ଓଡିଶା

odisha

ETV Bharat / state

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ - Bribes to Collector - BRIBES TO COLLECTOR

BRIBES TO COLLECTOR: ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ ଦେଇ ଫସିଗଲେ ସିମେଣ୍ଟ କାରଖାନା ଅଧିକାରୀ । ବାନ୍ଧିନେଲା ଭିଜିଲାନ୍ସ । କାହିଁକି ଦେଉଥିଲେ, କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)

By ETV Bharat Odisha Team

Published : Sep 12, 2024, 8:52 AM IST

ବରଗଡ଼:ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କଲେ, ଫୁଲତୋଡା ସହ ଏକ ଉପହାର ପ୍ୟାକେଟ ମଧ୍ୟ ଦେଲେ । ହେଲେ ସେହି ପ୍ୟାକେଟରେ ଉପହାର ସାମଗ୍ରୀ ବଦଳରେ ଥିଲା ବିଡା ବିଡା ନୋଟ ବଣ୍ଡଲ । ଏପରି କିଛି ଉଦ୍ୟମ କରି ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଏକ ସିମେଣ୍ଟ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ରାମଭାବ ଗଟୁ ଓ ସେ ଛତିଶଗଡରେ ଏକ ଜଣାଶୁଣା ସିମେଣ୍ଟ କମ୍ପାନୀର ମୁଖ୍ୟ ମ୍ୟାନୁଫ୍ୟାକଚରିଂ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରୁ ତାଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ଲାଞ୍ଚ ପ୍ରାୟ 2 ଲକ୍ଷ ଟଙ୍କା ହେବା ନେଇ ସୂଚନା ମିଳିଛି ।

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)
  • ଗିଫ୍ଟ କ୍ୟାକେଟରେ ଥିଲା ବିଡା ବିଡା ନୋଟ

ସୂଚନା ଅନୁସାରେ, ଗତକାଲି (ବୁଧବାର) ସଂଧ୍ୟାରେ ରାମଭାବ ଗଟୁ ବରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ସାକ୍ଷାତ କରିବା ସହ ଏକ ଫୁଲତୋଡ଼ା ଓ ଏକ ମିଠା ପ୍ୟାକେଟ୍‌ ଦେଇଥିଲେ । ଏହାକୁ ଦେଖି ସନ୍ଦେହ ହେବାରୁ ଜିଲ୍ଲାପାଳ ନିଜ ସହାୟକଙ୍କୁ ପ୍ୟାକେଟଟିକୁ ଖୋଲିବାକୁ କହିଥିଲେ । ତେବେ ଏହି ପ୍ୟାକେଟ୍‌ ଖୋଲାଯିବା ପରେ ସେଥିରୁ 4 ଟି 500 ଟଙ୍କିଆ ନୋଟ ବଣ୍ଡଲ ବାହାରିଥିଲା । ଏନେଇ ତୁରନ୍ତ ଜିଲ୍ଲାପାଳ ଭିଜିଲାନ୍ସକୁ ଜଣାଇଥିଲେ । ସମ୍ବଲପୁରରୁ ଭିଜିଲାନ୍ସ ଟିମ ତୁରନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- 2ଦିନ ପୂର୍ବରୁ ସରିଲା ବିଧାନସଭା ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ - Budget session concludes

ଏହା ମଧ୍ୟ ପଢନ୍ତୁ:- କାଲି ଚାନ୍ଦିପୁରରେ କ୍ଷେପଣାସ୍ତ୍ର ପରୀକ୍ଷଣ, ସ୍ଥାନାନ୍ତର ହେବେ ୬ ଗାଁର ୩ ହଜାର ଲୋକ - Missile test in Odisha coast

  • ଗିରଫ ପରେ ତଦନ୍ତ କରୁଛି ଭିଜିଲାନ୍ସ:-
    ଜିଲ୍ଲାପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଲାଞ୍ଚ, ସିମେଣ୍ଟ କମ୍ପାନୀ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ (ETV Bharat Odisha)

ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସର ଏକ ଟିମ୍‌ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ରାମଭାବ ଗଟୁଙ୍କୁ ବରଗଡ଼ରୁ ଗିରଫ କରିଥିଲା । ଲାଞ୍ଚ ଭାବେ ଦିଆଯାଇଥିବା ମିଠା ପ୍ୟାକେଟ ଓ ସେଥିରୁ ଉଦ୍ଧାର ହୋଇଥିବା ଟଙ୍କାକୁ ଜବତ କରି ଭିଜିଲାନ୍ସ ଟିମ ପ୍ରାଥମିକ ଜେରା କରିଥିଲା । ପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ମୁଖ୍ୟାଳୟକୁ ଅଣାଯାଇଛି । ତେବେ ସେ କେଉଁ କାରଣରୁ ଅଧିକାରୀଜଣକ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଭିଜିଲାନ୍ସ ତଦନ୍ତ ଜାରି ରଖିଛି ଓ ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ଏସପି ସରୋଜ ସାମଲ ସୂଚନା ଦେଇଛନ୍ତି । ତେବେ ସିଧାସଳଖ ଜଣେ ଜିଲ୍ଲପାଳଙ୍କୁ ଗିଫ୍ଟ ପ୍ୟାକେଟରେ ଟଙ୍କା ଲାଞ୍ଚ ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details