ଓଡିଶା

odisha

ଆସନ୍ତା 19 ଏବଂ 20ରେ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ନଡ୍ଡା - BJP National President JP Nadda

By ETV Bharat Odisha Team

Published : Jul 16, 2024, 6:00 PM IST

BJP National President JP Nadda: ଆସନ୍ତା ୧୯ ଏବଂ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢ଼ନ୍ତୁ

Odisha BJP Extended Executive Committee Meeting
Odisha BJP Extended Executive Committee Meeting (ETV Bharat Odisha)

ଭୁବନେଶ୍ବର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା । ଆସନ୍ତା ୧୯ ଏବଂ ୨୦ ତାରିଖରେ ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଯୋଗ ଦେବେ ଜେପି ନଡ୍ଡା । ମୋଦି ସରକାରର ତୃତୀୟ ପାଳି ତଥା ରାଜ୍ୟରେ ବିଜେପିର ପ୍ରଥମ ଥର ସରକାର ଗଠନ କରିବା ପରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବ ।

Odisha BJP Extended Executive Committee Meeting (ETV Bharat Odisha)

ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଓଡିଶା ଗସ୍ତରେ ଆସି ଏହି ବୈଠକରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ପୁରୀର ବଳିଆ ପଣ୍ଡା ସ୍ଥିତ ବ୍ଲୁ ହ୍ବିଲ୍ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ । ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର ଗଠନ ହେବା ପରେ ବୈଠକ ହେଉଛି । 19 ତାରିଖ ସକାଳ 10 ଟା 30ରେ ପଦାଧିକାରୀ ବୈଠକ ହେବ । ଅପରାହ୍ନ 2.30ରେ କାର୍ଯ୍ୟକାରିଣୀ ବୈଠକ ଉଦ୍ଘାଟନ ହେବ ଏବଂ 20 ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ..ଏଣିକି ବିଜେପି କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି; ପ୍ରତି ସୋମବାର ଖୋଲିବ ପ୍ରକୋଷ୍ଠ - Public Grievance in BJP Office

ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରାଜ୍ୟର ସବୁ ନେତା ଉପସ୍ଥିତ ରହିବେ । 24 ନିର୍ବାଚନ ବେଳେ ବିଧାନସଭା ଏବଂ ଲୋକସଭା ସଂଯୋଜକ, ଜିଲ୍ଲା ସାଧାରଣ ସଂପାଦକ, ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ସଭାପତି, ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀ ଉପସ୍ଥିତ ରହିବେ । କ୍ଷତ୍ରିୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ରହିବେ । ବୈଠକରେ ରାଜନୈତିକ ପରିସ୍ଥିତି, ସାଂପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇ ଆଗାମୀ ରଣନୀତି ପ୍ରସ୍ତୁତ ହେବ । ଶାସକ ଦଳ ହିସାବରେ ବିଜେପି ଆଗାମୀ ଦିନରେ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନେବ ସେ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ ବୋଲି ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details