ଓଡିଶା

odisha

ପ୍ରାର୍ଥୀ ଘୋଷଣା ପୂର୍ବରୁ ପ୍ରଚାର, ଏବେଠୁ ଭୋଟ୍ ମାଗିଲେଣି ଖଡ଼ିଆଳରୁ ବିଜେପି ଆଶାୟୀ ହିତେଶ ବଗର୍ତ୍ତୀ - HITESH BAGARTTI ELECTION CAMPAIGN

Election Campaign In Nuapada: ନୂଆପଡା ଜିଲ୍ଲା ଖଡ଼ିଆଳରେ ନିର୍ବାଚନ ତାତି । ଆରମ୍ଭ ହୋଇଗଲାଣି ପ୍ରଚାର । ଖଡ଼ିଆଳ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇନଥିବା ବେଳେ, ଏବେଠୁ ଘର ଘର ବୁଲି ଭୋଟ୍ ଭିକ୍ଷାରେ ଲାଗି ପଡ଼ିଛନ୍ତି ପୂର୍ବତନ ବିଜେପି ବିଧାୟକ ତଥା ଆଶାୟୀ ହିତେଶ ବଗର୍ତ୍ତୀ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 30, 2024, 12:26 PM IST

Published : Mar 30, 2024, 12:26 PM IST

Etv Bharat
Etv Bharat

ଖଡିଆଳରେ ବିଜେପିର ନିର୍ବାଚନ ପ୍ରଚାର

ନୂଆପଡ଼ା: ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳ ନୂଆପଡା ଜିଲ୍ଲା ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହେଲାଣି ପ୍ରଚାର । ଘର ଘର ବୁଲି ଭୋଟ ମାଗିଲେଣି ବିଜେପି ନେତା । ଭାରତୀୟ ଜନତା ପାର୍ଟି ଖଡିଆଳରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛି । ଶୁକ୍ରବାର ବିଜେପି ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତୀ ଖଡିଆଳ ଆସନରେ ପ୍ରଚାର କରିଛନ୍ତି । ସେ ଗାଁ ଗାଁ ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିବା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବୁଝାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା, ଉଜ୍ଜଳା ଯୋଜନା, ହରଘର ନଳ ଯୋଜନା, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ପୃଷ୍ଟିକର ଯୋଜନା, ମମତା ଯୋଜନା ଆଦି ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ମୁବ୍ଦା କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ବଗର୍ତ୍ତୀ ।

ଏଠାରେ ପ୍ରକାଶ ଥାଉକି, 2009 ରୁ 2014 ପର୍ଯ୍ୟନ୍ତ ହିତେଶ କୁମାର ବଗର୍ତ୍ତୀ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରହିଥିଲେ । ତାଙ୍କ ସମୟରେ ଅଞ୍ଚର ଅନେକ ବିକାଶମୂଳକ କାମ ହୋଇଛି । ବିଶେଷ କରି ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ମନରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇବା, ଚାଷଜମିକୁ ଜଳସେଚନ କରିବା ଏବଂ ଅନେକ ବିଦ୍ୟାଳୟ ପ୍ରତିଷ୍ଠା କରି ଅଞ୍ଚଳର ଶିକ୍ଷାର ବିକାଶ ଆଦି ବିଭିନ୍ନ କ୍ଷେତ୍ରରେ କାମ କରିଥିବା ସେ କହିଛନ୍ତି । ଆସନ୍ତା ନିର୍ବାଚନ ପାଇଁ ହିତେଶ ଖଡିଆଳରୁ ବିଜେପି ଟିକେଟ ଆଶାୟୀ ଥିବାବେଳେ ଦଳ ତାଙ୍କୁ ନିଶ୍ଚୟ ପ୍ରାର୍ଥୀ କରିବ ବୋଲି ସେ ଆଶାବାଦୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନବୀନଙ୍କ ଯୋଜନାର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ: ବିଜେପି - Bjp Targets Bjd

ତେଣୁକରି ନିର୍ବାଚନ ପଖାଇ ଆସୁଥିବା ବେଳେ ସେ ନିଜର ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଗାଁ ଗାଁରେ ମଧ୍ୟ ଲୋକମାନେ ତାଙ୍କୁ ସ୍ୱାଗତ କରୁଥିବା ଦେଖବାକୁ ମିଳୁଛି । ଗାଁର ମହିଳା ପୁରୁଷମାନେ ପୁଷ୍ପଗୁଚ୍ଛ ଦେଇ ମଥାରେ ଚନ୍ଦନ ଲଗାଇ ପାଛୋଟି ନେଉଛନ୍ତି । ହିତେଶ ବଗର୍ତ୍ତୀ ଭାରତୀୟ ଜନତା ପାର୍ଟି ଟିକେଟ ପାଇବା ଏକପ୍ରକାର ସୁନିଶ୍ଚିତ ଥିବା ଚର୍ଚ୍ଚା ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଆଧାର କରି ସେ ଲୋକଙ୍କ ନିକଟରେ ପହଞ୍ଚିବା ଆରମ୍ଭ କରିଥିବା ଦେଖାଯାଇଛି ।


ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details