ଓଡିଶା

odisha

ETV Bharat / state

ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ, ଅପହଞ୍ଚ ଇଲାକାକୁ ଚାଲି ଚାଲି ପହଞ୍ଚି ଥିଲେ ଚର୍ଚ୍ଚାରେ - ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର

Boudh Sub Collector Transferred: ଆଜି ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କ ପଦୋନ୍ନତି ସହ ବଦଳି ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ
ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ

By ETV Bharat Odisha Team

Published : Feb 15, 2024, 5:06 PM IST

ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ

ବୌଦ୍ଧ: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ବୌଦ୍ଧ ଜିଲ୍ଲାର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ । ଆଜି ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁରଙ୍କ ପଦୋନ୍ନତି ସହ ବଦଳି ହୋଇଛି । ତେବେ କିଛି ଦିନ ତଳେ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ବେଶ ଚର୍ଚ୍ଚାକୁ ଆସିଥିଲେ ରବୀନ୍ଦ୍ରନାଥ ।

ତେବେ ରବୀନ୍ଦ୍ରନାଥ ବୌଦ୍ଧ ଜିଲ୍ଲାର ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିଲେ । ତେଣୁ ଗତ 9 ଫେବୃଆରୀ (ଗୁରୁବାର) ଦିନ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ପହଞ୍ଚି ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସଦର ବ୍ଲକ ଅନ୍ତର୍ଗତ ଆମ୍ବଝରୀ ପଞ୍ଚାୟତର ଉପାନ୍ତ ତଥା ମାଓ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ମାତାଗାଡୁ ଗ୍ରାମ ପରିଦର୍ଶନ କରିଥିଲେ । ତିଲପଙ୍ଗାଠାରୁ ବିଭିନ୍ନ ଜଙ୍ଗଲ ପାହାଡ଼ର ଘାଟି ରାସ୍ତା ଚଢି ପାଦରେ ଚାଲି ଚାଲି ଉପଜିଲ୍ଲାପାଳ ମାତାଗାଡୁ ଗ୍ରାମରେ ପହଞ୍ଚିଥିଲେ । ପାଖାପାଖି କୋଡିଏ କିଲୋମିଟର ବଣ ଓ ଘାଟି ରାସ୍ତା ଅତିକ୍ରମ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ଅପହଞ୍ଚ ଇଲାକାରେ ଚାଲି ଚାଲି ପହଞ୍ଚିଲେ ଉପଜିଲ୍ଲାପାଳ, ଲୋକଙ୍କ ସମସ୍ୟା ବୁଝିଲେ

ସୂଚନା ଅନୁଯାୟୀ, ଅଞ୍ଚଳର ଜିଲେଜୁ, ପଡମ, କାମାରକୋଡା, ଭୂତମେଣ୍ଡି ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକ ନିର୍ବାଚନ ସମୟରେ ମାତାଗାଡୁ ଗ୍ରାମରେ ଭୋଟ ଦେବା ପାଇଁ ଆସିଥାନ୍ତି । ଦୁର୍ଗମ ଅଞ୍ଚଳ ହୋଇଥିବା କାରଣରୁ କିଭଳି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହେବ ତାର ତଦାରଖ କରିବା ପାଇଁ ଉପଜିଲ୍ଲାପାଳ ସେଠାକୁ ଯାଇଥିଲେ । ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚିଥିବା ପରେ ତାଙ୍କୁ ସେଠାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ସେବା, ଅଙ୍ଗନବାଡି କେନ୍ଦ୍ରର ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

ଏହି ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଉପଜିଲ୍ଲାପାଳ । ଉପଜିଲ୍ଲାପାଳ କହିଛନ୍ତି ଯେ,‘‘ ସାଧାରଣ ନିର୍ବାଚନ 2024ର ବୁଥ ଏହି ଅଞ୍ଚଳରେ ଥିବାରୁ ତଦାରଖ ପାଇଁ ଆସିଥିଲୁ । ଏଠାରେ ଅନ୍ୟାନ୍ୟ ଉନ୍ନତିମୂଳକ କାମର ମଧ୍ୟ ଅନୁଧ୍ୟାନ କରିଛୁ । ଅଞ୍ଚଳକୁ କେଉଁ ଭଳି ଭାବରେ ଭଲ ରାସ୍ତା ଏବଂ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସେବା ଯୋଗାଇ ହେବା ବିଷୟରେ ଆଲୋଚନା କରି ଏ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବୁ । ’’

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details