ଓଡିଶା

odisha

ETV Bharat / state

ନିର୍ବାଚନରେ ନିୟୋଜିତ ପୋଲିଂ କର୍ମଚାରୀଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା ସୁବିଧା - Cashless treatment to Polling staff - CASHLESS TREATMENT TO POLLING STAFF

Cashless Medical facilities to Polling staff: ସାଧାରଣ ନିର୍ବାଚନ ୨୦୨୪ରେ ନିୟୋଜିତ ଥିବା ପୋଲିଂ କର୍ମଚାରୀଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Cashless Medical facilities to Polling staff
Cashless Medical facilities to Polling staff

By ETV Bharat Odisha Team

Published : Apr 12, 2024, 9:29 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ୨୦୨୪ରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଯଦି ଅଂଶୁଘାତରେ ଅସୁସ୍ଥ ହୁଅନ୍ତି, ତେବେ ସେମାନଙ୍କୁ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ପରିସରଭୁକ୍ତ ହୋଇଥିବା ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି ।

Cashless Medical facilities to Polling staff

ନିର୍ବାଚନକାଳୀନ ଡ୍ୟୁଟି ସଂକ୍ରାନ୍ତ ନିଯୁକ୍ତି ପତ୍ର ଦାଖଲ କରାଯିବା ପରେ ଏହି ଚିକିତ୍ସା ସୁବିଧା ଉପଲବ୍ଧ ହେବ । ରାଜ୍ୟର କୋଟି କୋଟି ଲୋକ ବିଏସ୍‌କେୱାଇ ଜରିଆରେ ଉପକୃତ ହେଉଥିବାବେଳେ ରାଜ୍ୟ ସରକାର ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଏହାକୁ ଉପଲବ୍ଧ କରାଇଛନ୍ତି । ଘରୋଇ ହସ୍ପିଟାଲ ଗୁଡ଼ିକ ଚିକିତ୍ସା ପାଇଁ 'ଷ୍ଟେଟ ହେଲ୍‌ଥ ଆସ୍ୟୁରାନ୍ସ ସୋସାଇଟି' ନିକଟରେ ଅଫ୍‌ଲାଇନରେ ବିଏସ୍‌କେୱାଇ ପ୍ୟାକେଜ୍‌ ରେଟ୍‌ ଆଧାରରେ ବିଲ ପୈଠ କରିବା ପାଇଁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦିବ୍ୟାଙ୍ଗ-ବୟସ୍କଙ୍କ ଲାଗି ସହଜ ହେବ ମତଦାନ; ହୋମ ଭୋଟିଂ ଘୋଷଣା କଲେ ECI - Home Voting Facility

ପ୍ରକାଶ ଥାଉ, ରାଜ୍ୟରେ କିଛି ଜିଲ୍ଲାରେ କୋହଲା ପାଗ ଲାଗ ରହିଥିବାବେଳେ ଆଉ କେତେକ ସ୍ଥାନରେ ତାପମାତ୍ରାରେ ବୃଦ୍ଧି ଘଟୁଛି । ତେବେ ଅତ୍ୟଧିକ ଉତ୍ତାପରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ସୁରକ୍ଷାଗତ ପରାମର୍ଶ ଦେଇଛି । ଏପରିକି ସ୍ବାସ୍ଥ୍ୟଗତ ସମସ୍ୟା ଯେଭଳି ଭାବରେ ନହୁଏ, ସେନେଇ ହସ୍ପିଟାଲ ସିଡିଏମ୍‌ଓ ମାନଙ୍କୁ ସଚେତନତା ଓ ପଦକ୍ଷେପ ନିଆଯାଇଛି । ରାଜ୍ୟର ଏନେଇ ସମସ୍ତ ସିଡିଏମଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ୍ ଅଫିସର, ସ୍ବାସ୍ଥ୍ୟ କର୍ମଚାରୀ, ତୃଣମୂଳସ୍ତରର କର୍ମଚାରୀମାନେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସବୁବେଳେ ହସ୍ପିଟାଲରେ ସଜାଗ ରହିବା ଆବଶ୍ୟକ । ଏପରିକି ହସ୍ପିଟାଲରେ ଶଯ୍ୟା, ପର୍ଯ୍ୟାପ୍ତ ପରିମାଣର ଅତ୍ୟାବଶ୍ୟକ ଔଷଧ, ତରଳ ପଦାର୍ଥ, ବରଫ ପ୍ୟାକ୍‌ ଆଦି ସ୍ବାସ୍ଥ୍ୟ ସୁବିଧା ଗୁଡ଼ିକ ପ୍ରସ୍ତୁତ ରଖିବା ସହ ହସ୍ପିଟାଲ ଗୁଡିକରେ ସମୀକ୍ଷା କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ସମୟରେ ପ୍ରାଥମିକ ଭାବରେ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ORS ଏବଂ ସମସ୍ତ ଆବଶ୍ୟକୀୟ ଉପକରଣ ଆଦି ହସ୍ପିଟାଲରେ ପ୍ରଚୁର ପରିମାଣରେ ରହିବା ଆବଶ୍ୟକ । ସମସ୍ତ ସ୍ବାସ୍ଥ୍ୟ ସୁବିଧାରେ ପର୍ଯ୍ୟାପ୍ତ ପାନୀୟ ଜଳର ଉପଲବ୍ଧତା ଏବଂ ଜଟିଳ ଅଞ୍ଚଳରେ ଥଣ୍ଡା ଉପକରଣର କାର୍ଯ୍ୟ ଜାରି ରହିବା ନିଶ୍ଚିତ ହେବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details