ବ୍ରହ୍ମପୁର: ବିଜ୍ଞାପିତ ଅଞ୍ଚଳ ପରିଷଦରୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର । ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ସହରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରାଯାଇଛି । ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନା କରିବା ନେଇ ସ୍ଥାନୀୟବାସୀଙ୍କ ଦୀର୍ଘ ବର୍ଷର ଦାବିକୁ ପୂରଣ କରିଛନ୍ତି ସରକରା । ଯାହାକୁ ନେଇ ଛତ୍ରପୁରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ବାଣ ଫୁଟାଇ ମିଠା ବଣ୍ଟନ କରି ହୋଇଛି ଜୋରଦାର ସେଲିବ୍ରେସନ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ମ୍ୟୁନିସିପାଲିଟିରେ ପରିଣତ ହେବା ଖବର ଜଣାପଡିବା ପରେ ଏନେଇ ବାଣ ଫୁଟାଇ ମିଠା ବଣ୍ଟନ କରି ସେଲିବ୍ରେସନ୍ କରିଛନ୍ତି ଛତ୍ରପୁରବାସୀ । ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ପ୍ରତିନିଧିଙ୍କ ସମେତ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର 5ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ଏହି ସହରକୁ ୧୯୫୫ ମସିହାରେ ଏନଏସି ମାନ୍ୟତା ପ୍ରଦାନ କରାଯାଇଥିଲା । ଇତି ମଧ୍ୟରେ ଏହି ସହରର ପରିସୀମା ବୃଦ୍ଧି ପାଇଛି । ଏପରିକି ଜନସଂଖ୍ୟା ମଧ୍ୟ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ଅନୁଯାୟୀ ରହିଥିଲେ ମଧ୍ୟ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ କରି ଚାଲିଥିବା ନେଇ ପୂର୍ବରୁ ଅନେକବାର ବିଭିନ୍ନ ଫୋରମରେ ଦାବି କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ