ଓଡିଶା

odisha

ETV Bharat / state

ପରିଶ୍ରମ ଆଗରେ ହାର ମାନିଲା ପରିସ୍ଥିତି, 3 କୃତି ମାଟ୍ରିକ ଛାତ୍ରୀଙ୍କ ସଂଘର୍ଷର କାହାଣୀ - Struggle story of Matric students

Struggle story of Matric students: ପରିଶ୍ରମ ଆଗରେ ହାର ମାନିଲା ପରିସ୍ଥିତି । ପରିବାରରେ ଅଭାବ ଅନଟନ ଏବଂ ପ୍ରତିକୂଳ ପରିସ୍ଥିତି ଆଗରେ ସଂଘର୍ଷ କରି ପାଇଲେ କୃତିତ୍ୱ । ରାଉରକେଲାର ଗରିବ ପରିବାରର ତିନି ଝିଅଙ୍କ ମାଟ୍ରିକ ପରୀକ୍ଷାରେ ଉଚ୍ଚକୋଟୀର ପ୍ରଦର୍ଶନ । ଅଧିକ ପଢନ୍ତୁ

By ETV Bharat Odisha Team

Published : May 28, 2024, 4:01 PM IST

Rourkela
Rourkela (ETV Bharat Odisha)

ରାଉରକେଲା: ପରିଶ୍ରମ ଆଗରେ ହାର ମାନିଲା ପରିସ୍ଥିତି । ପରିବାରରେ ଅଭାବ ଅନଟନ ଏବଂ ପ୍ରତିକୂଳ ପରିସ୍ଥିତି ଆଗରେ ସଂଘର୍ଷ କରି ପାଇଲେ କୃତିତ୍ୱ । ଗରିବ ପରିବାରରୁ ହୋଇ ମଧ୍ୟ A1 ଏବଂ A2 ଗ୍ରେଡରେ ଉତ୍ତୀର୍ଣ୍ଣ ହେଇଛନ୍ତି ରାଉରକେଲା ଉଦିତନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ତିନି ଛାତ୍ରୀ । ଯାହାକୁ ନେଇ ସବୁଠି ଖୁସିର ଲହର ଖେଳିଯାଇଛି । ଛାତ୍ରୀମାନଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଓ ସମ୍ପର୍କୀୟମାନେ ବେଶ ପ୍ରଶଂସା କରିଛନ୍ତି ।

3 କୃତି ମାଟ୍ରିକ ଛାତ୍ରୀଙ୍କ ସଂଘର୍ଷର କାହାଣୀ (ETV Bharat Odisha)

ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ଖୁସି ଏବଂ ଉନ୍ମାଦନା ଦେଖାଦେଇଛି । କିଏ ଭଲ ମାର୍କ ରଖିଛି ତ କିଏ ଆହୁରି ଭଲ ମାର୍କ ପାଇଁ ଆଶା ବାନ୍ଧିଥିଲା । ନିଜ ମାର୍କକୁ ନେଇ ବର୍ତ୍ତମାନ ସଭିଏଁ ଖୁସି । ୨୦୨୪ ମାଟ୍ରିକ୍ ପରୀକ୍ଷା ଫଳରେ ଏଥର ମଧ୍ୟ ଛାତ୍ରମାନଙ୍କଠାରୁ ବହୁ ଆଗରେ ଛାତ୍ରୀ ରହିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଏହି ବର୍ଷ ମଧ୍ୟ ଅଧିକ ରହିଛି ।

ମାଟ୍ରିକ ରେଜଲ୍ଟ ବାହାରିଥିବା ବେଳେ ରାଉରକେଲା ଉଦିତନଗର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର 3ଛାତ୍ରୀ ଏବେ ଚର୍ଚ୍ଚାରେ । ପରିବାରରେ ଅଭାବ ଅନଟନ ଏବଂ ପ୍ରତିକୂଳ ପରିସ୍ଥିତି ସହ ଲଢି ବେଶ ଭଲ ରେଜଲ୍ଟ କରିଛନ୍ତି ଏହି ୩ ଛାତ୍ରୀ । ରାଉରକେଲା ଉଦିତନଗର ବାଳିକା ଉଚ୍ଚ ବିଦ୍ୟାଳୟରେ ବଣାଇ ଅନ୍ତର୍ଗତ ବଡ଼ ଗୋଗୁଆ ଅଞ୍ଚଳର ହୀରାଧର ସାହୁଙ୍କ ଝିଅ ଅର୍ଚ୍ଚିତା ସାହୁ A1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ପାଇଁ ଗୌରବ ଆଣିଦେଇଛନ୍ତି । ଅର୍ଚ୍ଚିତାଙ୍କ ବାପା ହୀରାଧର ହେଉଛନ୍ତି ଜଣେ ଲାଇନ ମିସ୍ତ୍ରୀ । କଣ୍ଟ୍ରାକ୍ଟରମାନଙ୍କ ଅଧୀନରେ ରହି ଦିନ ମଜୁରିଆ ଭାବରେ କାମ କରନ୍ତି । ଝିଅକୁ କଷ୍ଟେମଷ୍ଟେ ପାଠ ପଢ଼ାଇଥିବା ବେଳେ ବର୍ତ୍ତମାନ ଝିଅର ସଫଳତା ଦେଖି ବାପା ଏବଂ ମାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଅର୍ଚ୍ଚିତା ସାହୁ ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଆଶା ରଖିଛନ୍ତି ।

ଏହାମଧ୍ୟ ପଢନ୍ତୁ..ମିସ୍ତ୍ରୀଙ୍କ ଝିଅ ହେଲେ ମାଟ୍ରିକ ଟପ୍ପର, ସୁମା ଖାତୁନଙ୍କୁ ଛୁଟିଲା ଶୁଭେଚ୍ଛା - SAMBALPUR MATRIC TOPPER

ଅନ୍ୟପଟେ ରାଉରକେଲା ସହରର ଆଉ ଜଣେ ସୁନା ଝିଅ ସୁଶ୍ରୀମା ବିଶ୍ୱାଳ । ସେ ମଧ୍ୟ A2 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉଦିତନଗରର ସୁବଳ କୁମାର ବିଶ୍ବାଳଙ୍କ ଝିଅ ହେଉଛନ୍ତି ସୁଶ୍ରୀମା ବିଶ୍ୱାଳ । ବାପା ସୁବଳ ଡ୍ରାଇଭିଂ କରି ପରିବାର ପ୍ରତିପୋଷଣ କରନ୍ତି । ବର୍ତ୍ତମାନ ଝିଅ A2 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବାରୁ ବେଶ ଖୁସି ଅଛନ୍ତି ସେ । ତେବେ ସୁଶ୍ରୀମା ଭବିଷ୍ୟତରେ IPS ଅଫିସର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଅନ୍ୟ ଜଣେ ଛାତ୍ରୀ ହେଉଛନ୍ତି ଲିପ୍ସା ବେହେରା । ସେ ମଧ୍ୟ A2 ଗ୍ରେଡରେ ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ଲିପ୍ସାଙ୍କ ବାପା କୃଷ୍ଣଚନ୍ଦ୍ର ବେହେରା ହେଉଛନ୍ତି ଜଣେ ବାଇକ ମେକାନିକ । ବାଇକ ମେକାନିକ ଭାବରେ ନିଜର ଏକ ଛୋଟ ଗ୍ୟାରେଜ କରି ଜୀବନଯାପନ କରନ୍ତି । ତେବେ ବର୍ତ୍ତମାନ ଝିଅର ରେଜଲ୍ଟ ଆସିଲା ପରେ ଖୁସିର ଲହରୀ ଖେଳିଯାଇଛି । ତେବେ ଲିପ୍ସା ବେହେରା ମଧ୍ୟ ଭବିଷ୍ୟତରେ ଶିକ୍ଷୟିତ୍ରୀ ହୋଇ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details