ଓଡିଶା

odisha

ETV Bharat / state

ଖରିଫ ଫସଲର MSP ବୃଦ୍ଧି ନେଇ ଆଲୋଚନା, ସାମିଲ ହେଲେ ପୂର୍ବାଞ୍ଚଳ ରାଜ୍ୟ - MSP FOR KHARIF CROPS

ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ବିଭିନ୍ନ ପୂର୍ବାଞ୍ଚଳ ରାଜ୍ୟଗୁଡିକ ସହ ଆଲୋଚନା କଲେ ସିଏସିପିର ଅଧ୍ୟକ୍ଷ ।

ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା
ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା (ETV Bharat Odisha)

By ETV Bharat Odisha Team

Published : Feb 7, 2025, 10:41 PM IST

ଭୁବନେଶ୍ବର:ଖରିଫ ଫସଲର ମୂଲ୍ୟ ତଥା ବିକ୍ରୟଭିତ୍ତିକ ନିୟାମକ ଗଠନ ହେବ । ଏଥିପାଇଁ ଆଜି ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଛି ପୂର୍ବାଞ୍ଚଳ ରାଜ୍ୟମାନଙ୍କର ବୈଠକ । କୃଷି ଉତ୍ପାଦନ ମୂଲ୍ୟ ଉପଦେଷ୍ଟା କମିଟି ବା ସିଏସିପିର ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ଶର୍ମା ଉପସ୍ଥିତରେ ହୋଇଛି ବୈଠକ । ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସିଏସିପିର ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଆଲୋଚନା କରିଛନ୍ତି ।

ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା (ETV Bharat Odisha)

ଟ୍ରେଡ଼ ପଲିସିରେ ପରିବର୍ତ୍ତନ ଆବଶ୍ୟକ:

ସିଏସିପି ଅଧ୍ୟକ୍ଷ ପ୍ରଫେସର ବିଜୟ ପାଲ ଶର୍ମାଚଳିତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, "ଭାରତ ହେଉଛି ଦୁନିଆର ସବୁଠାରୁ ବଡ଼ ମାର୍କେଟ । ଧାନ, ଗହମରେ ଆମେ ବଳକା ଦେଶ ଅଟୁ । ସେହିଭଳି ଶ୍ରୀଅନ୍ନ ପୂର୍ବରୁ ଆମ ଖାଦ୍ୟର ଅଂଶ ଥିଲା । ଏବେ ଲୋକେ ଏହାକୁ ହୃଦୟଙ୍ଗମ କରି ପୁନଶ୍ଚ ଥାଳିରେ ଆଣିବାକୁ ପ୍ରଚେଷ୍ଟା କରାଯାଉଛି । ଆଜିର ସମୟରେ ଆମକୁ ମଞ୍ଜିର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ହେବ । ଯାହାଦ୍ୱାରା ଉତ୍କୃଷ୍ଟ ମାନର ଫସଲ ଫଳିବ । ବଳକା ଫସଲକୁ ଆମେ ବିଦେଶକୁ ରପ୍ତାନୀ କରିହେବ । ତା' ଛଡ଼ା ଟ୍ରେଡ଼ ପଲିସିରେ ପରିବର୍ତ୍ତନ କରିବା ଆବଶ୍ୟକ । ଏହା ଚାଷୀଙ୍କୁ ବିଶେଷ ଭାବେ ଲାଭ ପ୍ରଦାନ କରିବ । ମୃତ୍ତିକା ସ୍ୱାସ୍ଥ୍ୟ, ଫସଲ ବିବିଧିକରଣ କରିବାକୁ ପଡିବ ।"

ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା (ETV Bharat Odisha)


ଓଡ଼ିଶାର ଉତ୍ପାଦିତ ଜିନିଷ ବିଦେଶରେ ରହିଛି ଚାହିଦା:

ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓବୈଠକକୁ ଉଦଘାଟନ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି," ଓଡ଼ିଶାରେ ଉତ୍ପାଦିତ ହେଉଥିବା ଜିନିଷର ବିଦେଶରେ ବହୁତ ଚାହିଦା ରହିଛି । ବିଦେଶ ରପ୍ତାନୀ ପାଇଁ ଉତ୍ସର୍ଗୀକୃତ କାର୍ଗୋ ସେବା ଓ ଫ୍ରାଇଟ ପ୍ରଣୟନ କରାଯାଉ । ଚଳିତବର୍ଷ ଓଡ଼ିଶାରେ ଉତ୍କୃଷ୍ଟ ମାନର ଷ୍ଟ୍ରବେରୀ ଫଳିଛି ।"

ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା (ETV Bharat Odisha)

ଏହା ବ୍ୟତୀତ ଜୈବିକ ପଦ୍ଧତିରେ ଚାଷ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି,"ଓଡ଼ିଶା କୃଷି କ୍ଷେତ୍ରରେ ପ୍ରଗତି କରିଛି । ବିଶେଷ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଅଧିକ ୮୦୦ଟଙ୍କା ଇନପୁଟ ସହାୟତା ଚାଷୀଙ୍କୁ ପ୍ରୋତ୍ସାହିତ କରିଛି । କ୍ଷୁଦ୍ର ମିଲେଟ ଉତ୍ପାଦନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇଛି ।"

ଏହା ମଧ୍ୟ ପଢନ୍ତୁ...କାଲି ମିଳିବ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଦେବେ ମୁଖ୍ୟମନ୍ତ୍ରୀ - SUBHADRA YOJANA

ଏହା ମଧ୍ୟ ପଢନ୍ତୁ...୯ ବିଭାଗରେ ୬୩୯୦ ଜଣଙ୍କୁ ନିଯୁକ୍ତି, ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ - NIJUKTI MELA

ଏହା ମଧ୍ୟ ପଢନ୍ତୁ...ପୁନରୁଦ୍ଧାର ସହ ବିକଶିତ ହେବ ସତ୍ୟବାଦୀ ବକୁଳବନ - BAKULA BANA DEVELOPMENT


କୃଷି ନିର୍ଦ୍ଦେଶକ କହିଲେ...
କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି,"ବୈଠକରେ ଚାଷୀଙ୍କ ଉତ୍ପାଦନ ବୃଦ୍ଧି ନେଇ ଆଲୋଚନା ହୋଇଛି । ଚାଷୀଙ୍କ ରୋଜଗାର କେତେ ବଢିଲା, ଆଗକୁ କଣ ପଦକ୍ଷେପ ନିଆଯିବା ଦରକାର ସେନେଇ ଆଲୋଚନା ହୋଇଛି । ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ତରଫରୁ ହୋଇଥିବା ଅନୁସନ୍ଧାନ ଉପସ୍ଥାପନ କରାଯାଇଛି । ସେହିପରି ବୈଠକରେ ସାମିଲ ହୋଇଥିବା ରାଜ୍ୟ ମଧ୍ୟ ସେମାନଙ୍କ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହାର ଚୂଡାନ୍ତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କୁ ପଠାଯିବ । ସର୍ବନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ନିର୍ଦ୍ଧାରଣ କରନ୍ତି ।"

ଖରିଫ ଫସଲର ଏମ୍ଏସପି ବୃଦ୍ଧି ସମ୍ପର୍କରେ ଆଲୋଚନା (ETV Bharat Odisha)

କେଉଁ କେଉଁ ରାଜ୍ୟ ବୈଠକରେ ଉପସ୍ଥିତ ଥିଲେ ?

ବୈଠକରେ ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ, ପଶ୍ଚିମବଙ୍ଗ କୃଷି ବିଭାଗର ଅଧିକାରୀ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି । ବିହାରର ଅଧିକାରୀ ଭିସି ଜରିଆରେ ଯୋଗ ଦେଇଛନ୍ତି । କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓଡ଼ିଶା ବିଷୟରେ ଉପସ୍ଥାପନା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ନିର୍ଦେଶକ ଡ଼ ରାଜେଶ ଦାସ ଧନ୍ୟବାଦ ଅର୍ପଣ କରିଛନ୍ତି । ସୂଚନା ଅନୁସାରେ ସିଏସିପିର ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ପ୍ରତିବର୍ଷ ଖରିଫ ଓ ରବି ଋତୁ ପୂର୍ବରୁ ବିଭିନ୍ନ ଫସଲର ଦୁଇଥର ଏମ୍‌ଏସ୍‌ପି ଘୋଷଣା କରିଥାନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details