ନବରଙ୍ଗପୁର: ରାଇଘର ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ବିଜେଡି । ଅଧକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତିସଭ୍ୟ ଗୁପ୍ତପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତିସଭ୍ୟ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ । ନିୟମ ଅନୁଯାଇ 12.30 ରୁ 1.30 ଯାଏଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ପରେ ୨ ଘଂଟିକା ସମୟରେ କାଉଁଟିଂ ଆରମ୍ଭ ହୋଇଥିଲା ପରେ ବିଜୟ ହୋଇଥିବା ପ୍ରାର୍ଥୀଙ୍କ ନାମକୁ ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଘୋଷଣା କରିଥିଲେ । କୋଷକୋଙ୍ଗା ପଞ୍ଚାୟତ ସମିତିସଭ୍ୟ ତଥା ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକର ନୂତନ ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଏହା ବି ପଢନ୍ତୁ- ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election
ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେଡି ସମର୍ଥିତ ପାର୍ଥି ଗୁପ୍ତ ପ୍ରସାଦ ଝାଙ୍କରଙ୍କୁ 16 ଭୋଟ ମିଳିଥିବା ବେଳେ ବିଜେପି ସମର୍ଥିତ ପାର୍ଥିଙ୍କୁ 7 ଭୋଟ ମିଳିଛି ଓ ଗୋଟିଏ ଭୋଟ ନାକଚ ହୋଇଛି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରହିଛନ୍ତି ନିଜ ନିର୍ବାଚନ ମଣ୍ଡଳିରେ ରାଇଘର ବ୍ଲକ ଅଧ୍ୟକ୍ଷ ପାଇଁ ବିଜେଡି ବାଜି ମାରିଥିବା ବେଳେ ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି । ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ନିତ୍ୟାନନ୍ଦ ଗଣ୍ଡଙ୍କୁ ଶକ୍ତ ଝଟକା ଲାଗିଛି।
ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର କହିଛନ୍ତି, "ବିଜୁ ଜନତା ଦଳ ତରଫରୁ ମୁଁ ନିର୍ବାଚନ ଲଢିଥିଲି । ମୁଁ ପ୍ରଥମେ ସମସ୍ତ ସମିତି ସଭ୍ୟଙ୍କୁ ଧନ୍ୟବାଦ ଦେବି ମୋତେ ସମର୍ଥନ କରିବାରୁ ଏବଂ ରାଇଘର ବ୍ଲକର ସମସ୍ତ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ମୋତେ ଏହି ସୁଯୋଗ ଦେଇଥିବାରୁ । ଛାତ୍ରା, ମହିଳାଙ୍କ ପାଇଁ ମୁଁ ଜିତିଛି ଏହି ଭୋଟିଂରେ ମୋତେ 16 ଖଣ୍ଡ ଭୋଟ ମିଳିଛି ।"