ଓଡିଶା

odisha

ETV Bharat / state

ପୁରୀରେ ପିଲା ଚୋରି ନେଇ ଅଭିଭାବକ ମହଲରେ କୋକୁଆ ଭୟ ! ଅଭିଯୋଗକୁ ଗୁଜବ କହିଲେ ଏସପି - Rumor of Child Stealing

Rumor of Child Stealing: ପିଲା ଚୋରି ଘଟଣାକୁ ନେଇ ଅଭିଭାବକ ମହଲରେ ଭୟର ବାତାବରଣ । ପୁରୀ ସହର ତଥା ସମଗ୍ର ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କ । ପୁରୀରେ ପିଲା ଚୋରି ଘଟଣାକୁ ନେଇ ଗୁଜବ ସୃଷ୍ଟି କରାଯାଉଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । ଅଧିକ ପଢ଼ନ୍ତୁ,

ପିଲା ଚୋରି ଘଟଣାକୁ ନେଇ ଭୟର ବାତାବରଣ
ପିଲା ଚୋରି ଘଟଣାକୁ ନେଇ ଭୟର ବାତାବରଣ

By ETV Bharat Odisha Team

Published : Mar 19, 2024, 10:13 PM IST

ପିଲା ଚୋରି ଘଟଣାକୁ ନେଇ ଭୟର ବାତାବରଣ

ପୁରୀ: ପିଲା ଚୋରି ଘଟଣାକୁ ନେଇ ଅଭିଭାବକ ମହଲରେ ଭୟର ବାତାବରଣ । ପୁରୀ ସହର ତଥା ସମଗ୍ର ଜିଲ୍ଲାରେ ପିଲା ଚୋରିକୁ ନେଇ ସୃଷ୍ଟି ହୋଇଛି ଆତଙ୍କ। କିଛି ବ୍ୟକ୍ତି ପିଲାମାନଙ୍କୁ ରାସ୍ତାରୁ ଚୋରି କରି ନେଉଥିବା ପ୍ରଚାର ହେବାରେ ଲାଗିଛି । ପିଲା ଚୋରିକୁ ନେଇ ସନ୍ଦେହ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କୁ ସନ୍ଦେହ କରି ଆକ୍ରମଣ ହେଉଥିବା ଘଟଣା ମଧ୍ୟ ନଜରକୁ ଆସିଲାଣି। ଏକାଧିକ ସ୍ଥାନରେ ହୋଇଥିବା ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଛି। ଲୋକଙ୍କ ଭିତରେ ଭୟ ଦୂର କରିବା ପାଇଁ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି ଏସପି ପିନାକ ମିଶ୍ର।

ପିଲା ଚୋରିକୁ ସନ୍ଦେହ କରି ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ପିଲା ଚୋରିରେ ସଂପୃକ୍ତ ନଥିବା ଏସପି ସ୍ପଷ୍ଟୀକରଣ କରିଛନ୍ତି। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି ମାନସିକ ବିକାର ଗ୍ରସ୍ତ। ଏଣୁ ଦିନରେ ହେଉ ଅବା ରାତିରେ ସେମାନେ ବୁଲୁଥିବା ବେଳେ ପିଲା ଚୋରିକୁ ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସପି। ପୁରୀରେ ପିଲା ଚୋରି ଘଟଣାକୁ ନେଇ ଯେଉଁଭଳି ଗୁଜବ ସୃଷ୍ଟି କରାଯାଉଛି ତା'କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ଗୁଜବ ଉପରେ ବିଶ୍ବାସ ନକରି କୌଣସି ବେଆଇନ୍ କାର୍ଯ୍ୟ ନକରିବାକୁ ଏସପି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହୁଏ ତେବେ ତାଙ୍କୁ ଆକ୍ରମଣ ନକରି ତୁରନ୍ତ ପୋଲିସକୁ ଖବର ଦେବାକୁ ନିବେଦନ କରିଛନ୍ତି । ପୁରୀ ଏକ ତୀର୍ଥକ୍ଷେତ୍ର ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଏଠାକୁ ଅନେକ ଲୋକ ଆସୁଥିବା ବେଳେ ଅନେକ ମାନସିକ ବିକାର ଗ୍ରସ୍ତ ଲୋକ ମଧ୍ୟ ଏଠାକୁ ଚାଲି ଆସୁଛନ୍ତି। ମାନସିକ ବିକାର ଗ୍ରସ୍ତ ଲୋକଙ୍କ କଥାବାର୍ତ୍ତା ଓ ଚାଲି ଚଳଣ ସଠିକ୍ ନଥାଏ ବୋଲି ଅନେକ ଲୋକ ତାଙ୍କୁ ସନ୍ଦେହ କରିଥାନ୍ତି।

ଏହା ମଧ୍ୟ ପଢ଼ନ୍ତୁ.... ନାବାଳିକା କଲେଜ ଛାତ୍ରୀ ଅପହରଣ ଅଭିଯୋଗ: ନ୍ୟାୟ ଅପେକ୍ଷାରେ ପରିବାର

ତେବେ କୌଣସି ଗୁଜବ ଏବଂ ସନ୍ଦେହକୁ ଆଧାର କରି କାହା ଉପରେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଅମାନବୀୟ ଓ ବେଆଇନ୍ ବୋଲି ପୁରୀ ଏସପି କହିଛନ୍ତି। ଏଭଳି ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ପୁରୀ ବାସିନ୍ଦା ଗୁଜବ ଉପରେ ବିଶ୍ବାସ ନକରି କୌଣସି ବ୍ୟକ୍ତି ସନ୍ଦିଗ୍ଧ ଲାଗିଲେ ନିଜ ଅଞ୍ଚଳରେ ଥିବା ଥାନାକୁ ଖବର ଦେବା ପାଇଁ ଏସପି ନିବେଦନ କରିଛନ୍ତି। ଗତ ଦୁଇଦିନ ତଳେ ପୁରୀ ସଦର ଅଞ୍ଚଳର ଶାଶନ ଦାମୋଦରପୁର, କୋଇଲାଅଡା ଏବଂ ନରେନ୍ଦ୍ର କୋଣ ଅଞ୍ଚଳରେ ପିଲା ଚୋରି ସନ୍ଦେହକୁ ନେଇ ସ୍ଥାନୀୟ ବାସିନ୍ଦା କିଛି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଉକ୍ତ ଯୁବକ ମାନେ ମାନସିକ ବିକାର ଗ୍ରସ୍ତ ହୋଇଥିବା ବେଳେ ପିଲା ଚୋରି ସନ୍ଦେହ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି ପୁରୀ ଏସପି ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇଛନ୍ତି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details