ଓଡିଶା

odisha

ETV Bharat / state

କୋଟିପତି RTO: ୧୦ ସ୍ଥାନରେ ଭିଜିଲାନ୍ସ ରେଡ୍, ଆଖି ଲାଖିଲା ଭଳି ସମ୍ପତ୍ତି ଠାବ - ଭୁବନେଶ୍ବର

RTO In Vigilance Net: ଭିଜିଲାନ୍ସ ସ୍କାନରରେ ଆଞ୍ଚଳିକ ପରିବହନ ଅଧିକାରୀ । ଏକକାଳୀନ 10ଟି ସ୍ଥାନରେ ରେଡ୍ କରିଛି ସ୍ବତନ୍ତ୍ର ସ୍କ୍ବାଡ୍ । ଅଧିକ ପଢନ୍ତୁ

RTO In Vigilance Net
RTO In Vigilance Net

By ETV Bharat Odisha Team

Published : Feb 15, 2024, 12:56 PM IST

Updated : Feb 15, 2024, 3:00 PM IST

RTO In Vigilance Net

ବୌଦ୍ଧ/ଭୁବନେଶ୍ବର:ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଏକକାଳୀନ 10ଟି ସ୍ଥାନରେ ରେଡ୍ କରିଛି ସ୍ବତନ୍ତ୍ର ସ୍କ୍ବାଡ୍ । ଭିଜିଲାନ୍ସ ସ୍କାନରରେ ଥିବା ଅଧିକାରୀ ଜଣକ ହେଲେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆଜି ସକାଳୁ ରାଜ୍ୟ ଭିଜିଲାନ୍ସର ସ୍ବତନ୍ତ୍ର ସ୍କ୍ୱାଡ୍ ବସନ୍ତଙ୍କ ଜଗନ୍ନାଥ ବିହାର ଭଡ଼ା ଘରେ ଚଢାଉ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ବୌଦ୍ଧ ଭଡ଼ାଘର ଓ ଅଫିସ୍ ସମେତ ଭୁବନେଶ୍ବର ଓ ଗଞ୍ଜାମ ଜିଲ୍ଲାର 10 ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି ।

ଏନେଇ ରାଜ୍ୟ ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି । 2 ଜଣ ଅତିରିକ୍ତ ଏସପି, 6 ଜଣ ଡିଏସପି, 6 ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଗଞ୍ଜାମ, ବୌଦ୍ଧ, ଭୁବନେଶ୍ବର, ବେଙ୍ଗାଲୁରୁ ସମେତ ୧୦ଟି ସ୍ଥାନରେ ଏକକାଳୀନ ରେଡ ହୋଇଛି । ପାହାଳରେ ଥିବା ଏକ ଘରର ତୃତୀୟ ମହଲା , କଳ୍ପନା ଛକରେ ଥିବା ମଲ, ଭୁବନେଶ୍ବରରେ ଥିବା ଏକାଧିକ ଫ୍ଲାଟ୍, ଶୈଳଶ୍ରୀ ବିହାରର ଆପାର୍ଟମେଣ୍ଟ , ରଙ୍ଗମାଟିଆରେ ଆପାର୍ଟମେଣ୍ଟରେ ରେଡ୍ ହୋଇଛି। ଏହାସହ ବୌଦ୍ଧ ଆରଟିଓ ଅଫିସର ଚାମ୍ବର ସହ ଭଞ୍ଜନଗରରେ ଥିବା ପୈତୃକ ଘର ଓ ବ୍ରହ୍ମପୁର କାମାପଲିରେ ଥିବା ସମ୍ପର୍କୀୟଙ୍କ ଘରେ ବି ରେଡ କରାଯାଇଛି । ଏହାସହ ବାଙ୍ଗାଲୋରରେ ଏକ ସ୍ଥାନରେ ମଧ୍ୟ ଏକ ଟିମ୍ ରେଡ ଜାରି ରଖିଛନ୍ତି ।

ଏହା ବି ପଢନ୍ତୁ...ଜମି ମାପିବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ଅମିନଙ୍କୁ ବାନ୍ଧିଲା ଭିଜିଲାନ୍ସ

ଏହା ବି ପଢନ୍ତୁ...ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠୁ ନେଉଥିଲେ ଲାଞ୍ଚ
ଏହା ବି ପଢନ୍ତୁ...ଅପରେସନ ପାଇଁ ନେଉଥିଲେ ଲାଞ୍ଚ, ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଡାକ୍ତର

ରେଡ ବେଳେ ଆଖି ଲାଖିଲା ଭଳି ସମ୍ପତ୍ତି ଠାବ ହୋଇଛି। ୨ କୋଟି ୨୩ ଲକ୍ଷରେ ଆଡଭାନସ ଦେଇ ଭୁବନେଶ୍ବର ଏକ ଆପାର୍ଟମେଣ୍ଟରେ ଫ୍ଲାଟ୍ ସହ ବାଙ୍ଗାଲୋରରେ ୧ କୋଟି ୧୬ ଲକ୍ଷରେ ଏକ ଫ୍ଲାଟ୍ କିଣିବାକୁ ସେ ଟଙ୍କା ଦେଇଥିବା ସୁଚନା ମିଳିଛି । କୋଟିଏ ଟଙ୍କାର ଫିକ୍ସ ଡିପୋଜିଟ ସହ ଏକ ଲକ୍ଷ ୧୬ ହଜାର ୭୦୦ ନଗଦ ଟଙ୍କା ଘରୁ ମିଳିଛି । ସେହିପରି ମଲରେ ଥିବା ଆଉଟଲେଟ ବାବଦରେ ୨ କୋଟି ସହ ପାହାଳ ଫ୍ଲାଟର ଦାମ ୧ କୋଟି ଟଙ୍କା ରହିଛି । ସେହିପରି ପଟିଆରେ ଥିବା ୫ ବିଏଚକେ ଫ୍ଲାଟ୍ ପାଇଁ ୧ କୋଟି ୩୫ ଲକ୍ଷ ଆଡଭାନସ ଦେଇଥିବାବେଳେ ବାଙ୍ଗାଲୋରରେ ଥିବା ଫ୍ଲାଟ ପାଇଁ ୮୮ ଲକ୍ଷ ଆଡଭାନସ ଦେଇଛନ୍ତି । ଏହାସହ କଳ୍ପନାରେ ଫ୍ଲାଟର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି।

ସରକାରୀ ଅଧିକାରୀ ହୋଇ ଏତେ ଗୁଡିଏ ସମ୍ପତ୍ତିର ମାଲିକ କିପରି ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏସବୁ ସମ୍ପତ୍ତିରୁ, ଆୟବହିର୍ଭୂତ ସମ୍ପତ୍ତି କେତେ ରହିଛି ସେନେଇ ହିସାବ ନିକାଶ ଚାଲିଛି । ରେଡ ସମୟରେ ମିଳିଥିବା ଗହଣା, ଆସବାବପତ୍ର ସହ ବ୍ୟାଙ୍କ ଡିପୋଜି୍ଟ ଓ ଇନସୁୁରାନସ୍, ଲକର ସହ ଗାଡି ଓ ବ୍ୟାବସାୟିକ କାରବାର ଆଦି ସବୁ ଉପରେ ଛାନଭିନ କରୁଛି ଭିଜିଲାନ୍ସ ଟିମ୍ ।

ଇଟିଭି ଭାରତ, ବୌଦ୍ଧ/ଭୁବନେଶ୍ବର

Last Updated : Feb 15, 2024, 3:00 PM IST

ABOUT THE AUTHOR

...view details