ଭରଣପୋଷଣ ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟଙ୍କ ଖାରଜ:
ସେହିପରି ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରିଛନ୍ତି । ଏହି ପ୍ରସଙ୍ଗରେ ପୁନର୍ବାର ଶୁଣାଣି କରିବା ଲାଗି ଟ୍ରିବୁନାଲ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଉଭୟଙ୍କୁ ପକ୍ଷ ରଖିବାକୁ ଟ୍ରିବୁନାଲ୍ ସୁଯୋଗ ଦେବା ନେଇ କୋର୍ଟ କହିଛନ୍ତି । ଏହି ଆବେଦନ ବିଚାରାଧୀନ ଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆବେଦନକାରୀ ପୁଅଙ୍କ ତରଫରୁ ଜମା କରାଯାଇଥିବା ରାଶି, ଟ୍ରିବୁନାଲ୍ରେ ମାମଲାର ଫଇସଲା ପର୍ଯ୍ୟନ୍ତ ସ୍ଥାୟୀ ଜମା ଭାବେ ରହିବ । ୧ ମାସ ଭିତରେ ଟ୍ରିବୁନାଲ୍ ମାମଲାର ଫଇସଲା କରିବେ । ଟ୍ରିବୁନାଲ୍ଙ୍କ ନିକଟରେ ଉଭୟ ବାପପୁଅ ଫେବୃଆରୀ ୨୪ରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ କହିବା ସହ ଏହି ସମ୍ପର୍କିତ ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ।
କଣ ଥିଲା ପୁରା ମାମଲା:
ରାୟଗଡାରେ ୬୯ ବର୍ଷୀୟ ବାପାଙ୍କୁ ପୁଅ ଘରୁ ବାହାର କରିଦେବା ସହିତ ପାଳନପୋଷଣ କରୁ ନଥିବା ଅଭିଯୋଗ ହୋଇଥିଲା । ପୀଡ଼ିତ ବାପା ୫ ହଜାର ଟଙ୍କା ମାସିକ ଭରଣପୋଷଣ ଦାବି କରି ରାୟଗଡ଼ା ଉପଜିଲ୍ଲାପାଳ ତଥା ଭରଣପୋଷଣ ଟ୍ରିବୁନାଲ୍ରେ ପୁଅ ବିରୋଧରେ ମାମଲା ରୁଜୁ କରିଥିଲେ । ୧୬ ତାରିଖରେ ଟ୍ରିବୁନାଲ୍ ମାମଲାର ଶୁଣାଣି କରି ପୁଅକୁ ଘର ଫାଟକ ଚାବି ବାପାଙ୍କୁ ପ୍ରଦାନ କରିବା ସହିତ ମାସିକ ୫ ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏହାମଧ୍ୟ ପଢନ୍ତୁ... |