ନିଆଳି:ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ଜୟଦେବ ବିଧାନସଭା ଆସନରେ ଜାରି ରହିଛି ମତଦାନ । ବାଲିଅନ୍ତା ଥାନା ବାଳକାଟି ପ୍ରତାପଶାସନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମତଦାନ ଚାଲିଥିବା ସମୟରେ ବି.ଏଲ.ଓ କାର୍ଯ୍ୟକୁ ନେଇ ପ୍ରତିବାଦ କରିଛନ୍ତି ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଏଥିସହ ସେ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି ।
ଅପରାଜିତା ଷଡ଼ଙ୍ଗୀଙ୍କ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବି.ଏଲ.ଓ କୌଣସି ଭୋଟ କେନ୍ଦ୍ରରେ ରହିବା କଥା ନୁହେଁ । ପାଖାପାଖି ୧୦ ପ୍ରତିଶତ ବୁଥ ପରିଦର୍ଶନ କରି ସାରିଲେଣି । ବିଭିନ୍ନ ସ୍ଥାନରେ ବି.ଏଲ.ଓ ମାନେ ବୁଥ ମାନଙ୍କରେ ଲୋକ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି । ୨୦ ବର୍ଷ ତଳେ ମୁଁ ରିଟର୍ଣ୍ଣିଂ ଅଫିସର ଏଭଳି ସିଷ୍ଟମ ଦେଖିନି । ମୁଁ ଜଣେ ପ୍ରାର୍ଥୀ ବୁଥ ଭିତରକୁ ଗଲି ପାଣି ଦେବା ପାଇଁ ଜଣେ ବି.ଏଲ.ଓ ଠିଆ ହୋଇଛନ୍ତି । କେଉଁ ନିୟମ, ନୀତି ଅଛି ବୁଥ କେନ୍ଦ୍ର ଭିତରେ ବି.ଏଲ.ଓ ମାନେ ରହିବେ । ବୁଥ କେନ୍ଦ୍ର ଭିତରେ ଭୋଟର ଏବଂ ପୋଲିଂ ଅଫିସର ରହିବେ ମଝିରେ ମଧ୍ୟସ୍ଥ କାରୀ ଆବଶ୍ୟକତା ଦରକାର ନାହିଁ । କେବଳ ପ୍ରାର୍ଥୀ ବୁଥ ଭିତରକୁ ଯାଇପାରିବେ ଆଉ କେହି ଯାଇପାରିବେ ନାହିଁ । କେଉଁ ପରିସ୍ଥିତିରେ ସାହାଯ୍ୟ କରିବା ନାଁରେ ଏସବୁ କାମ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଏ ସମ୍ପର୍କରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ନେଇ ସୂଚନା ଦେଇଛନ୍ତି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ।
ଏହା ମଧ୍ୟ ପଢନ୍ତୁ:ବୁଥ ରିଗିଂ ଆଶଙ୍କାରେ ସିଇଓଙ୍କୁ ଚିଠି ଲେଖିଲେ ଅପରାଜିତା