ଓଡିଶା

odisha

ETV Bharat / state

ଏ ବିଜୟ ବିଜେପିର ନୁହେଁ, ଓଡ଼ିଆ ଜାତିର ବିଜୟ: ବିଶ୍ବଭୂଷଣ ହରିଚନ୍ଦନ - Biswabhusan Harichandan

Biswabhusan Harichandan Reaction: ବିଜେପିର ଓଡ଼ିଶାରେ ବିଜୟ ପରେ ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନଙ୍କ ମନ୍ତବ୍ୟ। କଣ କହିଲେ ହରିଚନ୍ଦନ ଆସନ୍ତୁ ଜାଣିବା।

By ETV Bharat Odisha Team

Published : Jun 14, 2024, 10:40 PM IST

Biswabhusan Harichandan
Biswabhusan Harichandan (ETV Bharat Odisha)

ଭୁବନେଶ୍ବର:ଆଜି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ବିଜେପି ସରକାରର ବିଜୟକୁ ନେଇ ସେ କହିଛନ୍ତି, "ଏ ଲଢେଇ ବିଜେପିର ବୋଲି କହିବି ନାହିଁ, ଏହା ଓଡ଼ିଆ ଜାତିର ଲଢେଇ ଥିଲା" ବୋଲି କହିଛନ୍ତି। ତେବେ ଆୟୋଜିତ ସମ୍ମିଳନୀରେ ସେ କହିଛନ୍ତି, "ବିଜେପିର ବିଜୟ ବୋଲି କହିବି ନାହିଁ, ଏହା ଓଡ଼ିଆ ଜାତିର ବିଜୟ । ଓଡ଼ିଆ ଅସ୍ମିତା ଉପରେ ଆଘାତ ହେଉଥିଲା । ଓଡ଼ିଆ ଜାତି ତାର ଜବାବ ଦେଇଛି । ଲଢୁଆ ଜାତି ମୁକ ହୋଇଯାଇଥିଲା, ଶୁଣିବାକୁ କେହି ନଥିଲେ । ଶାସକର କର୍ତ୍ତବ୍ୟ ଶୁଣିବ, ଶାସିତ ମଧ୍ୟ ଶୁଣିବ, କିନ୍ତୁ ଶାସକଙ୍କ ସହଯୋଗୀ ମାନେ ଶୀର୍ଷ ନେତୃତ୍ଵଙ୍କ ସହ କଥା ବି ହୋଇପାରୁନଥିଲେ । ଅନେକ ଲୋକ ବନ୍ଦୀ ହୋଇ ରହିଥିଲେ । ଜନ ପ୍ରତିନିଧି ମାନେ କିଛି କହି ପାରୁନଥିଲେ କି ଭେଟି ପାରୁନଥିଲେ । ନୀରବ, ନିସ୍ତବ୍ଧ ହୋଇଯାଇଥିଲେ ଲୋକ ମାନେ । "

Biswabhusan Harichandan (ETV Bharat Odisha)

ଗଣତନ୍ତ୍ର ବିପଦରେ ଥିଲା ବୋଲି କହି ସେ ଆହୁରୀ ମଧ୍ୟ କହିଛନ୍ତି "ଗଣତନ୍ତ୍ର ପରମ୍ପରା ଧ୍ଵଂସ ହୋଇଯାଇଥିଲା, ବାକ ସ୍ଵାଧୀନତା ନଥିଲା । ଅନେକ ଜାଗାକୁ ସାମ୍ବାଦିକ ମାନଙ୍କର ପ୍ରବେଶ ବନ୍ଦ ଥିଲା । ତୋଷମଦ କରି କୌଣସି ଜାତି ବଡ଼ ହୁଏ ନାହିଁ । ଓଡ଼ିଆ ଜାତି ସତେ ଯେମିତି ମରି ଯାଇଛି ଭଳି ଲାଗୁଥିଲା । ଓଡ଼ିଆ ଜାତି ଦେହରେ ଆଉ ରକ୍ତ ନଥିବା ଭଳି ଲାଗୁଥିଲା । କାରଣ ଓଡ଼ିଆ ଅସ୍ମିତା ଉପରେ ଯେତେବେଳେ ଆଘାତ ହୋଇଛି, ସେତେବେଳେ ଓଡ଼ିଆ ଜାତି ଜାଗି ଉଠିଛି । ଏ ସେହି ଓଡ଼ିଆ ଜାତି ଯିଏ 1817ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଦୀର୍ଘ 8 ବର୍ଷ ଧରି ପାଇକ ବିଦ୍ରୋହ କରିଥିଲା । ଯାହା ସର୍ବ ଭାରତୀୟ ସ୍ତରରେ ଚର୍ଚ୍ଚିତ ମଧ୍ୟ ହୋଇଛି । ତେବେ ଆଜି ବଡ ଆନନ୍ଦର ଦିନ । ଓଡ଼ିଶା ମୁକ୍ତ ହୋଇଛି । ବନ୍ଦୀ ଶାଳାରେ ଥିବା ଲୋକ ମାନେ ମୁକ୍ତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ରଣପୁରବାସୀଙ୍କ ସେବା କରିବା ପାଇଁ ମୁଁ ନିର୍ବାଚିତ ହୋଇଛି: ସୁରମା ପାଢ଼ୀ - Surama Padhy on probable speaker

ସେ ଆହୁରୀ ମଧ୍ୟ କହିଛନ୍ତି "ଅନେକ ଲୋକଙ୍କର ଆତ୍ମ କାନ୍ଦୁଥିଲା, ତାଙ୍କର ଆତ୍ମ ସମ୍ମାନ ଧୂଳିସାତ ହୋଇଯାଇଥିଲା । ସେମାନେ ଏବେ ମୁକ୍ତ ହୋଇଯାଇଛନ୍ତି । ଏବେ ଓଡ଼ିଆ ସ୍ୱାଭିମାନ ଫେରାଇ ଆଣିବାର ସୁଯୋଗ ଆସିଛି । ଏବେ ଓଡ଼ିଆ ଜାତିର ଗର୍ବ ଗୌରବ ସଂରକ୍ଷିତ ହୋଇଛି । ଏବେ ଆମ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ସୁରକ୍ଷିତ ହୋଇଛି । ବରୁଣେଇ ଠାରେ ବିରାଟ ପାଇକ ସ୍ମାରକୀ କରିବା ପାଇଁ ବଜେଟ ମଞ୍ଜୁର ହୋଇଗଲା । କିନ୍ତୁ ଦୁର୍ଭାଗ୍ୟ ଯେ, ଏ ପର୍ଯ୍ୟନ୍ତ ପାଇକ ସ୍ମାରକୀ ହୋଇପାରିଲା ନାହିଁ । ଏମିତି କୌଣସି ଜାତି ନାହିଁ, ଯିଏ ତାର ଗର୍ବ ଗୌରବ ସ୍ମାରକୀ ହେବ, ଆଉ ସେ ଜାତି ତାକୁ ଅବହେଳା କରିବ । ତାହା ପାଇଁ ଜାଗା ଦେଇ ପାରିଲେ ନାହିଁ ।" ତେବେ ନୂଆ ସରକାର ପାଇକ ସ୍ମାରକୀ ପାଇଁ ଜାଗା ଦିଅନ୍ତୁ ବୋଲି ବିଶ୍ଵଭୂଷଣ ହରିଚନ୍ଦନ ତାଙ୍କୁ ପରାମର୍ଶ ଦେବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details