ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ହସ୍ପିଟାଲ ପରିସରରେ କର୍କଟ ରୋଗ ନିରୂପଣ ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ଉଦଘାଟନ କରିଥିଲେ । ବାଲେଶ୍ଵର ବିସିଆଇସି ଉଇ, ଭୁବନେଶ୍ବରର ପେଣ୍ଟାୱାନ ହେଲଥ କେୟାର ବିଶେଷଜ୍ଞଙ୍କ ଦ୍ଵାରା କର୍କଟ ରୋଗର ନିରୂପଣ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସର୍ଜିକାଲ ଅଙ୍କଲୋଜିଷ୍ଟ ଡ. ଗାରିମା ସରୋଗୀ, କନଭେନର ସୁପ୍ରୀତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଏନେଇ ଏସପି କହିଛନ୍ତି ଯେ, ମହିଳା ଦିବସ ଅବସରରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପୋଲିସ ହସ୍ପିଟାଲରେ ଏହି କାର୍ଯ୍ୟକ୍ରମ କରାଯାଇଛି । ବିଶେଷ କରି ଏହା ପୁରୁଷ ଓ ମହିଳାମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ରହିଛି । ମହିଳାମାନଙ୍କ ପାଇଁ ସ୍ତନ କର୍କଟ ରୋଗର ନିରାକରଣ ଏବଂ ପୁରୁଷମାନଙ୍କ ଓରାଲ କ୍ୟାନସର ରୋଗର ନିରାକରଣ ପାଇଁ ଏମିତି କ୍ୟାମ୍ପ ଅନୁଷ୍ଠିତ ହୋଇଛି । ଏହା ବିଶେଷକରି ପୋଲିସ ବିଭାଗର କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ଉର୍ଦ୍ଧିଷ୍ଟ ରହିଛି ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହି ରୋଗର ସଚେତନତା ସହ ପ୍ରାଥମିକ ସ୍ତରରେ ଏହାକୁ କିପରି ଭାବେ ନିରୂପଣ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା । ଯେଉଁମାନଙ୍କଠାରେ କର୍କଟ ଚିହ୍ନଟ ହେବ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ପଠାଯିବ । ଏହି ଅବସରରେ ସର୍ଜିକାଲ ଅଙ୍କଲୋଜିଷ୍ଟ ଡ. ଗାରିମା କହିଛନ୍ତି ଯେ, ପ୍ରଥମେ ଏହି କ୍ୟାମ୍ପରେ ସମସ୍ତଙ୍କୁ ତିନୋଟି କର୍କଟ ରୋଗ ଯଥା ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ଓରାଲ ଏବଂ ସରଭାଇକାଲ କ୍ୟାନସର ଉପରେ ଗୁରୁତ୍ବ ଦିଆଯାଇଛି ।
ବିଶେଷକରି ଏହି ତିନୋଟି କ୍ୟାନସର ହେଲେ ରୋଗୀମାନଙ୍କ ଠାରେ କି କି ପ୍ରକାର ଲକ୍ଷଣ ଦେଖାଯାଏ ଏବଂ କିପରି ଭାବେ ତାହାକୁ ମୂଳରୁ ଚିହ୍ନଟ କରିପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ । ଏହାଛଡା ସେମାନଙ୍କୁ କିପରି ଭାବେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।