ବୌଦ୍ଧ:ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଘଟଣାରେ ପ୍ରତିକ୍ରିୟା ରଖିଲେ ଜିଲ୍ଲାପାଳ । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାପାଳ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତକାଲି ଏନେଇ ଜିଲ୍ଲାପାଳ ଗଣମାଧ୍ୟମକୁ ଏହା ଏକ ବୁଝାମଣାର ଅଭାବ ବୋଲି ନିଜ ପ୍ରତିକ୍ରିୟାରେ ମତ ଦେଇଛନ୍ତି ।
ଗତ ଶନିବାର ଦିନ ଜିଲ୍ଲାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିଲେ । ଏହାର ଠିକ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାପାଳ ଏକ ସାମ୍ୱାଦିକ ସମ୍ମିଳନୀରେ ବୁଝାମଣା ଅଭାବରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ଦେଇଛନ୍ତି ।
ପ୍ରକାଶ ଯୋଗ୍ୟ, ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ଅଧିକାରୀ ମଦନମୋହନ ପ୍ରଧାନଙ୍କୁ ଶୁକ୍ରବାର ଅପରାହ୍ନରେ କୋଭିଡ ସେଣ୍ଟର ପରିଦର୍ଶନ ସମୟରେ ଦୁର୍ବ୍ୟବହାର କରିଥିଲେ ଜିଲ୍ଲାପାଳ । ଶନିବାର ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ, ଡାକ୍ତର କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିବା ସହ ବୌଦ୍ଧ ଆଦର୍ଶ ଥାନାରେ ଜିଲ୍ଲାପାଳ ଓ ଏସପିଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏଥି ସହିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରାଯାଇଥିଲା ।