ଓଡିଶା

odisha

By ETV Bharat Odisha Team

Published : 4 hours ago

ETV Bharat / state

କୂଳ ଖାଉଛି ବ୍ରାହ୍ମଣୀ, ନଦୀଗର୍ଭରେ ଲୀନ ଆଶଙ୍କାରେ ନିମପୁର ବାସିନ୍ଦା - BRAHMANI RIVER

Brahmani river issue: ବଢୁଛି ବ୍ରାହ୍ମଣୀ ଜଳସ୍ତର, ଖାଉଛି କୂଳ । ପ୍ରସାସନିକ ଉଦାସୀନତାକୁ ଦାୟୀ କଲେ ଆଶଙ୍କିତ ଗ୍ରାମବାସୀ । ଅଧିକ ପଢନ୍ତୁ

କୂଳ ଖାଉଛି ବ୍ରାହ୍ମଣୀ, ନଦୀଗର୍ଭରେ ଲୀନ ଆଶଙ୍କାରେ ନିମପୁର ବାସିନ୍ଦା
କୂଳ ଖାଉଛି ବ୍ରାହ୍ମଣୀ, ନଦୀଗର୍ଭରେ ଲୀନ ଆଶଙ୍କାରେ ନିମପୁର ବାସିନ୍ଦା (ETV Bharat Odisha)

କେନ୍ଦ୍ରାପଡା:ବଢୁଛି ଜଳସ୍ତର, କୂଳ ଲଂଘୁଛି ବ୍ରାହ୍ମଣୀ ନଦୀ । ସେପଟେ ଭୟରେ ଅଞ୍ଚଳବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁ ପାଖରେ ପ୍ରାୟ 60 ଫୁଟର ଅତଡ଼ା ଖସି ପାଖାପାଖି 80 ଫୁଟ ଭିତରକୁ ମାଡି ଆସିଛି ବ୍ରାହ୍ମଣୀ ନଦୀ । ବ୍ରାହ୍ମଣୀ ନଦୀକୂଳ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ-ରାଜନଗର ମୁଖ୍ୟ ରାସ୍ତାରେ ପ୍ରତିଦିନ ଭାରିଯାନ ଚଳାଚଳ କରୁଥିବାରୁ ନଦୀବନ୍ଧ ପ୍ରତି ଉପୁଜିଥିବା ବିପଦ ଏବେ ଦୁଇଗୁଣା ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ ହୋଇଛି ।

  • ନଦୀବନ୍ଧରୁ ଖସୁଛି ଅତଡା:

ଗତ ପନ୍ଦର ଦିନରୁ ଅଧିକ ସମୟ ଧରି ଲଘୁଚାପ ଫଳରେ ପାଞ୍ଚ ଦିନ ଧରି ଲଗାଣ ବର୍ଷା ଜାରି ରହିଥିବା କାରଣରୁ ଅତଡ଼ା ଖସି ବ୍ରାହ୍ମଣୀ ନଦୀ କୂଳ ଲଂଘୁଛି । ଫଳରେ ନଦୀକୁଳିଆ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ବୋଲି କହିଛନ୍ତି । ଘଟଣାସ୍ଥଳରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯଦି ତୁରନ୍ତ ଏହାର କାର୍ଯ୍ୟ ଉପରେ ଧ୍ୟାନ ଦିଆନଯାଏ ତାହେଲେ କୌଣସି ମୁହୂର୍ତ୍ତରେ ନଦୀ ଗର୍ଭରେ ନିମପୁର ଗାଁ ଲୀନ ହେଇଯିବାର ଆଶଙ୍କା କଲେଣି ଗ୍ରାମବାସୀ । ସେଥିପାଇଁ ତୁରନ୍ତ ନଦୀବନ୍ଧ ମରାମତି ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି ।

କୂଳ ଖାଉଛି ବ୍ରାହ୍ମଣୀ, ନଦୀଗର୍ଭରେ ଲୀନ ଆଶଙ୍କାରେ ନିମପୁର ବାସିନ୍ଦା (ETV Bharat Odisha)
  • କଣ କୁହନ୍ତି ସ୍ଥାନୀୟ ବାସିନ୍ଦା:-

ଏନେଇ ସ୍ଥାନୀୟ ବାସିନ୍ଦା ମହେଶ୍ୱର ମଲିକ କୁହନ୍ତି," ରାଜନଗରରୁ ପଟ୍ଟାମୁଣ୍ଡାଇ ଏକ ବନ୍ୟା ପ୍ରଭାବିତ ଏରିଆ ଏବଂ ନଦୀବନ୍ଧ ରାସ୍ତା । ଏହି ରାସ୍ତାକୁ ନଦୀ ଖାଇବାରେ ଲାଗିଛି । ଫଳରେ ରାସ୍ତାକଡରେ ଆସି ନଦୀ ଜଳ ଲାଗିଗଲାଣି । ଅନ୍ୟପଟେ ବସ୍‌ ଓ ଅନ୍ୟ ବଡ ଗାଡି ଏହି ରାସ୍ତାରେ ଯାଉଛି । କୋଡିଏ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଡ୍ୟାମେଜ ହୋଇଛି । ସରକାର ଏଦିଗରେ କିଛି ବିଚାର କରୁନାହାନ୍ତି ।’’

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କ ‘ମନ କୀ ବାତ’ରେ ମୟୂରଭଞ୍ଜର ଯୁବକ, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ - Mann ki baat

ସେହିପରି ସ୍ଥାନୀୟ ସରପଞ୍ଚ ସଂଗ୍ରାମ ବାରିକଙ୍କ ପ୍ରତିକ୍ରିୟା ଅନୁଯାୟୀ," କିଛି ନଥିଲା, ହଠାତ ଏଇ ଅଧଘଣ୍ଟା ଘଣ୍ଟାଏ ପୂର୍ବରୁ ପ୍ରାୟ ୪୦ ଫୁଟ ୫୦ ଫୁଟ ଦୂରତାରୁ ଘାଇ ହୋଇହୋଇ ଆସୁଛି, ଅତଡା ଖସି ଖସି ଆସୁଛି । ବର୍ତ୍ତମାନ ଅତଡା ଖସି ଖସି ରୋଡ଼ ପାଖକୁ ଆସି ଲାଗିଲାଣି । ପଞ୍ଚାୟତ ତରଫରୁ ସରପଞ୍ଚ ହିସାବରେ ମୁଁ ସରକାରଙ୍କ ନିକଟରେ ଦାବି ରଖୁଛି ଏହାକୁ ଇମରଜେନ୍ସି ହିସାବରେ ଏହା କାମ କରାଯାଉ । ନହେଲେ ଘାଇ ହେଲେ ପ୍ରାୟ ୫ରୁ ୧୦ ପଞ୍ଚାୟତ ଭାସିଯିବେ ଓ ଜଳମଗ୍ନ ହୋଇଯିବ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details