ଭୁବନେଶ୍ବର: ମୋଦି ସରକାରର ଗ୍ୟାରେଣ୍ଟିର ଝଲକ ଅନ୍ତରୀଣ ବଜେଟ 2024-25 ରେ ଦେଖିବାକୁ ମିଳିବ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଜନତାଙ୍କ ଆଶା ଆଙ୍କାକ୍ଷା ପୂରଣ ପାଇଁ କେନ୍ଦ୍ର ସରକାର ନିଶ୍ଚୟ ଅଧିକ ଅର୍ଥର ବ୍ୟବସ୍ଥା କରିଥିବେ । ବଜେଟ ଆଗତର ଅବ୍ୟବହିତ ପୂର୍ବରୁ ଏହା କହିଛନ୍ତି ବିଜେପି ବିଧାୟକ ମୋହନ ମାଝୀ।
ମୋହନ କହିଛନ୍ତି, ‘‘ମୋଦି ସରକାରର ଗ୍ୟାରେଣ୍ଟିର ଝଲକ ଅନ୍ତରୀଣ ବଜେଟ 2024-25 ରେ ଦେଖିବାକୁ ମିଳିବ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ। ଆସନ୍ତାକାଲି ସଂସଦରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ । ଗରିବ ଓ ମଧ୍ୟବିତ୍ତ ପରିବାରକୁ ଅଧିକ ଧ୍ୟାନ ଦିଆଯିବ । ଯେଉଁମାନେ ଦଳିତ ଓ ନିଷ୍ପେସିତ, ହରିଜନ ଏବଂ ଆଦିବାସୀ, ଚାଷୀ, ମହିଳା ଓ ଛାତ୍ରଙ୍କୁ ଗୁରୁତ୍ବ ମିଳିବ । ଏହି ବର୍ଗ ବିକଶିତ ହେଲେ ଦେଶ ବିକଶିତ ହେବ ବୋଲି ମୋଦି କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବଜେଟ ନିଶ୍ଚୟ ଭାବେ ଆସିବ । ସର୍ବସ୍ପର୍ଶୀ ଓ ସର୍ବବ୍ୟାପୀ ହେବ ଏହି ବଜେଟ। ବିଶ୍ବର ସର୍ବବୃହତ ତୃତୀୟ ଅର୍ଥନୀତି ଭାରତ ହେବ । ପ୍ରଧାନମନ୍ତ୍ରୀ ଏହାକୁ ଆଗକୁ ନେଇଛନ୍ତି। ଆଗାମୀ ଦିନରେ ଭାରତ ବିକଶିତ ଦେଶ ହେବ। କଂଗ୍ରେସ ସମୟରେ ଓଡିଶା କୁ ୮ ଶହ କୋଟି ଟଙ୍କାର ବଜେଟ ମିଳୁଥିଲା। ହେଲେ ମୋଦି ସରକାରରେ ଗତ ବଜେଟରେ ୧୦ ହଜାର କୋଟି ବଜେଟ ମିଳିଥିଲା। ଓଡିଶାକୁ ସବୁଠାରୁ ଅଧିକ ରେଲୱେରେ ମିଳିଛି। ତେଣୁ ଓଡିଶାକୁ ସର୍ବାଧିକ ଅନୁଦାନ ମୋଦି ସରକାର ସମୟରେ ମିଳିଛି ।’’