ଓଡିଶା

odisha

ETV Bharat / state

ମେଣ୍ଟ ଚର୍ଚ୍ଚାରେ ବିରାମ ପରେ ପଦ୍ମ ଶିବିର ଉତ୍ସାହିତ, ମନାଇଲେ ଉତ୍ସବ - BJP CELEBRATION

BJP Celebration: ରାଜ୍ୟରେ ହେବନି ବିଜେଡି ବିଜେପି ମେଣ୍ଟ । ଏହି ନିଷ୍ପତ୍ତି ପରେ ପଦ୍ମ ଶିବିରରେ ଖୁସି ମନାଇଲେ କର୍ମୀ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Mar 23, 2024, 10:32 AM IST

Updated : Mar 23, 2024, 3:22 PM IST

Etv Bharat
Etv Bharat

BJP CELEBRATION

ଭୁବନେଶ୍ୱର: ରାଜ୍ୟରେ ବିଜେଡି-ବିଜେପି ଚର୍ଚ୍ଚାରେ ବ୍ରେକ ଲାଗିଛି । ଏକାଠି ନୁହଁ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ସୋସିଆଲ ମିଡିଆରେ ମନମୋହନ ସାମଲ ପୋଷ୍ଟ କରିବା ପରେ କର୍ମୀ ଉତ୍ସାହିତ । ଏକାକୀ ଲଢ଼ିବାର ଜୋସକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ଗତକାଲି(ଶୁକ୍ରବାର) ସେଲିବ୍ରେସନ ଦେଖିବାକୁ ମିଳିଥିଲା । କର୍ମୀମାନେ ଉତ୍ସାହିତ ହୋଇ ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଥିଲେ । ପୂର୍ବରୁ ମେଣ୍ଟ ରାଜନୀତିକୁ ନେଇ କର୍ମୀଙ୍କ ମନରେ ଅସନ୍ତୋଷ ଓ ନିରାଶ ଦେଖାଦେଇଥିବା ବେଳେ ବିଜେପି ଏକାକୀ ଲଢ଼ିବାର ଆଶାକୁ ନେଇ କର୍ମୀଙ୍କ ଭିତରେ ଖୁସି ଦେଖିବାକୁ ମିଳିଥିଲା ।

ନିଜ ବଳରେ ଓ ଦଳର ଆଭିମୁଖ୍ୟକୁ ନେଇ ଦଳ ଏଥର ସବୁ ସିଟରେ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ ହୋଇଛି । ଯାହା କର୍ମୀଙ୍କୁ ନିର୍ବାଚନ ଲଢ଼ିବାକୁ ପ୍ରେରଣା ଯୋଗାଇଛି । ଆଉ ଦେଶର ସର୍ବ ବୃହତ ଦଳ ଭାବେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଲକ୍ଷ୍ୟକୁ ସାଧନା ପାଇଁ ଆଗାମୀ ଦିନରେ ଏକ ଖୋରାକ ଯୋଗାଇବା ବୋଲି କହିଛନ୍ତି କର୍ମୀ । ସେପଟେ ମେଣ୍ଟରେ ବିରାମ ଲାଗିବା ପରେ ମନମୋହନ ସାମଲ କହିଛନ୍ତି, '' ଆମେ ସବୁ ସିଟ ଅର୍ଥାତ ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟରେ ନିର୍ବାଚନ ଲଢ଼ିବୁ । ଏକାକୀ ଲଢ଼ିବୁ, ନିଜ ଦମରେ ଲଢ଼ିବୁ ।''

ଏହା ମଧ୍ୟ ପଢନ୍ତୁ-ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ଟ୍ବିଟ୍ କରି ମନା କଲେ ମନମୋହନ, ରିପୋଷ୍ଟ କଲେ ଧର୍ମେନ୍ଦ୍ର - No Alliance Between BJD And BJP

ବିଜେପି ଏକାକୀ ଲଢ଼ିବାର ପ୍ରସଙ୍ଗରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ''ମେଣ୍ଟ ହେବ ନା ନାହିଁ ସେ ସବୁ କ୍ଳିଅର ବା ସ୍ପଷ୍ଟ ହୋଇ ସାରିଛି । ଲୋକଙ୍କ ମନରେ ଦ୍ଵନ୍ଦ୍ବ ଆକ୍ରୋଶ ଦ୍ଵିଧା ଦୂର ହୋଇଛି । ବର୍ତ୍ତମାନ ଗୋଟିଏ ସ୍ବପ୍ନ ଗୋଟିଏ ମିଶନ। ହିଞ୍ଜିଳିଠୁ ଭୁବନେଶ୍ୱର ଆମକୁ କାମ କରିବାର ଅଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏଜେଣ୍ଡାକୁ ନେଇ ନିର୍ବାଚନ ଲଢ଼ିବୁ । ଆମକୁ ଯାହା କାମ କରିବାକୁ କୁହାଯିବ ଆମେ କରିବୁ । ଟିକେଟକୁ ନେଇ ଦଳ ଯାହା ନିଷ୍ପତ୍ତି ନେବ ତାହା ମୁଁ ମାନିବି । ବିଜେଡି ଛାଡି ବିଜେପିରେ ମିଶିବା ଏବେ ଚାଲୁ ରହିବ ।''

ସେ ବିଜେଡିକୁ ସମାଲୋଚନା କରି କହିଥିଲେ, ''ବିଜେଡି ଅସୁର ଦାନବରେ ଭର୍ତ୍ତି ହେଇଗଲାଣି । ରଙ୍ଗ ଓ ଅସ୍ତିତ୍ବ ହରାଇଲାଣି ଦଳ । ନେତା ଏଠି କ୍ଷମତାରେ କାର୍ଯ୍ୟ କରିପାରୁନାହାନ୍ତି । ମୁଖିଆଙ୍କୁ ଦେଖା ବି କରିପାରୁ ନାହାନ୍ତି । ନିଜ ଅଞ୍ଚଳର ଲୋକଙ୍କ ପାଇଁ ସ୍ୱର ବି ଉତ୍ତୋଳନ କରିପାରିନଯାନ୍ତି । ତେଣୁ କାହିଁକି ଲଢ଼ିବାକୁ ଟିକେଟ ଦେଉଛନ୍ତି ?''

ଇଟିଭି ଭାରତ, ଭୁବନେଶ୍ୱର

Last Updated : Mar 23, 2024, 3:22 PM IST

ABOUT THE AUTHOR

...view details