ଓଡିଶା

odisha

ETV Bharat / state

ପରିବର୍ତ୍ତିତ ଜୀବନଶୈଳୀ ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ, ଜାଣନ୍ତୁ ଲକ୍ଷଣ ଓ ନିରାକରଣ - BRAIN STROKE

ବ୍ରେନ୍ ଷ୍ଟ୍ରୋକରେ ପୂର୍ବରୁ ଦେଖାଯାଇଥାଏ କେତେକ ଲକ୍ଷଣ । ଜାଣନ୍ତୁ ଏହାର କାରଣ, ଲକ୍ଷଣ, ଓ ଚିକିତ୍ସା । କିଛି ସାବଧାନତା ପାଳନ କରି ଷ୍ଟ୍ରୋକ ଆଶଙ୍କା କମ୍ କରିପାରିବେ ।

Brain Stroke
Brain Stroke (ETV Bharat Odisha)

By ETV Bharat Odisha Team

Published : Oct 31, 2024, 7:49 PM IST

ଭୁବନେଶ୍ବର:ବ୍ରେନ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଆହ୍ୱାନ ହୋଇଛି । ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି । ସେହିପରି ଷ୍ଟ୍ରୋକ ଯୋଗୁଁ ସୃଷ୍ଟି ହେଉଥିବା ଗୁରୁତର ଅକ୍ଷମତା ରୋଗୀଙ୍କ ବାକି ଜୀବନକୁ ଜଟିଳ କରିଦେଉଛି । ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଅକ୍ଟୋବର ୨୯ରୁ ନଭେମ୍ବର ୭ ତାରିଖ ଯାଏଁ, ୧୦ ଦିନ ଧରି ସଚେତନତା ସୃଷ୍ଟି କରାଯାଉଛି ।

Brain Stroke (ETV Bharat Odisha)



ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ବ୍ରେନ-ଷ୍ଟ୍ରୋକ ଆକ୍ରାନ୍ତ ହେଉଛନ୍ତି:
ନ୍ୟୁରୋଲୋଜିଷ୍ଟ ଡାକ୍ତରଶୁଭ୍ରାଂଶୁ ଶେଖର ଜେନା କହିଛନ୍ତି, "ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ବ୍ରେନ ଷ୍ଟ୍ରୋକରେ ଆକ୍ରାନ୍ତ ହେଉଛନ୍ତି । ପ୍ରତି ୪ ମିନିଟରେ ଜଣେ ମୃତ୍ୟୁବରଣ କରୁଛନ୍ତି । ଓଡ଼ିଶାରେ ବ୍ରେନ୍‌ ଷ୍ଟ୍ରୋକ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ବର୍ତ୍ତମାନ ସମୟରେ ଷ୍ଟ୍ରୋକ ଭଳି ବିଭିନ୍ନ ଅଣସଂକ୍ରାମକ ରୋଗର ମାତ୍ରା ବଢ଼ିଚାଲିଛି । ଏଥିପ୍ରତି ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଲୋକମାନେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ଆପଣାଇବା ଜରୁରୀ ।"

Brain Stroke (ETV Bharat Odisha)


ଉଚ୍ଚ ରକ୍ତଚାପ ଷ୍ଟ୍ରୋକର ମୁଖ୍ୟ କାରଣ:

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ନିୟୁତ ଲୋକ ଷ୍ଟ୍ରୋକରେ ଆକ୍ରାନ୍ତ ହେଉଛନ୍ତି । ଏହା ଭିତରୁ ପ୍ରାୟ ୫ ନିୟୁତ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ଆଉ ୫ ନିୟୁତ ଲୋକ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତାର ଶିକାର ହେଉଛନ୍ତି । ଏପରିକି ୪୦ ବର୍ଷରୁ କମ୍ ବୟସର ଲୋକଙ୍କ କ୍ଷେତ୍ରରେ ଏବେ ଷ୍ଟ୍ରୋକ ଦେଖାଯଉଛି । ଯାହାର ମୁଖ୍ୟ କାରଣ ହେଉଛି ଉଚ୍ଚ ରକ୍ତଚାପ ।

ପ୍ରମୁଖ କାରଣ:

ଉଚ୍ଚ ରକ୍ତଚାପ:ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ ହେଉଛି ଉଚ୍ଚ ରକ୍ତଚାପ । ଯାହା ରକ୍ତକୋଶିକାକୁ ଅତ୍ୟଧିକ ଭାବରେ କ୍ଷତି ପହଞ୍ଚାଇଥାଏ । ଏହାଦ୍ବାରା ସାଧାରଣ ଭାବରେ ଜଣେ ବ୍ୟକ୍ତିକୁ ଥକ୍କା ମଧ୍ୟ ଲାଗିଥାଏ ।

ମଧୁମେହ:ବିଶେଷ ଭାବରେ ମଧୁମେହରେ ଆକ୍ରାନ୍ତ ହେବା ଫଳରେ ରକ୍ତବାହିକା ସାଧାରଣ ଭାବରେ ପ୍ରଭାବିତ ହୋଇଥାଏ । ଯାହା ଫଳରେ କି ଜଣେ ବ୍ୟକ୍ତିର ଷ୍ଟ୍ରୋକର ସମ୍ଭାବନା ଅଧିକ ରହିଥାଏ ।

ଧୂମ୍ରପାନ:ବିଶେଷ ଭାବରେ ଧୁମ୍ରାପାନ କେବଳ ରକ୍ତ କୋଶିକାକୁ କ୍ଷତି ପହଞ୍ଚାଏ ତାହା ନୁହେଁ ବରଂ ରକ୍ତଚାପକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହା ଫଳରେ ଷ୍ଟ୍ରୋକର ଆଶଙ୍କା ବଢିଥାଏ।

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି ସତର୍କତା, ଫୁଟାନ୍ତୁ ଇକୋ ଫ୍ରେଣ୍ଡଲି ବାଣ, ଆଖିରେ ଆଘାତ ଲାଗିଲେ କଣ କରିବେ ?

ଏହା ମଧ୍ୟ ପଢ଼ନ୍ତୁ...ସ୍ତନ କର୍କଟ ସଚେତନତା ପାଇଁ ପାଳିତ ହେଲା ପିଙ୍କ ଅକ୍ଟୋବର

ଏହା ମଧ୍ୟ ପଢ଼ନ୍ତୁ...ଏହି ଫଳକୁ କୁହାଯାଏ 'ଫଳଙ୍କ ରାଣୀ'; କ୍ୟାନସର ଓ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ, ଏହାର ଉପକାରିତା ଜାଣନ୍ତୁ

ମୋଟାପଣ:
ସାଧାରଣ ଭାବରେ ମୋଟାପଣ ପାଇଁ ଅଧିକ ଭାବରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଯାହା ଅଧିକ ଓଜନ ହେବା ଦ୍ବାରା ପେଟ ନିକଟରେ ଚର୍ବି ଜମାଟ ବାନ୍ଧି ରହିଥାଏ । ଯାହାଦ୍ଵାରା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ବ୍ରେନ ଷ୍ଟ୍ରୋକର ଲକ୍ଷଣ:

ଯେକୌଣସି ବ୍ୟକ୍ତିଙ୍କ ବ୍ରେନ ଷ୍ଟ୍ରୋକ ହେବା ପୂର୍ବରୁ ଶରୀରରେ କିଛି ଲକ୍ଷଣ ପ୍ରକାଶ ପାଇଥାଏ । ଯଦି ଆପଣ ଏହାକୁ ଚିହ୍ନି ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତି ତାହେଲେ ବଡ ବିପଦରୁ ବର୍ତ୍ତିପାରିବେ ।

  • ହଠାତ୍ ହାତଗୋଡ ଦୁର୍ବଳ ଲାଗିବା । ଶରୀରର ଗୋଟିଏ ପାର୍ଶ୍ବ କାମୀ ହେବା ପରି ମନେ ହେବା । ଅଧିକ ହାଲିଆ ଅନୁଭବ ହେବା ।
  • କଥା କହିବା ବେଳେ ପାଟି ଖନି ମାରିବା, ଭ୍ରମ ହେବା କିମ୍ବା କୌଣସି କଥା ବୁଝିନପାରିବା ।
  • ଗୋଟିଏ କିମ୍ବା ଉଭୟ ଆଖିରେ ଦୃଷ୍ଟିଶକ୍ତି କମିଯିବା । ହଠାତ୍ ଦେଖିବାରେ ସମସ୍ୟା ହେବା ବା ସବୁକିଛି ଝାପ୍‌ସା ଦେଖାଯିବା ।
  • ହଠାତ୍ ମୁଣ୍ଡ ବୁଲାଇଦେବା, ନିଜ ଉପରେ ନିୟନ୍ତ୍ରଣ ନ ରହିବା । ଚାଲିବାରେ ସମସ୍ୟା ହେବା କିମ୍ବା ସନ୍ତୁଳନ ନ ରଖିପାରିବା ।
  • ବିନା କାରଣରେ ହଠାତ୍ ଜୋରରେ ମୁଣ୍ଡ ବିନ୍ଧାହେବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details